Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋରାପୁଟରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ମନ୍ଦିର ପୂଜକଙ୍କ ମୃତଦେହ

କୋରାପୁଟ: କୋରାପୁଟରେ ଚାଞ୍ଚଲ୍ୟ । ମା ବୁଢୀ ଠାକୁରାଣୀ ମନ୍ଦିରର ପୂଜକଙ୍କ ମୃତଦେହ ଉଦ୍ଧାର । ଘର ଭିତରୁ ମିଳିଲା ପୂଜକଙ୍କ ମୃତଦେହ । କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ବୁଢୀ ଠାକୁରାଣୀ ମନ୍ଦିର ପଛପଟେ ଥିବା ପୂଜକଙ୍କ ଘରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ । ପୂଜକଙ୍କ ନାଁ ରମେଶ…

ମାତିଛି ଭାଲୁ : କଳହାଣ୍ଡିରେ ମହିଳାଙ୍କୁ ମାରି ଖାଇଲା

ଧର୍ମଗଡ : ପ୍ରଥମେ ବାଘ , ଆଉ ତା ପରେ ହାତୀ ଆଉ ଏବେ ଭାଲୁ ଆତଙ୍କ ଦେଖାଦେଇଛି  । ବନ୍ୟ ଜନ୍ତୁ ଗୁଡିକ ଖାଦ୍ୟ ଅନ୍ବେଶଣରେ ଏବେ ଗାଁ ମୁହାଁ ହେଉଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ସ୍ଥାନରେ ବହୁମୂଲ୍ୟ ଜୀବନ ମଧ୍ୟ ଚାଲିଯାଉଛି । ଏମିତି କିଛି ଘଟଣା…

ତିର୍ତ୍ତୋଲରେ ବିଭତ୍ସ ହତ୍ୟା, ଜଣେ ମୃତ, କାରଣ ଅସ୍ପଷ୍ଟ

ପୁରୀ: ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ । ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମଣିଜଙ୍ଗା ହସ୍ପିଟାଲରେ…

ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ପଡିଲା ମହଙ୍ଗା: ଜଣେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ଜଣେ ଯୁବକଙ୍କୁ ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ଗିରଫ କରିଛି ବନ ବିଭାଗ  । ଗିରଫ ଯୁବକ ଜଣକ କୁଲାଡ ଗାଁର ଦିନେଶ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷ ହେବ ବଅଁରପାଳ ବ୍ଲକ ଅଞ୍ଚଳ ହାତୀ ମାନଙ୍କର…

ରାଜ୍ୟରେ କମୁନି ହାତୀ ମୃତ୍ୟୁ: ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଢେଙ୍କାନାଳ: ରାଜ୍ୟରେ କମୁନି ହାତୀ ମୃତ୍ୟୁ । ପୁଣି ଏକ ଦନ୍ତାର ଗଳିତ ମୃତଦେହ ଉଦ୍ଧାର । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଖଜୁରିଆକଟା ସେକସନ ନୂଆବଗ ବ୍ୟାରେଜ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଠାବ । ଦନ୍ତାଟିର ବୟସ ୨୦ରୁ ୨୫ ବର୍ଷ ହୋଇଥିବା ବେଳେ ହାତୀ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ରାତି ୯ଟା ପରେ ଦର୍ଶନ ସ୍ବାଭାବିକ ହେବ।…

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲା ନୂଆପଡ଼ାର ମଣିଷଖିଆ ବାଘ

ସମ୍ବଲପୁର: ସମ୍ବଲପୁର ଆସିଲା ନୂଆପଡା ଜିଲ୍ଲା କୋଦାପାଲିରୁ ଧରାଯାଇଥିବା ମଣିଷଖିଆ କଲରାପତ୍ରିଆ ବାଘ । ବନବିଭାଗ ଯନ୍ତା ସାହାର୍ଯ୍ୟରେ ତାକୁ ଆଣି ସମ୍ବଲପୁର ଚିଡିଆଖାନାରେ ରଖିଛନ୍ତି । ବିଳମ୍ବିତ ରାତିରେ ବାଘଟିକୁ ଅଣାଯାଇଥିବା ବେଳେ ପ୍ରଥମେ ତାକୁ କ୍ଵାରେଣ୍ଟାଇନରେ ରଖାଯାଇଛି । ସମ୍ବଲପୁର…

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ : ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ପିଏଚ୍ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ । ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ଜାରି ରହିଛି । ଏକକାଳୀନ ୬ଟି ସ୍ଥାନରେ ନିଜର ଓ ସମ୍ପର୍କୀୟଙ୍କ ଘରେ…

୧୧ ଦିନର ଯାତ୍ରା ସାରି ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ

ଢେଙ୍କାନାଳ : ୧୧ ଦିନ ହେବ ଚାଲିଥିଲା ମାଆଙ୍କର ଯାତ୍ରା  । ଆଜି ଧରାପୃଷ୍ଠରୁ ବିଦାୟ ନେବେ ମାଆ ଗଜଲକ୍ଷ୍ମୀ  । ଆଜି ଢେଙ୍କାନାଳରେ ମାଆଙ୍କା ଭସାଣୀ ଉତ୍ସବ  । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା ମକୁଟରେ ଝଲସୁଥିଲେ ମାଆ । ସନ୍ଧ୍ୟା ହେଲେ ଚିକମିକ୍…

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ , ଡ୍ରାଇଭର ମୃତ

ଆନନ୍ଦପୁର : ସରକାର ସଡକ ସୁରକ୍ଷା ନେଇ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି  । ତଥାପି ଦୁର୍ଘଟଣା କମିବାର ନାଁ ଧରୁନି । ପ୍ରତିଦିନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଯାଉଛି  । ଆଜି ମଧ୍ୟ ସେମିତି କିଛି ଦୁଃଖଦ ଖବର ସାମ୍ନାକୁ ଆସିଛି  । ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ…