Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖାଲି ଦିନ ନୁହେଁ ପଶ୍ଚିମ ଓଡ଼ିଶାରେ ରାତି ବି ତତଲା

ଭୁବନେଶ୍ୱର: ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆଗାମୀ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଦିନରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ରାତି ବି ତାତିରେ ଜଳୁଛି ।…

ରାଜଧାନୀର ସରକାରୀ କ୍ୱାର୍ଟର ପରିସରରେ ଥିବା ମନ୍ଦିର ଭାଙ୍ଗିବାକୁ ବିଡିଏକୁ ହାଇକୋର୍ଟଙ୍କ ଅନୁମତି

କଟକ: ଭଙ୍ଗା ହେବ ସରକାରୀ କ୍ୱାର୍ଟର ପରିସରରେ ଥିବା ମନ୍ଦିର । ଏନେଇ ଓଡ଼ିଶା ହାଇକୋର୍ଟ, ବିଡିଏକୁ ଅନୁମତି ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୩ ଖାରବେଳ ନଗର ଥାନା ଅନ୍ତର୍ଗତ ଏକ ସରକାରୀ କ୍ୱାର୍ଟର ପରିସରରେ ଥିବା ମାଆ ତାରିଣୀ ମନ୍ଦିର ଭାଙ୍ଗିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି…

ପୁଅକୁ ଝାମ୍ପିନେଲା କୁମ୍ଭୀର, ବିକଳରେ ଚାହିଁ ରହିଥିଲା ମାଆ

ପଟ୍ଟାମୁଣ୍ଡାଇ: ମାଆ ଆଖି ସାମ୍ନାରେ ପୁଅକୁ ଟାଣିନେଲା କୁମ୍ଭୀର। ବିକଳ ଆଖିର ଚାହିଁ ରହିବା ଛଡ଼ା ମାଆ ପାଖରେ ଆଉ କିଛି କରିବାର ବାଟ ନଥିଲା। ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ। ଆଜି ସକାଳେ ୧୦ ବର୍ଷର ନାବାଳକ ଆଶୁତୋଷ ଆଚାର୍ଯ୍ୟ ମାଆଙ୍କ ସହ ନଈରେ ଗାଧୋଉଥିବା ବେଳେ…

ଭୁବନେଶ୍ୱରର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ର ପରଲୋକ

ଭୁବନେଶ୍ୱର: ଭୁବନେଶ୍ୱର ପୌର ନିଗମର ପ୍ରଥମ ମେୟର୍ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କର ପରଲୋକ ହୋଇଛି। ବୁଧବାର ସକାଳେ ସହିଦ ନଗରସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜଗନ୍ନାଥ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ରାଜନୀତି ବ୍ୟତୀତ ଜଗନ୍ନାଥ ମହାପାତ୍ର…

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ୍

ଭବାନୀପାଟଣା: ରେଳବାଇ ପିଛା ଛାଡ଼ୁନି ଟ୍ରେନ୍ ଦୁର୍ଘଟଣା । କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳି ଯାଇଛି । କେସିଙ୍ଗା ରେଲୱେ ଷ୍ଟେସନରେ ଏକ ମାଲବାହୀ ଟ୍ରେନର ୱାଗନ ହଠାତ୍ ମଝିରୁ ଅଲଗା ହୋଇ ଯାଇଥିଲା । ସୂଚନା ଅନୁସାରେ, ମାଲବାହୀ ଟ୍ରେନଟିରେ ଦାମନଯୋଡ଼ିରୁ…

ଭୋଜିରୁ ଫେରୁଥିଲେ: ହାଇୱାକୁ ଧକ୍କା ଦେଲା କାର୍‌, ପରିବାରର ୫ ସଦସ୍ୟ ମୃତ

ବଲାଙ୍ଗୀର: ଜିଲ୍ଲାର ଛୁଇଁବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱାକୁ ପଛପଟୁ ଧକ୍କା ଦେଲା କାର୍‌। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍‌କୁ ଏକ…

କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ପୀଡ଼ିତାଙ୍କ ବୟାନ ରେକର୍ଡ

କଟକ: ବଲିଉଡ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳାଙ୍କର ବୟାନ ବିଭାଗୀୟ ମାଜିଷ୍ଟ୍ରେଟ୍ (ଏସଡିଜେଏମ୍)ଙ୍କ ଆଗରେ ହୋଇଛି । କୋର୍ଟରେ 164 ଧାରାରେ ରେକର୍ଡ କରାଯାଇଛି ଏହି ବୟାନ। ଭଟ୍ଟଙ୍କ ବିରୋଧରେ ବିବାହ, ଠକେଇ, ନିର୍ଯାତନା, ଶୋଷଣ ଭଳି…

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ, ଟପ୍ ୫୦ ତାଲିକାରେ ଓଡ଼ିଶାର ୨ ଜଣ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ନିଟ୍ ୟୁଜି ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ୍ କୋର୍ସରେ ନାମ ଲେଖାଇବା ପାଇଁ ନିଟ୍ ୟୁଜି ଏଣ୍ଟ୍ରାନ୍ସ ଦେଇଥିଲେ । ନିଟ୍ ୟୁଜି ରେଜଲ୍ଟ https://neet.nta.nic.in/,…

ଫୁଟବଲ ପ୍ରତିଭା ଦେଖାଇବାକୁ ସାଲିଆସାହିରୁ ଯିବେ ସ୍ପେନ୍

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିର ସୁଲେଖା କହଁର (୧୬) ଓ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଏକ ଗାଁର ଶ୍ରୀଜଳ କିସ୍କୁ (୧୨)ଙ୍କ ପାଇଁ ଏହା ଏକ ନିଆରା ଆନନ୍ଦ ତଥା ମୁହୂର୍ତ୍ତ। ୟୁରୋପୀୟ ରାଷ୍ଟ୍ରରେ ନିଜର ଫୁଟବଲ ଖେଳର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସ୍ପେନର ପ୍ରଶିକ୍ଷକମାନେ…