Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୁଲାଇ ୧ ରେ ଓଟିଇଟି ପରୀକ୍ଷା, ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ମିଳିବ ସୁଯୋଗ

ଭୁବନେଶ୍ୱର: ଜୁଲାଇ ୧ ରେ ଅନୁଷ୍ଠିତ ହେବ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୨। ଏଥିଲାଗି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ଆଦିରେ ୩୦୭ କେନ୍ଦ୍ର କରାଯାଇଛି। ଏଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିଥିବାରୁ ଦେଢ…

ଲାଞ୍ଚୁଆ ଆରଆଇକୁ ଅଢେ଼ଇ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜୋରିମାନା

ଭବାନୀପାଟଣା: ଶନିବାର ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀକାନ୍ତ ମିଶ୍ର ଏକ ଲାଞ୍ଚ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଅବସର ପ୍ରାପ୍ତ ଆରଆଇ ଈଶ୍ୱରୀ ପ୍ରସାଦ ପୁରୋହିତ କୁ ଅଢେ଼ଇ ବର୍ଷ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଡଣ୍ଡାଦେଶ କରିଛନ୍ତି। ଜୋରିମାନା…

ସୌର ଶକ୍ତି ପ୍ରକଳ୍ପର ବିକାଶ ପାଇଁ ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତର ବୃହତ୍ତମ ଜଳ ବିଦ୍ୟୁତ ବିକାଶ ସଂଗଠନ ଏନଏଚପିସି ଲିମିଟେଡ୍‌, ଓଡ଼ିଶା ସରକାରଙ୍କ ଗ୍ରିଡ୍‍କୋ ସହିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଓଡିଶାରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଅତି କମରେ ୨୦୦୦ ମେଗାୱାଟର ସ୍ୱୟଂ ଚିହ୍ନିତ ପମ୍ପଡ୍…

କାର ଓ ହାଇୱା ମୁହାଁମୁହିଁ ଧକ୍କା: ୨ ଜଣଙ୍କର ମୃତ୍ୟୁ, ୩ ଜଣ ଗୁରୁତର

ସୁନ୍ଦରଗଡ଼:  ଲହୁଣିପଡ଼ା ଥାନା ଅନ୍ତର୍ଗତ ୨୧୫ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଜାତୀୟ ରାଜପଥର ସୁଖାବନ୍ଧ ଠାରେ…

ପଶ୍ଚିମବଙ୍ଗରୁ ଓଡ଼ିଶା ଆସି ଚିକିତ୍ସା କରୁଥିଲେ, ଜଣାପଡ଼ିଲା ଦୁଇ ଜଣ ନକଲି ଡାକ୍ତର

ବଲାଙ୍ଗୀର: ନିଜର ଡାକ୍ତରୀ ଯୋଗ୍ୟତା ନଥାଇ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ଚିକିତ୍ସା କରୁଥିବା ଅଭିଯୋଗରେ ପୁଲିସ ପଶ୍ଚିମବଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ସୁପ୍ରକାଶ ରାୟ ଓ ପବିତ୍ର ବିଶ୍ୱାସ ନାମକ ଏହି ଦୁଇ ବ୍ୟକ୍ତି ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦୁଇଟି ଗାଁରେ…

ନିଜେ ପଢୁଥିବା ପ୍ରାଥମିକ ସ୍କୁଲ ପରିଦର୍ଶନ କରି ଭାବବିହୋଳ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ଜିଲ୍ଲାର ତାଲଚେରରେ ତାଙ୍କ ପିଲାଦିନର ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୭୨ ରୁ ୭୭ ପର୍ଯ୍ୟନ୍ତ…

ଟାଇମସ୍‍ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ରାଙ୍କିଂ-୨୦୨୩, ଭାରତର ଶ୍ରେଷ୍ଠ ୧୩ତମ ବିଶ୍ୱବିଦ୍ୟାଳୟ କିଟ୍‍

ଭୁବନେଶ୍ୱର: ଦି ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ର‌ାଙ୍କିଂ ୨୦୨୩ରେ କିଟ୍‍ ବିଶ୍ୱବିଦ୍ୟାଳୟ ଯଥେଷ୍ଟ ଉତ୍କୃଷ୍ଟ ପ୍ରଦର୍ଶନ କରିପାରିଛି । ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ର‌ାଙ୍କିଂରେ ଉଲ୍ଲେଖନୀୟ…

କୋଟିପତି ଅଧିକାରୀ ଓ ଜିରୋ ଟଲେରାନ୍ସକୁ ନେଇ ଧର୍ମେନ୍ଦ୍ର-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ କୋଟିପତି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଯାହାକୁ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ସଭା କରିବା ସହ ପ୍ରଶ୍ନ କରିଛନ୍ତି ଗତ ୬ ମାସରେ ୧୦୦ରୁ ଊର୍ଦ୍ଧ୍ୱ କୋଟି…

ମାଲକାନଗିରି ଜିଲ୍ଲାରେ ୨୧ଟି ରାସ୍ତା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୧୫୮ କୋଟି

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ସୁଦୃଢ଼ ହେବ ଯୋଗାଯୋଗ ଭିତ୍ତିଭୂମି । ଜିଲ୍ଲାରେ ୧୫୮ କୋଟି ଟଙ୍କା ବ୍ୟୟରେ ୨୧ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ୨୧ଟି ପ୍ରକଳ୍ପରେ ୧୭୨.୫୩…

ଫରେଷ୍ଟରଙ୍କୁ ଗୁଳି ଘଟଣା, ୧୦ ଜଣଙ୍କୁ ଗିରଫ କଲା ମୟୂରଭଞ୍ଜ ପୋଲିସ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବେଆଇନ୍ ଭାବେ ଶିକାର ବେଳେ ଗୁଳିମାଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ମାମଲାରେ ପୋଲିସକୁ ସଫଳତା ମିଳିଛି । ଆଜି ମାମଲାରେ ମୟୂରଭଞ୍ଜ ପୋଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଗିରଫ ସମସ୍ତ ଅଭିଯୁକ୍ତ…