Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍, ଚିନ୍ତାରେ ୧୦ ପଞ୍ଚାୟତବାସୀ

କାମାକ୍ଷାନଗର: ରାଜ୍ୟରେ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ହେଉଥି । ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମୁଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ଜିଲ୍ଲାର ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ନାଳ ଉପର ଆପ୍ରୋଚ ରୋଡଟି ବର୍ଷା ଜଳରେ ଧୋଇ…

୨ ଦିନ ପ୍ରବଳ ବର୍ଷା, ୨୭ ସକାଳ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁ ସାରିଥିବା ବେଳେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ଓ ଆସନ୍ତାକାଲି ବିକ୍ଷୀପ୍ତ ବର୍ଷା ହେବାକୁ ଥିବା ବେଳେ ୨୭ରୁ ବର୍ଷାର ପରିମାଣ କମିବ ବୋଲି…

ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ନବୀନଙ୍କ ସହ କେନ୍ଦ୍ର ସରକାରଙ୍କୁ ଟାଣିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଜିଲ୍ଲା ବୁଲୁଛନ୍ତି, ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଲଗାତାର ପ୍ରଶ୍ନ କରି ଚାଲିଛନ୍ତି । ଆଜି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପୁଣି ପାଣ୍ଡିଆନଙ୍କୁ ନେଇ ମୁଖ୍ୟମନ୍ତ୍ରୀ…

ନିର୍ମାଣର ୫ ବର୍ଷ ପରେ ବି ଆବଣ୍ଟନ ହୋଇନି ସରକାରୀ କ୍ୱାର୍ଟର, ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳ

ଯାଜପୁର: ଗଛଲତା, ଉଇହୁଙ୍କାରେ ପରିପୂର୍ଣ୍ଣ ଘର । ପଡ଼ିଛି ଗଦା ଗଦା ମଦ ବୋତଲ ସାଙ୍ଗକୁ ସିଗାରେଟ୍ ଓ ଦିଆସିଲ୍ । ଆପଣ ଭାବୁଥିବେ ଏ ଦୃଶ୍ୟ ବୋଧେ କେଉଁ ଭୂତ କୋଠିର । ଆଜ୍ଞା ନା ଆପଣଙ୍କ ଅନୁମାନ ଭୁଲ୍ । ଏସବୁ ଘର ହେଉଛି ସରକାରୀ କ୍ୱାର୍ଟର । ଆପଣ ଦେଉଥିବା ଟିକସ ଟଙ୍କାରେ ସରକାର ଏସବୁ ଘର…

ବାହାନଗା ଦୁର୍ଘଟଣା: ଡିଏନଏ ରିପୋର୍ଟକୁ ଅପେକ୍ଷା କରି ଗେଷ୍ଟ ହାଉସରେ ମୃତକଙ୍କ ପରିବାର

ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣାକୁ ପୂରିଲାଣି ତିନି ସପ୍ତାହ। ୨୯୨ ଜଣଙ୍କ ଜୀବନ ନେଇଥିବା ଏହି ଦୁର୍ଘଟଣା ପରେ ଚିହ୍ନଟ ହୋଇପାରିନଥିବା ମୃତକଙ୍କ ପରିବାର ଏବେ ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଘର ବାହାର ରାଜ୍ୟର ହୋଇଥିଲେ ମଧ୍ୟ ଏବେ ଏମ୍ସ ପାଖାପାଖି ଭଡା ନେଇ…

ହସ୍ପିଟାଲ ଦଲାଲ ମୁକ୍ତ ହେବା ଦିଗରେ ରାଜ୍ୟ ସରକାର କାମ କରିବା ଦରକାର: ହାଇକୋର୍ଟ

କଟକ: ଦଲାଲ ମୁକ୍ତ ହେବା ଆବଶ୍ୟକ ସରକାରୀ ହସ୍ପିଟାଲ। ଏ ଦିଗରେ ସରକାର ନିୟମ ପ୍ରଣୟନ କରିବା ଦରକାର। ଦଲାଲ ମୁକ୍ତ ଦିଗରେ ସରକାର ନିୟମ ପ୍ରଣୟନ କରିବା ଦରକାର ଏବଂ ଏ ଦିଗରେ ସରକାର କି କି ପଦକ୍ଷେପ ନେଉଛନ୍ତି ସେ ବାବଦରେ ଏକ ସତ୍ଯପାଠ ଦାଖଲ କରିବା ଆବଶ୍ୟକ। ଶନିବାର ହାଇକୋର୍ଟ ଏକ…

ଫାଇଭ ଟି ସଚିବଙ୍କ ବରଗଡ ଗସ୍ତ ବେଳେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ଅପରାଜିତା

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପିର ଜାତୀୟ ସଭାପତି ଜଗତ ପ୍ରସାଦ ନଡ୍ଡା ଏବଂ ପୂର୍ବତନ ଆଇଏଏସ ଅଧିକାରୀ ତଥା ଏବେର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଅପରାଜିତା ଟ୍ବିଟ୍ କରି ଏକ ଚିଠି ସେୟାର କରିଛନ୍ତି। ଯେଉଁଥିରେ ଆଜି ଫାଇଭ ଟି…

ମନ୍ତ୍ରୀ ପଦ ପାଇଁ ବ୍ଲାକମେଲିଂ କରୁଛନ୍ତି ସୌମ୍ୟରଞ୍ଜନ: ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର: ଫାଇଭ ଟି ସଚିବ ପ୍ରସଙ୍ଗରେ ନିଜର ମତାମତ ଆଲେଖ୍ୟ ଜରିଆରେ ଲେଖିଛନ୍ତି, 'ସମ୍ବାଦ' ଖବରକାଗଜରେ ସମ୍ପାଦକ ତଥା ଖଣ୍ଡପଡାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ପ୍ରସଙ୍ଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂର୍ବରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏବେ…

ଅପରାଜିତାଙ୍କ ‘ଫାଇଭ ଟି ସଚିବ’ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଫାଇଭ ଟି ସଚିବ ଆଇଏଏସ ଚାକିରିରି ଦୁରୂପଯୋଗ କରୁଛନ୍ତି ବୋଲି ଅଭିଯୋଗ କରି ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ଏବେ ଖୋଦ୍ ଶାସକ ଦଳର ବିଧାୟକ ତଥା ଓଡ଼ିଶାର ଅଗ୍ରଣୀ ଖବରକାଗଜ 'ସମ୍ବାଦ'ର ସମ୍ପାଦର ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସମ୍ପାଦକୀୟ…

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା, ପିଲାଙ୍କୁ ଭାତ ପରିବର୍ତ୍ତେ ଦିଆଗଲା ମୁଢି

ବାରିପଦା: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଗଲା ମୁଢି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବ୍ରହ୍ମପୁର ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାଲି ସହ ମୁଢି ଦିଆଯାଇଛି। ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ (ଏମଡିଏମ) ଯୋଜନାରେ ଭାତ ବଦଳରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମୁଢି। ଏହି ଘଟଣାକୁ ନେଇ…