Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ମୟୁରଭଂଜରେ ଆରମ୍ଭ ହେଲା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

ବାରିପଦା: ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ପାଇଁ ମୟୁରଭଂଜ ଜିଲ୍ଲା ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ । ଆଜିଠୁ ଜିଲ୍ଲାରେ ଆରମ୍ଭ ହୋଇଛି ALS(ଆଡଭାନ୍ସଡ ଲାଇଫ୍ ସପୋର୍ଟ) ଓ BLS(ବେସିକ୍ ଲାଇଫ୍ ସପୋର୍ଟ) ଆମ୍ବୁଲାନ୍ସ ସେବା । ଖାସ କରି ଦୁର୍ଗମ ଇଲାକାରେ ରହୁଥିବା ଲୋକଙ୍କୁ ଉନ୍ନତମାନର…

ଡକାୟତି ଯୋଜନା ଭଣ୍ଡୁର, କୁଖ୍ୟାତ ଡକାୟତ ଗିରଫ

ବାରିପଦା: ବାରିପଦା ଉପଖଣ୍ଡ ଚାନ୍ଦୁଆ ଥାନା ପୋଲିସକୁ ମିଳିଛି ବଡ ସଫଳତା । ଗିରଫ ହେଲା କୁଖ୍ୟାତ ଡକାୟତ ଭରତ ମାଈତି । ଏକ ବଡ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ସମୟରେ କୁଖ୍ୟାତ ଡକାୟତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ରାତି ୧୧ଟାରେ…

ପିଲା ଚୋରି ଓ ବିକ୍ରି ଅଭିଯୋଗ, ୩ କୋର୍ଟ ଚାଲାଣ

ବାରିପଦା: ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଅନ୍ତର୍ଗତ ସାରସକଣା ବଜାର ଅଂଚଳରୁ ସାମ୍ନାକୁ ଆସିଲା ସାଂଘାତିକ ଅଭିଯୋଗ । ପିଲା ଚୋରି ଓ ବିକ୍ରି ଭଳି ସାଂଘାତିକ ଅପରାଧକୁ ନେଇ ସ୍ଥାନୀୟ ଅଂଚଳରେ ହଟଚମଟ ସୃଷ୍ଟି ହୋଇଛି । ତେବେ ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବାରେ ସଫଳ…

ଘାଟିରୁ ଶହେ ଫୁଟ ତଳକୁ ଖସିଲା ଟ୍ରକ, ୨ ମୃତ

ବାରିପଦା: ଘାଟିରୁ ଶହେ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରୁ ଭାରସାମ୍ୟ ହରାଇ ଖସି ପଡ଼ିଲା ପିଆଜ ବୋଝେଇ ଟ୍ରକ । ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କର…

ମୟୁରଭଂଜ ପୋଲିସ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବାରିପଦା: ଏକ ବଡ ଧରଣର ଗିରଫଦାରୀ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ପୋଲିସ ଜାଲରେ ପଡିଛନ୍ତି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଏକ ନିଶ୍ଚିତ ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ମୟୁରଭଂଜ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘାଗରବେଡାର ଜଣେ…

ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଓ ୩ କାଠ ଚୋର ଗିରଫ

ବାରିପଦା: ଶିମିଳିପାଳ ଉତ୍ତର ବନଖଣ୍ଡ ଉପରେ ପଶୁ ଶିକାରୀ ଓ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ଗୁରୁଗୁଡ଼ିଆ ରେଞ୍ଜ ଅନ୍ତର୍ଗତ ଉତ୍ତରାସ ନିକଟ ରିଜର୍ଭ ଜଙ୍ଗଲରେ ପାଟ୍ରୋଲିଂ ବେଳେ ୩ ଜଣ ପଶୁ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ୭ କେଜି କୁଟୁରା ମାଂସ ଓ ପଶୁ ଶିକାରରେ…

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଚାଞ୍ଚଲ୍ୟକର ଖୁଲ୍ଲାସା କଲେ ପତ୍ନୀ ବିଦ୍ୟାଭାରତୀ

ମୟୂରଭଞ୍ଜ: ପାରଳାଖେମୁଣ୍ଡି ଏସିଏଫି ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ଓ ବୟାନ ସାମନାକୁ ଆସୁଛି । ହତ୍ୟା ଅଭିଯୋଗ ଆଣି ସୌମ୍ୟଙ୍କ ପତ୍ନୀ ନାଁରେ ଅଭିଯୋଗର ଲମ୍ବା ତାଲିକା ଦେଇଥିଲେ ଶାଶୁ ଘର ଲୋକ । ଏବେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ…

ଜନ୍ମଦାତା ସାଜିଲା ହତ୍ୟାକାରୀ

ବାରିପଦା: ପାରିବାରିକ କଳହକୁ ନେଇ ସାମ୍ନାକୁ ଆସିଲା ଅବିଶ୍ୱସନୀୟ ଘଟଣା । ଅଘଟଣ କି ଦୁର୍ଘଟଣା ନୁହେଁ, ବରଂ ହୋସ୍‌ରେ ଥାଇ ଜଣେ ବାପା ନିଜ ବଡପୁଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲାର ନରଣଖୁଣ୍ଟା ଗାଁ । ମିଳିଥିବା ରିପୋର୍ଟ…

ବ୍ରାଉନ ସୁଗାର ଜବତ, ୩ ଚାଲାଣକାରୀ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଅମର୍ଦାରୋଡ ରାସଗୋବିନ୍ଦପୁର ମୁଖ୍ୟ ରାସ୍ତାର ବାଜପେୟୀ ଛକରୁ ୩ ଜଣ ବ୍ରାଉନସୁଗାର ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ ।  ସେମାନଙ୍କ ନିକଟରୁ ୫୦ ହଜାରରୁ ଅଧିକ ଟଙ୍କାର ବ୍ରାଉନ ସୁଗାର, ୨ଟି ବାଇକ୍ ଓ ୩ଟି…

ରକ୍ତ ସମ୍ପର୍କରେ ରକ୍ତର ଛିଟା: ସାନ ଭାଇକୁ ମାରିଦେଲା ବଡ଼ ଭାଇ

ବାରିପଦା: ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକଲା ମଦୁଆ ଭାଇ । ବଡ଼ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ । ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ…