Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫୁଟବଲ ପ୍ରତିଭା ଦେଖାଇବାକୁ ସାଲିଆସାହିରୁ ଯିବେ ସ୍ପେନ୍

ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିର ସୁଲେଖା କହଁର (୧୬) ଓ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଏକ ଗାଁର ଶ୍ରୀଜଳ କିସ୍କୁ (୧୨)ଙ୍କ ପାଇଁ ଏହା ଏକ ନିଆରା ଆନନ୍ଦ ତଥା ମୁହୂର୍ତ୍ତ। ୟୁରୋପୀୟ ରାଷ୍ଟ୍ରରେ ନିଜର ଫୁଟବଲ ଖେଳର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସ୍ପେନର ପ୍ରଶିକ୍ଷକମାନେ…

ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ, ୪୦ ଡିଗ୍ରୀ ଉପରେ ୧୮ଟି ସ୍ଥାନ

ଭୁବନେଶ୍ୱର: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପରେ ଆଜି କିଛି ସ୍ଥାନରେ ତାପମାତ୍ରାରେ ଆଂଶିକ ଆଶ୍ୱସ୍ତି ମିିଳିଛି। ମଙ୍ଗଳବାର ୧୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସୋମବାର କିନ୍ତୁ ସୋମବାର ୩୧ଟି ସ୍ଥାନ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା…

ଯାଜପୁର ଗହଣା ଦୋକାନରୁ ଲୁଟ୍ ଘଟଣା, ବିହାରରୁ ଜଣେ ଅଭିଯୁକ୍ତ ଗିରଫ

ଯାଜପୁର: ମାସେରୁ ଅଧିକ ଦିନ ହେବ ଯାଜପୁରର ଏକ ଗହଣା ଦୋକାନରୁ ସଶସ୍ତ୍ର ଡକାୟତି ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ରୂପେଶ କୁମାର ବିହାରର ବୋଲି ଜଣାପଡ଼ିଛି। ଯାଜପୁର ଏସପି ବିନିତ ଅଗ୍ରଓ୍ୱାଲଙ୍କ ସୂଚନା ଅନୁଯାୟୀ, ଘଟଣାର ତଦନ୍ତ ପାଇଁ ଏକାଧିକ ଟିମ୍ ଗଠନ…

ରାଜଧାନୀରେ ପବରେ ଯୁବତୀଙ୍କୁ ଅସଦାଚରଣ, ୧୦ ଗିରଫ

ଭୁବନେଶ୍ୱର: କମିସନରେଟ୍ ପୁଲିସ ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ଅଧୀନ ଏକ ପବ ଭିତରେ ଗଣ୍ଡଗୋଳ ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି। ଗତ ୧୧ ତାରିଖରେ ଜଣେ ଯୁବତୀ ଓ ତାଙ୍କ ଦୁଇ ସାଙ୍ଗ ପବକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ପବର ଜଣେ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଯୁବତୀ ଜଣକ…

୧୪ ଓ ୧୫ ତାରିଖରେ ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବିଜୁଳି ବିତରଣ କଂପାନୀ ଟାଟା ପାୱାରର ଅରାଜକତା ସମସ୍ତ ସୀମା ଉଲ୍ଲଂଘନ କରିଛି । ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି ଏବଂ ସାଧାରଣ ଉପଭୋକ୍ତା ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ…

ଶାଶୁ ଘର ଲୋକେ ଯୌତୁକରେ ବାଇକ ମାଗିବାରୁ ବାପ ଘର ଚାଲିଆସିଲା ନବ ବୋଧୂ

କନ୍ଧମାଳ: ବିବାହ ପରେ ପୁଅ ଘର ଲୋକେ ଯୌତୁକରେ ଗାଡି ମାଗିବାରୁ ଶାଶୂ ଘର ଛାଡି ବାପ ଘରେ ହାଜର ହୋଇଛି ନବବୋଧୂ। ଯଦିଓ ଆଜିର ଶିକ୍ଷିତ ସମାଜ ଯୌତୁକ ବିରୋଧୀ ବୋଲି ଦାବି କରୁଛି କିନ୍ତୁ କନ୍ଧମାଳ ବାଲୁଗୁଡାରେ ଯାହା ଘଟିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆଦିବାସୀ ଅଧ୍ୟୁଷିତ…

ବିଜୁଳି ବିଭ୍ରାଟ ପ୍ରସଙ୍ଗ: ଅମରଙ୍କ ପରେ ସୁବାସ ଟାଟା ଉପରେ ବର୍ଷିଲେ

ଭୁବନେଶ୍ୱର: ଓଡ଼ିଶାରେ ବିଜୁଳି ଯୋଗାଣକୁ ନେଇ ରାଜ୍ୟ ସରକାର ଓ ଟାଟା ପାଓ୍ୱାର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏହାକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଏହି ବିବାଦ ମଧ୍ୟରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଟାଟା ପାଓ୍ୱାରକୁ ଦାୟୀ କରି କହିଛନ୍ତି ଯେ, ଟାଟା ପାଓ୍ୱାରର ଲୋଡ୍…

ପାଚିକା-ସହାୟିକାମାନଙ୍କୁ ଭତ୍ତା ବାଣ୍ଟିଲେ ମୁଖମନ୍ତ୍ରୀ, ଶାଢ଼ି ପାଇଁ ଦେଲେ ୫୦୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ରାଜ୍ୟର ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା ପାଚିକା-ସହାୟିକା ମାନଙ୍କ ପାଇଁ ୧୧୭.୭୩ କୋଟି  ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଥିବା ବେଳେ ଶାଢ଼ି ପାଇଁ ଭତ୍ତା ମଧ୍ୟ ପ୍ରଦାନ କରିଛନ୍ତି । ଆର୍ଥିକ ସହାୟତା ଭାବେ ୧୧୭.୭୩…

ରଜ ପରେ ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ଶବର ଅନ୍ତିମ ସଂସ୍କାର ପାଇଁ ବିଏମସି ପ୍ରସ୍ତୁତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହର ମଧ୍ୟରେ ୪ଟି ସମ୍ଭାବ୍ୟ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ଅନ୍ତିମ ସଂସ୍କାର କରାଯାଇପାରିବ। ସତ୍ୟନଗର ଇଲେକ୍ଟ୍ରିକ୍ ଶ୍ମଶାନ, ଆଇଗିଣିଆ, କପିଳପ୍ରସାଦସ ଏମ୍ସ ନିକଟରେ ଏବଂ…

ଠେଲା ଦୋକାନୀଙ୍କ ପାଇଁ ବ୍ରହ୍ମପୁର ଆଇଟିଆଇ ତିଆରି କଲା ସୁଲଭ ମୂଲ୍ୟର ଇ-ଟ୍ରଲି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ପକ୍ଷରୁ ପରିବା ଓ ଫଳ ବ୍ୟବସାୟୀଙ୍କ ଦୈନନ୍ଦିନ କାମରେ ସହାୟକ ହେବା ପାଇଁ ଏକ ଇ-ଟ୍ରଲି ତିଆରି କରାଯାଇଛି। ଏହି ନବସୃଜନର ଉଦ୍ଦେଶ୍ୟ ହେଉଛି ସେହି ଦୋକାନୀମାନଙ୍କ ପାଇଁ ଯେଉଁମାନେ ରାସ୍ତା କଡରେ କିମ୍ବା…