Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଥରରେ ଛେଚି ବ୍ୟବସାୟୀଙ୍କୁ ହତ୍ୟା, ୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ବଲାଙ୍ଗୀର: ୩ ବର୍ଷ ତଳେ ବଲାଙ୍ଗୀର ଜିଲ୍ଲାର ଏକ ଗାଁରେ ଜଣେ ଗହଣା ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ୨୦୨୦ ମସିହାରେ ଗହଣା ବ୍ୟବସାୟୀଙ୍କୁ ଟଙ୍କା ଦେବାକୁ ନେଇ ଗଣ୍ଡଗୋଳ ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରି ଜଙ୍ଗଲ…

ସିଙ୍ଗାପୁରରୁ ଫେରିଲେ ୪୦ ଛାତ୍ରଛାତ୍ରୀ, ରୋବୋଟିକ୍ସ ଓ ଡ୍ରୋନ୍ ଟେକ୍ନୋଲୋଜି ବିଷୟରେ ନେଲେ ତାଲିମ

ଭୁବନେଶ୍ୱର: ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍‌ନିକାଲ ଏଜୁକେସନରେ (ଆଇଟିଇ) ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଛନ୍ତି ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ‘ଆଇଟିଇ’ରେ…

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଜଣଙ୍କୁ ହତ୍ୟା, ୪ ଅଟକ

ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଏକ ଗାଁରେ ପ୍ରତିପକ୍ଷ ଗୋଷ୍ଠୀ ଦୁଇ ଜଣଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। କବିସୂର୍ଯ୍ୟନଗର ଥାନା ସୁନାରିଝୋଲା ଗ୍ରାମର ମିଥୁନ ଭୂୟାଁ ଓ ତାଙ୍କ ଭିଣୋଇ ହିଞ୍ଜିଳିକଟ…

ଗୁରୁ ଦିବସ: ଓଡିଶାର ୪ ଜଣ ଶିକ୍ଷକଙ୍କ ସମେତ ୭୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ ଜଣ ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଥିବା ୭୫ ଜଣିଆ…

ନୂଆଦିଲ୍ଲୀର ହସ୍ତଶିଳ୍ପ ବଜାରରେ ପ୍ରଦର୍ଶିତ ହେବ ଓଡ଼ିଶାର ପଟ୍ଟଚିତ୍ର କଳା

ଭୁବନେଶ୍ୱର: ଓଡ଼ିଶାର ‘ପଟ୍ଟଚିତ୍ର କଳା’ ଦେଶର ପ୍ରସିଦ୍ଧ ପାରମ୍ପରିକ କଳା ମଧ୍ୟରୁ ଅନ୍ୟତମ । ଏଥିରେ ଓଡ଼ିଶାବାସୀଙ୍କ ଧାର୍ମିକ, ପୌରାଣିକ ଓ ଆଧ୍ୟାତ୍ମିକ ବିଶ୍ୱାସ ଜଡ଼ିତ । ପଟ୍ଟଚିତ୍ର କଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଆଙ୍କ ଆସ୍ଥା ଏବଂ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଓ…

ଦାବି ଜଣାଇବାକୁ କଳାବ୍ୟାଜ ପିନ୍ଧି ଗୁରୁ ଦିବସ ପାଳିଲେ ଅଧ୍ୟାପକ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ପ୍ରାୟ ୪ ହଜାର ଅଧ୍ୟାପକ କଳାବ୍ୟାଜ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ଗ୍ରେଡ୍ ପେ' ୪,୬୦୦ ଟଙ୍କାରୁ ୫,୪୦୦ ଟଙ୍କାକୁ ବୃଦ୍ଧି କରିବା, ଏହି ବୃଦ୍ଧିକୁ ଓଡ଼ିଶା ସରକାର ୨୦୧୬ରୁ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିବା ପାଇଁ ସେମାନେ…

ଅବସରପ୍ରାପ୍ତ ଯବାନଙ୍କୁ ଖଣ୍ଡା ବୁଲାଇବା ମାମଲାରେ ଧରିବାକୁ ଯାଇ ମହିଳା ଥାନାଧିକାରୀ ଆହତ

କଟକ: ବାଙ୍କୀର ଏକ ସ୍କୁଲ ପଡ଼ିଆରେ ଖଣ୍ଡା ବୁଲାଉଥିବା ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଧରିବାକୁ ଯାଇ ଜଣେ ମହିଳା ସବ୍-ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ମଧୁସ୍ମିତା ବେହେରାଙ୍କୁ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ…

ହରିଦାସପୁର ଏବଂ ବୈରୀ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପ ସମୀକ୍ଷା କଲେ ରେଳ ନିରାପତ୍ତା ଆୟୁକ୍ତ। ହରିଦାସପୁର-ବୈରୀ ରେଳ ଷ୍ଟେସନ (୧୬.୮୦ କିମି) ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯାଇଛି। ୯୨ କିମି ମଧ୍ୟରୁ ୨୫.୩ କିମି ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ…

ଚିଟ୍ ଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର, ୨ ମାସ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଚିଟ୍ ଫଣ୍ଡ କମ୍ପାନୀ ଜିଏଲପି (GLP) ଡେଭଲପର୍ସ ଲିମିଟେଡ଼ ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ଼ରେ ଟଙ୍କା ଜମା ରଖିଥିବା ଜମାକାରୀଙ୍କ ପାଇଁ ଖୁସି ଖବର। ଏହି ଦୁଇଟି କମ୍ପାନୀରେ ଟଙ୍କା ଜମା ରଖିଥିବା କ୍ଷୁଦ୍ର ଜମାକାରୀଙ୍କୁ ଦୁଇ ମାସ ମଧ୍ୟରେ ୮ ହଜାର ଟଙ୍କା ଲେଖାଏଁ ଫେରସ୍ତ…

ଅଷ୍ଟ୍ରେଲିଆରେ ପାଠ ପଢ଼ିବେ କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜର ୫ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ…