Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫାଇଭ-ଟି ସଚିବଙ୍କ ନେଇ ଥମୁନି ବୟାନବାଜି, ଟିକେଟ କଟିବା ଭୟରେ ବିଜେଡି ନେତା ଚୁପ ରହୁଛନ୍ତି କହିଲେ ବିରୋଧୀ

ଭୁବନେଶ୍ୱର: ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଓଡ଼ିଶାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ପାଣ୍ଡିଆନ ଆଚରଣ ବିଧି ଉଲଙ୍ଘନ କରି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରି ବିଜେପି ଶାସକ ବିଜେଡି ଉପରେ ବର୍ଷିଛି। ବିଜେପି ରାଜ୍ୟ ସାଧାରଣ…

ଯୋଡ଼ି ହେଲା କଟା ହାତ, ସଫଳ ଭାବେ ପ୍ରତିରୋପଣ କଲେ ବଡ଼ ମେଡିକାଲର ଡାକ୍ତର

ଭୁବନେଶ୍ୱର: କଟକ ଏସସିବି ମେଡିକାଲର ଏକ ଡାକ୍ତରୀ ଦଳ ବାଲେଶ୍ୱର ଜିଲ୍ଲାର ଜଣେ ୨୨ ବର୍ଷୀୟ ଯୁବକଙ୍କ କଟା ହାତକୁ ସଫଳତାର ସହ ଯୋଡ଼ିଛନ୍ତି। ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ପ୍ଲାଷ୍ଟିକ ସର୍ଜରୀ, ଅର୍ଥୋପେଡିକ, ନିଶ୍ଚେତକ ବା ଆନାସ୍ତେସିଆ ବିଭାଗର ଡାକ୍ତରମାନେ ସାମିଲ…

ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ: ପୁଣି ତେଜିଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ରତ୍ନଭଣ୍ଡାର ଖୋଲିବା ନେଇ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ଆବେଦନରେ ଦର୍ଶାଇଛନ୍ତି, ରତ୍ନଭଣ୍ଡାରର ସ୍ଥିତି ନେଇ ଏଏସ୍ଆଇ ଓ ଗଜପତି ମହାରାଜ ଚିନ୍ତାବ୍ୟକ୍ତ…

କିଟ୍‍ କ୍ୟାମ୍ପସରେ ଆରମ୍ଭ ହେଲା କଳିଙ୍ଗ ଭାରତୀ କମ୍ୟୁନିଟି ରେଡ଼ିଓ

ଭୁବନେଶ୍ୱର: କିଟ୍‍ କ୍ୟାମ୍ପସରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ଆରମ୍ଭ ହୋଇଛି କଳିଙ୍ଗ ଭାରତୀ ୯୦.୦ ଏଫ୍‍ଏମ୍‍ କମ୍ୟୁନିଟି ରେଡ଼ିଓ । ସ୍ଥାନୀୟ କର୍ପୋରେଟର୍‍ ପ୍ରୀତିନନ୍ଦା ରାଉତରାୟ, ମିହିର କୁମାର ରାଉତ ଓ ପଟିଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ସମେତ ଚନ୍ଦକା,…

ଚାଷୀ ଓ ଚାଷକୁ ଅଧିକ ଅଗ୍ରାଧିକାର ଦେଇଛନ୍ତି ମୋଦି ସରକାର: ମନମୋହନ ସାମଲ

ଭୁବନେଶ୍ୱର:ଚାଷୀ ଓ ଚାଷ ଉପରେ ମୋଦି ସରକାର ସବୁଠାରୁ ବେଶି ଗୁରୁତ୍ୱ ଦେଉଛନ୍ତି । ଚାଷୀଙ୍କ ବିକାଶ ପାଇଁ ଅଧିକ ଯୋଜନା କରିଛନ୍ତି । ଗତକାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩ ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ôଥକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀଙ୍କ ସମେତ ୩ ଜଣଙ୍କ ଜାମିନ ବିହୀନ ଗିରଫ ପରୱାନା ଜାରି

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚାରେ ACF ମୃତ୍ୟୁ ଘଟଣା । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କ ନାଁ ଜାରି ହୋଇଛି ଜାମିନ ବିହୀନ ଗିରଫ ପରୱାନା । ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ, ପୂର୍ବତନ ଡିଏଫଓ ଏବଂ ରୋଷୟାଙ୍କ ନାଁରେ  ଜାମିନ ବିହୀନ ଗିରଫ ପରୱାନା ବା NBW ଜାରି କରାଯାଇଛି…

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଏକାଧିକ ଦୁର୍ଘଟଣା: ୧୬ ଆହତ

ଭୁବନେଶ୍ୱର:ସୁନାବେଶ ଦେଖିବାକୁ ଯାଉଥିବାବେଳେ ପୁରୀ-ଭୁବନେଶ୍ୱର ରାସ୍ତାରେ ଏକାଧିକ ଦୁର୍ଘଟଣା । ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁରୀ ସହରରେ ଠୁଳ ହାେଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ । ହେଲେ ଜାତୀୟ ରାଜପଥ ଉପରେ କାହାର ନଜର ନାହିଁ । ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖିବା ପାଇଁ…

ଯୁବକଙ୍କୁ ମାଡ଼ ମାରି ରାଜଧାନୀରୁ ବନ୍ଧା ହେଲେ ‘ନକଲି ପୋଲିସ ଅଧିକାରୀ’

ଭୁବନେଶ୍ୱର: ନିଜକୁ ଥାନା ଅଧିକାରୀ ପରିଚୟ ଦେଇ ଯୁବକଙ୍କୁ ମାଡ଼ ମାରୁଥିବା ଜଣେ ନକଲି ପୋଲିସକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଶୁକ୍ରବାର ପୋଲିସରେ ଏନେଇ ଅଭିଯୋଗ ପରେ ନକଲି ପୋଲିସ ଅଧିକାରୀ ରଶ୍ମି ରଞ୍ଜନ ଭୂୟାଁଙ୍କ ହାତରେ ହାତକଡ଼ି ପକାଇଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲାର ରଶ୍ମି…

ଫେଡେରାଲ ବ୍ୟାଙ୍କର ପାର୍ଟ ଟାଇମ ଚେୟାରମ୍ୟାନ ହେଲେ ଅଭୟ ପ୍ରସାଦ ହୋତା

ନୂଆଦିଲ୍ଲୀ:ଫେଡେରାଲ ବ୍ୟାଙ୍କର ପାର୍ଟ ଟାଇମ ଚେୟାରମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି ଅଭୟ ପ୍ରସାଦ ହୋତା । ତାଙ୍କ ନିଯୁକ୍ତିଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅନୁମୋଦନ କରିଛନ୍ତି । ସେ ୨୦୨୩ ଜୁନ ୨୯ ତାରିଖରୁ ୨୦୨୬ ଜାନୁଆାରୀ ୧୪ ଯାଏ ଏହି ପଦବୀରେ ରହିବେ । ସେ ୨୦୧୮ ଜାନୁଆାରୀ…

ଦିଶା ବୈଠକରେ ୫ଟିକୁ ବିରୋଧ: ଅଧାରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ

ନବରଙ୍ଗପୁର: ଦିଶା ବୈଠକରେ ଶାସକ ଓ ବିରୋଧି ତୁ ତୁ ମେଁ ମେଁ । ବୈଠକ ମଝିରୁ ଉଠି ଚାଲିଗଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଗତକାଲି ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ…