Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବିଲ୍‌ ପାସ କରିବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା ଇଏସଆଇ ମେଡିକାଲର ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ । ଜଣେ ରୋଗୀଙ୍କ ବିଲ୍‌ ପାସ୍‌ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କାବୁ କଲା ଭିଜିଲାନ୍ସ । ଖବର ମୁତାବକ, ବିଶ୍ୱନାଥ ସିଂହ ଦୁର୍ଘଟଣାରେ ଆହତ ହୋଇ ପ୍ରଥମେ ଇଏସଆଇ ମଡେଲ…

ଏନଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ରାସୋଳ ବନ୍ଦ ଡାକରା

ଢେଙ୍କାନାଳ: ଥମୁନି ଏନ୍‌ଏସି ମାନ୍ୟତା ଦାବି ତାତି । ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ ରାସୋଳ ବନ୍ଦ ଡାକରା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାର ରାସୋଳବାସୀ । ଆନ୍ଦୋଳନ ଯୋଗୁଁ ଦୋକାନ, ବଜାର, ସ୍କୁଲ, କଲେଜ ଆଦି ବନ୍ଦ ରହିଛି । ଗାଡି ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ପୁରୁଣା…

ବରପଦା କଲେଜ ଅନିୟମିତତା: ଇଡିରେ ପ୍ରଫୁଲ ହାଜରେ ହେବା ପରେ ଏବେ ପୁଅ ପ୍ରୟାସକାନ୍ତିଙ୍କ ପାଳି!

ଭୁବନେଶ୍ୱର: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତକୁ ଜୋରଦାର କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଜେରା କରିଛନ୍ତି।…

ସରକାରୀ ବିଜ୍ଞାପନରେ ଶାସକ ଦଳର ଶଙ୍ଖ ଚିହ୍ନ, ନିର୍ବାଚନ କମିଶନଙ୍କୁ କି ଜବାବ ଦେବେ ସରକାର?

ଭୁବନେଶ୍ୱର: ବିଜ୍ଞାପନରେ ଶାସକ ବିଜେଡି ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ। ଦୁଇ ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ ନିର୍ବାଚନ କମିଶନ କହିଛନ୍ତି। ହାତରେ ଆଉ ମାତ୍ର ଦୁଇ ଦିନ ରହିଥିବାରୁ ବିଜେଡି ଏହାକୁ ନେଇ କ'ଣ ଉତ୍ତର ଦେବ…

ସରକାରୀ କ୍ୱାର୍ଟର୍ସରୁ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନିଜ ସରକାରୀ କ୍ୱାର୍ଟର୍ସରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ । ତେବେ ଏହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…

ପୁରୀରେ ଗର୍ଜିଲା ମହିଳା ବିଜେପି

ପୁରୀ: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ନୀତି ଗ୍ରହଣ କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା।ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ସ୍ଥାନୀୟ ଟାଉନ ହଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ…

ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାର ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗଙ୍କ ଜବାବ ତଲବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାର କରିବା ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ପଡ଼ିଛି। ଆଜି ନିର୍ବାଚନ କମିଶନ ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରି ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨ ତାରିଖ…

ଓଡ଼ିଶା ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପବଦ୍ଧ: ଡ. ଲେଖାଶ୍ରୀ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡିଶାର ବିକାଶ ପାଇଁ ସଂକଳ୍ପବଦ୍ଧ ରହିଛନ୍ତି। ଓଡିଶାର ପ୍ରତ୍ୟେକ କ୍ଷେତ୍ର ଗମନାଗମନ, ପର୍ଯ୍ୟଟନ, ରେଳ, ନିଯୁକ୍ତି, ଓଡ଼ିଆଙ୍କୁ ଦେଶରେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଓଡିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ…

ଛାତ୍ରାବାସ ରୋଷ ଶାଳାରେ ଚୁଲି ଧୁଆଁକୁ ନା!

ଭୁବନେଶ୍ୱର: ପରିବେଶ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ । ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରାବାସରେ ଲାଗିବ ଏଲପିଜି । ଆଉ କାଠ ଚୂଲାରେ ହେବନି ବ୍ୟବହାର।ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ବିଲ୍ ଗେଟସ୍‍ଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ

ଭୁବନେଶ୍ୱର: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍‍ ଗେଟସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ…