Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତୀୟ ଫ୍ୟାନ୍ସଙ୍କ ସମ୍ମୁଖରେ ଭାରତ ସହ ମୁକାବିଲା କରିବା ଆମ ପାଇଁ କଠିନ: ଜର୍ମାନୀ ମହିଳା ଦଳର କୋ-କ୍ୟାପଟେନ

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ସୋମବାର) ଜର୍ମାନୀ ମହିଳା ହକି ଦଳ  ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । କୋ-କ୍ୟାପଟେନ୍ ଲିନିୟା ୱିଡେମାନ୍ ଏବଂ ସାରା ଷ୍ଟ୍ରସ୍ ଙ୍କ ନେତୃତ୍ୱରେ ଜର୍ମାନୀ ମହିଳା ଦଳ ୨୧ ଏବଂ ୨୨ ଫେବୃଆରୀରେ…

ଆସନ୍ତାକାଲି ଭୁବନେଶ୍ୱରରେ ହେବ ମହିଳା ଜନଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗ 'ଜାତୀୟ ମହିଳା କମିଶନ- ଆପଣଙ୍କ ଦ୍ୱାରରେ' ଶୀର୍ଷକ ନାମକ ଏକ ଜନ ଶୁଣାଣି ଆୟୋଜିତ ହେବ। ଏହି ଜନଶୁଣାଣି ୧୧ ଫେବୃଆରୀ ୨୦୨୫ ଦିନ ଅପରାହ୍ନ ୨ ଟାରେ ଭୁବନେଶ୍ୱର…

ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିକୁ ଓଡ଼ିଶାର ପ୍ରତିଟି ବ୍ଲକରେ ପହଞ୍ଚାଇବା ଆମର ଲକ୍ଷ୍ୟ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ହୋଇଥିବା ମାଷ୍ଟର ପ୍ଲାନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି…

୭୦ରୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଖୋଳାଯିବ ନଳକୂପ: ମନ୍ତ୍ରୀ ରବି ନାରାୟଣ ନାଏକ 

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହ ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ହେଉଛି ସରକାରଙ୍କ ପ୍ରାଥମିକତା। ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ। ବିଗତ ବର୍ଷମାନଙ୍କରେ ବିଦ୍ୟୁତ…

ଲୋକନାଥ ଦେବଙ୍କ ମହାଶିବରାତ୍ରୀ ଯେପରି ସୂଚାରରୂପେ ଶେଷ ହେବାନେଇ ବୈଠକ ଅନୁଷ୍ଠିତ

ପୁରୀ: ଚଳିତ ବର୍ଷ ଫେବୃଆରୀ ୨୬ ତାରିଖରେ ଅନୁଷ୍ଠିତ ହେବ ମହାଶିବରାତ୍ରୀ । ଲୋକନାଥ ପୀଠରେ ପ୍ରଭୁ ଲୋକନାଥ ଦେବଙ୍କ ଜାଗର ଯାତ୍ରାକୁ ସୁଚାରୁରୂପେ ପରିଚାଳନା ପାଇଁ ଏକ ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ରାଜ କିଶୋର ଜେନା…

ଷଣ୍ଢ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ସୋମବାର ଦିନ ଏକ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ବାରିମୁଣ୍ଡା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ରବିବାର ମହିଳାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା ​​ଯାହାପରେ ସେ…

ଆନ୍ତଃରାଜ୍ୟ ସାଇବର ଠକ ଗିରଫ, ନଗଦ ୨ ଲକ୍ଷ ଟଙ୍କା ଜବତ

କୋରାପୁଟ: ସୋମବାର କୋରାପୁଟ ସାଇବର ପୋଲିସ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି । ଏହା ସହ ତା ନିକଟରୁ ନଗଦ ୨ ଲକ୍ଷ ଟଙ୍କା, ୧୦ ଟି ଚେକ୍‌ ବୁକ୍‌ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୂଚନା ରହିଛି । ଗଣମାଧ୍ୟମକୁ ଖବର ଦେଇ ଅତିରିକ୍ତ ଏସପି ମନବ୍ରତା ଶତପଥୀ ସୂଚନା କହିଛନ୍ତି ଯେ,…

ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟୁ, ଯୌତୁକ ଜନିତ ହତ୍ୟା ଅଭିଯୋଗ

ଗୁଣୁପୁର: ଗୁଣୁପୁର ଥାନା ଅନ୍ତର୍ଗତ ଗଣେଷ ବିହାର ଠାରେ ଭଡାଟିଆ ଘରେ ନବବଧୂଙ୍କ ସଂନ୍ଦେହ ଜନକ ମୃତ୍ୟ ହୋଇଛି । ମୃତକ ହେଲେ ରଶ୍ମୀ ରଂଞ୍ଜନୀ ବଡକୁମାର । ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କର ବାପା କୁଞ୍ଜ ବିହାରୀ ବଡକୁମାର । ୮ ମାସ ତଳେ ଜଣେ ପୋଲିସ କନେଷ୍ଟବଳଙ୍କୁ ବିବାହ…

ଦିଲ୍ଲୀ ହାରିବା ପରେ ଏବେ ଆପକୁ ଘାରିଛି ପଞ୍ଜାବ ଚିନ୍ତା

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ହାତରୁ ଖସିଯାଇଛି ଦିଲ୍ଲୀ ଶାସନ । ଯାହା କେବେ କେଜ୍ରିଓ୍ବାଲ କଳ୍ପନା ବି କରିନଥିଲେ, ଦିଲ୍ଲୀବାସୀ ତାହା କରିକି ଦେଖାଇଛନ୍ତି । ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା କେଜ୍ରିଓ୍ବାଲଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି । ଆଉ ଦିଲ୍ଲୀ ଶାସନ ହାତରୁ ଯିବା…

ମାଓବାଦୀଙ୍କୁ ନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି

ମାଲକାନଗିରି: ଧ୍ବଂସ ହେଉଛି ମାଓଗଡ଼। ଗତକାଲି ୩୧ ମାଓବାଦୀଙ୍କ ନିପାତ ପରେ ଆହୁରି ଜୋରଦାର କରାଯାଇଛି ଅପରେସନ। ତେବେ ଏନେଇ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଏହି ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ହୋଇଛନ୍ତି ଅଧିକ ଫୋର୍ସ। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଅପରେସନ୍…