Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଖୁବଶୀଘ୍ର ଭଦ୍ରକ ଏବଂ ଢେଙ୍କାନାଳ ଗସ୍ତରେ ଆସିବେ ଅମିତ ଶାହ’

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ଏହି ଗସ୍ତ ସମ୍ପୂର୍ଣ୍ଣ ଭାବରେ ଦଳୀୟ ଗସ୍ତ ରହିବ ବୋଲି ସୂଚନା ରହିଛି। ଯଦିଓ ଆସିବା ସୁନିଶ୍ଚିତ ହେଲେ ତାରିଖ ସ୍ଥିର ହୋଇନଥିବା ରାଜ୍ୟ ବିଜେପି ସଂପାଦକ କାଳନ୍ଦୀ ସାମଲ କହିଛନ୍ତି। ସେ କହିଛନ୍ତି, ଲୋକସଭା…

ସାନି ଏତଲା ପରେ ବିଜୟଙ୍କୁ ନେଇ ତିର୍ତ୍ତୋଲ ଗରମ, ପୋଲିସ କାହିଁକି ଚୁପ୍ ?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରେମିକା ସୋମାଲିକାଙ୍କ ସାନି ଏତଲା ପରେ ବିଜୟ ଶଙ୍କରଙ୍କ ବିରୋଧରେ ରାଜନୈତିକ ପ୍ରତିବାଦ ଶାଣିତ ହେବାରେ ଲାଗିଛି । ମଙ୍ଗଳବାର କଂଗ୍ରେସ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି…

ରୋଗ ପୂର୍ବାନୁମାନ ଏବଂ ତ୍ବରିତ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଉପଯୋଗୀ ସାଜିବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ

ଭୁବନେଶ୍ୱର: ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ (ପାରାଲିସିସ୍‌/ବ୍ରେନ୍‌ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ…

ଓଡ଼ିଶା ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନରେ ପିନାକୀ ମିଶ୍ର ଅସହିଷ୍ଣୁ କାହିଁକି ? : ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର: ବରିଷ୍ଠ ବିଜେଡି ସାଂସଦ ପିନାକୀ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ଅବଦାନରେ ଅସହିଷ୍ଣୁ ହୋଇ ଯାଇଛନ୍ତି । ତେଣୁ ସେ ଲୋକସଭାରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି ବୋଲି ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

JSP ଫାଉଣ୍ଡେସନ୍ ପକ୍ଷରୁ ଅନୁଗୁଳର ୪୦ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ

ଭୁବନେଶ୍ୱର: ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ଓ.ପି. ଜିନ୍ଦଲ ଷ୍ଚାର ସ୍କଲରାସିପ୍ ଏବଂ ଓ.ପି. ଜିନ୍ଦୱ ଜୁଏଲ୍ ସ୍କଲାରସିପ୍ ଅନୁଗୁଳର ୪୦ ଜଣ ମେଧାବୀ ଶିକ୍ଷାର୍ଥୀଙ୍କୁ ଦିଆଯାଇଛି । ଅନୁଗୁଳ ଅଡିଏମ୍ ସନ୍ତୋଷ ପ୍ରଧାନଙ୍କ ଉପସ୍ଥିତିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ଚେକ୍ ପ୍ରଦାନ…

ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ନିଆଯିବ ଗୁଜରାଟ, ଜାଣନ୍ତୁ କେମିତି ହୁଏ ପରୀକ୍ଷା…

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ । ଏଥିପାଇଁ ଗୋପାଳ ରାଜି ହୋଇଥିବା ବେଳେ କୋର୍ଟ ବି ଦେଇଛନ୍ତି ଅନୁମତି । ନାର୍କୋ ଟେଷ୍ଟ ସହ ଗୋପାଳର ପଲିଗ୍ରାଫ ଟେଷ୍ଟ ହେବ । ଏଥିସହ କ୍ରାଇମବ୍ରାଞ୍ଚ ଗୋପାଳକୁ ଆଉ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି…

ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାର ଯୋଜନା କରିଛନ୍ତି ସେ ହିଁ ନବ ଦାସଙ୍କ ହତ୍ୟାକାରୀ-ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ନବ ଦାସଙ୍କ ମୃତ୍ୟୁ ଘଟଣାରେ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ । କହିଲେ ମୁଖ୍ୟମନ୍ତ୍ରୀ ଆଶା ହିଁ କାଳ ହେଲା ନବଙ୍କ ପାଇଁ । ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ପରେ ତାଙ୍କ ପଦରେ ବସିବାକୁ ଚାହୁଁଛନ୍ତି ସେମାନେ ହିଁ ନବ ଦାସଙ୍କୁ ରାସ୍ତାରୁ ହଟାଇଛନ୍ତି ବୋଲି କହିଛନ୍ତି…

ବନ ବିଭାଗ ହେପାଜତରେ ମୃତ୍ୟୁ ମାମଲା, ୬ ବନ କର୍ମଚାରୀ ଗିରଫ

କଟକ: ଆଠଗଡ଼ ବଡ଼ମ୍ବା ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା । ପୋଲିସ ହାତରେ ବନ୍ଧା ହେଲେ ୬ ଜଣ ବନ କର୍ମଚାରୀ । ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସହ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଓ ପ୍ରଭାତ ପ୍ରଧାନ ଗିରଫ ହୋଇଛନ୍ତି…

ହାତ ଧରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ !

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇ ପାରନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ନେତା ଅମୀୟ ପାଣ୍ଡବଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ପରେ ରାଜ୍ୟ ରାଜନୀତିକୁ ଏହା ଖୋରାକ୍ ଯୋଗାଇଛି । ହେଲେ ବିଜୟ ପଟ୍ଟନାୟକ କଂଗ୍ରେସରେ ସାମିଲ୍ ହେବେ କି ନା ସେ ନେଇ କିଛି ମନ୍ତବ୍ୟ…

ଗୋପାଳର ହେବ ନାର୍କୋ ଟେଷ୍ଟ, ମିଳିଲା ୫ ଦିନିଆ ରିମାଣ୍ଡ ଅନୁମତି

ଝାରସୁଗୁଡ଼ା: ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପୁଣି ଥରେ ରିମାଣ୍ଡରେ ନେବ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି…