Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାନସ ସ୍ୱାଇଁ ହତ୍ୟା ମାମଲା : ଅଧାପୋଡା ଚପଲ ,ଇୟରଫୋନ୍ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଚଣ୍ଡିଖୋଲରୁ ଜବତ

 ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ତନାଘନା ଜାରି ରଖିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍  । ମାନସ ହତ୍ୟା ମାମଲାରେ ବ୍ୟବହାର ହୋଇଥିବା ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରୁ କୋଦାଳ, ଗଇଁତି ଓ ଅଖା ବସ୍ତା ଜବତ…

ଆଜି ସରିବ ବିଧାନସଭା ବଜେଟ ଅଧିବେସନ

ଭୁବନେଶ୍ୱର : ଆଜି ସରିବ ବଜେଟ ଅଧିବେସନ  ।ବଜେଟ ଅଧିବେସନର ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ କାଲି ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୧ ଲକ୍ଷ ୬ହଜାର ୪ ଶହ ୯୮ କୋଟି ବଜେଟ…

୧୧ କେ.ଭି ବିଦ୍ୟୁତ ତାର ଛିଡି ପଡିଲା , ଜଳିଗଲା ୫ ପରିବା ଦୋକାନ

କଳାହାଣ୍ଡି : ହଠାତ୍ ଛିଡିଗଲା ୧୧ କେଭି ବିଦ୍ୟୁତ ତାର । ପ୍ରାୟ ୫ ବଖରାରୁ ଅଧିକ ପରିବା ଦୋକାନ ଜଳି ଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଛକ ନିକଟଟେ ଏପରି ଅଘଟଣ ଘଟିଛି । ତାରଟି ଛିଡି ଯିବାରୁ ପାଖରେ ଥିବା ଅଧିକାଂଶ ଦୋକାନ ଜଳି ଯାଇଛିାସେପଟେ କ୍ଷତି ପୁରଣ ଦାବିରେ ବ୍ୟବସାୟୀ ମାନେ…

ମାନସ ସ୍ୱାଇଁ ହତ୍ୟା ମାମଲା : ସତ ମାନୁଛନ୍ତି ଶର୍ମିଷ୍ଠା, ଅଡୁଆରେ ନିରଞ୍ଜନ ସେଠୀ

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା ମାମଲା । ଦିନକୁ ଦିନ ବଢୁଛି ଅଡୁଆ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସବୁ ସତ ମାନିଯିବା ପରେ ଅଡୁଆରେ ପଡିଲେଣି ନିରଞ୍ଜନ ସେଠୀ । ପୋଲିସ ଶର୍ମିଷ୍ଠାକୁ ଖୋଜୁଥିବା ବେଳେ ଶର୍ମିଷ୍ଠା ସହ ଯୋଗୀ ଝୁନା ଭୋଇକୁ ସାଙ୍ଗରେ ଧରି ଭଦ୍ରକ, କାଳିଆପାଣୀ. ଯାଜପୁର ଓ…

ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ : ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବୃଦ୍ଧି

ଭୁବନେଶ୍ୱର: ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ । ଆଜି ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବଢିଛି । କିଛି ଦିନ ହେଲା ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର । ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି ।…

ତତଲା ତାୱାରେ ସିଝୁଛି ଓଡ଼ିଶା: ୮ଜିଲ୍ଲାରେ ହିଟୱେଭ ଜାରି

ଭୁବନେଶ୍ୱର : ତତଲା ତାୱାରେ ସିଝୁଛି  ଓଡ଼ିଶା। ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହୋଇଛି। ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ପରି ପଶ୍ଚିମ ଓଡ଼ିଶାର ପ୍ରତିଟି ସହରରେ ତାପମାତ୍ରା ଶୀର୍ଷ ଛୁଇଁଛି। ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି।…

ପରୀକ୍ଷା ପେ ଚର୍ଚ୍ଚା: ଓଡ଼ିଶାରୁ ଯୋଗଦେବେ ୨୬ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧, ସକାଳ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ ।  ସୋମବାର  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…

ଜେଏସଡବ୍ଲୁ ପକ୍ଷରୁ ଢ଼ିଙ୍କିଆରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର , ୫୫୦ରୁ ଉର୍ଦ୍ଧ ଲୋକ ଚକ୍ଷୁ ପରୀକ୍ଷା କଲେ

ପାରାଦୀପ  : ଜେ ଏସ ଡ ବ୍ଲୁ ଫାଉଣ୍ଡେସନ ପକ୍ଷରୁ ଢ଼ିଙ୍କିଆ ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର କରାଯାଇଛି ।ପାରାଦୀପ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ…

ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପିତ

ଭୁବନେଶ୍ୱର : ବିଧାନସଭାରେ ଆଜି କାମଚଳା ବଜେଟ ଉପସ୍ଥାପନ କରାଯାଇଛି ।୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହାମାରୀ ଓ ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ଏହି ଆର୍ଥିକ ବର୍ଷରେ…

ଏପ୍ରିଲ ୨ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି ତାତି । ଏହି ସମୟରେ ସ୍କୁଲର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଖରା ବଢୁଥିବାରୁ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ । ସକାଳ ୬ଟା ୩୦ରୁ ୧୦ ଟା…