Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ରେନ ଦୁର୍ଘଟଣାର ୧୦ ଦିନ; ଚିହ୍ନଟ ହୋଇନି ୮୧ ଶବ, ବାହାନଗାରେ ଆଜି ସାମୁହିକ ମୁଣ୍ଡନ ଓ ଦଶାହ କାର୍ଯ୍ୟକ୍ରମ 

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ଆଜି ୧୦ମ ଦିନ ।  ଅର୍ଥାତ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ୧୦ ଦିନ ବିତିଗଲାଣି । ତଥାପି ଅନେକ ଶବ ଚିହ୍ନଟ ହୋଇନି । ଭୁବନେଶ୍ୱର ଏମ୍ସରେ କଣ୍ଟେନରେ ରହିଛି ଶବ । ୮୧ଟି ଶବକୁ ଏ ଯାଏ ଚିହ୍ନଟ କରାଯାଇନି । ଗୋଟିଏ ଗୋଟିଏ ଶବ ଉପରେ ଏକାଧିକ ଦାବିଦାର…

ଶ୍ରୀମନ୍ଦିରରେ କୁନି ଦଇତାପତି: ମହାପ୍ରଭୁଙ୍କୁ ଓଷ ଲଗାଇ ଆରମ୍ଭ କଲେ ସେବାୟତ ଜୀବନ

ପୁରୀ: ମହାପ୍ରଭୁଙ୍କ ସେବାରେ କୁନି ଦଇତାପତି । ପିନ୍ଧିଛନ୍ତି ପାଟମକୁଟ । ମଥାରେ ଚନ୍ଦନଚିତା ।  ବାପାଙ୍କ କୋଳରେ ବସି ଆସିଛନ୍ତି କୁନି ହାତରେ ମହାପ୍ରଭୁଙ୍କ ସେବା କରିବେ ।   ଅଣସରଘରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ଓଷ ଲଗାଇ ଦେବେ । ସେଥିପାଇଁ ଶନିବାର ଶ୍ରୀମନ୍ଦିର ଆସିଛନ୍ତି…

ପିଛା ଛାଡୁନି ଦୁର୍ଘଟଣା: ପୁଣି ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଗଲା ନିଆଁ

ଆଠଗଡ଼: କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ। ପୁଣି ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି ରାଧାକିଶୋରପୁର ରେଳ ଷ୍ଟେସନ ନିକଟରେ। କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯିବା ପରେ  ୱାଗନ୍‌ରେ ଥିବା କୋଇଲା ଜଳିବାକୁ ଲାଗିଲା । ଫଳରେ ଧୂଆଁମୟ ହୋଇଗଲା ପରିବେଶ । ଘଟଣାସ୍ଥଳରେ ଅଗ୍ନିଶମ…

ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ: ଆସନ୍ତା ୪ ଦିନ ଅସମ୍ଭାଳ ହେବ ତାତି

ଭୁବନେଶ୍ୱର: ଓଡ଼ିଶାରେ ରଜ ପରେ ମୌସୁମୀ ଛୁଇଁବ। ହେଲେ ସେପର୍ଯ୍ୟନ୍ତ ରାଜ୍ୟରେ ଏମିତି ଅସହ୍ୟ ଖରା ଓ ଗୁଳୁଗୁଳି ଜାରି ରହିବ। ଜୁନ ୧୫ ତାରିଖ ପରେ ଓଡ଼ିଶାରେ ମୌସୁମୀ ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ରାଜ୍ୟରେ…

ପଡ଼ୋଶୀଙ୍କ ବିବାହରେ ନାଚିଲେ ବୋଲି ସ୍ତ୍ରୀକୁ ଶାବଳରେ ପିଟି ମାରି ଦେଲା ସ୍ୱାମୀ

ବାଲେଶ୍ୱର: ସ୍ତ୍ରୀ ଖୁସିରେ ନାଚିବାରୁ ଜୀବନ ନେଇଗଲା ସ୍ୱାମୀ। ପୋଡ଼ୋଶୀ ବିବାହ ଉତ୍ସବରେ ନାଚିବାରୁ ସ୍ତ୍ରୀକୁ ଶାବଳରେ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡ଼ା ଗାଁର ସିଂହ ସାହିରେ। ମିଳିଥିବା ସୂଚନା ଅନୁସାରେ, ପାଇକପଡ଼ା…

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଅଭିନେତ୍ରୀ ପ୍ରକୃତି…

କେନ୍ଦୁଝରର ସବୁ ପ୍ରମୁଖ ସହରରେ କାର୍ଯ୍ୟକାରୀ ହେବ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି । ପାଣ୍ଡିଆନ୍ ଆଜି ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା…

ବିଧାୟକ ପାଣ୍ଠିରୁ କାମ ପାଇଁ କମିଶନ ମାଗୁଛନ୍ତି ସରକାରୀ ଅଧିକାରୀ: ମହମ୍ମଦ ମୋକିମ୍

ଭୁବନେଶ୍ୱର: କମିଶନ ମାଗୁଛନ୍ତି ସରକାରୀ ଅଧିକାରୀ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଅଭିଯୋଗ ଆଣି କହିଛନ୍ତି, ବିଧାୟକ ପାଣ୍ଠିରୁ କାମ କରାଗଲେ ବି କିଛି ସରକାରୀ ଅଧିକାରୀ କମିଶନ ବା ଲାଞ୍ଚ ମାଗୁଛନ୍ତି । ଶନିବାର ଗଣମାଧ୍ୟମରେ ବାରବାଟୀ-କଟକ ବିଧାୟକ ମୋକିମ୍ କହିଛନ୍ତି, ସରକାରୀ…

‘ସମ୍ବଲପୁର’ ଛାଡ଼ି ଦେବ କି ବିଜେଡି ?

ଭୁବନେଶ୍ୱର: ମନ୍ତ୍ରୀପଦରୁ ରୋହିତ ପୂଜାରୀଙ୍କୁ ବାଦ ଦିଆଯିବା ପରେ ଏହାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏମିତି ଅପ୍ରତ୍ୟାଶିତ ଭାବେ ରୋହିତଙ୍କୁ ବାଦ ଦିଆଯିବା ରାଜନୈତିକ ମହଲକୁ ଚକିତ କରିଛି। ଏଭଳି ସ୍ଥିତିରେ ସମ୍ବଲପୁର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ପଶ୍ଚିମ ଓଡିଶାର…

ଉପକୂଳରେ ଗୁଳୁଗୁଳି, ଜଳୁଛି ପଶ୍ଚିମ ଓଡ଼ିଶା; ୮ ସହରରେ ୪୪ ଡେଇଁଲା ପାରଦ

ଭୁବନେଶ୍ୱର: ଅସହ୍ୟ ଗରମରେ ଜଳୁଛି ପଶ୍ଚିମ ଓଡ଼ିଶା । ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳବାସୀ । ଆଜି ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୨୦ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା…