Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହଙ୍ଗା ପଡିଲା ତହସିଲଦାରଙ୍କୁ ହତ୍ୟା ଧମକ , ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାରେ ମାମଲା ରୁଜୁ

ସମ୍ବଲପୁର : ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ପଡିଲା ମହଙ୍ଗା । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଙ୍କ ନାଁରେ ଥାନାରେ ଏତଲା ଦାୟର । ସମ୍ବଲପୁର କ୍ଷେତ୍ରରାଜପୁର ଦୁର୍ଗାପାଲ୍ଲୀ ବସ୍ତି ଉଚ୍ଚେଦ ସମୟରେ ତହସିଲଦାର ଏବଂ ବିଧାୟକଙ୍କ ସେଠାରେ ପାଟିତୁଣ୍ଡ ହୋଇଥିଲା । ସର୍ବ ସମ୍ମୁଖରେ…

ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର : ବିଜେପି ନିର୍ବାଚନୀ ହିଂସାକାଣ୍ଡ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବାରମ୍ବାର ବିଜେପି ଆଚରଣ ବିଧି ଉଲ୍ଲଙ୍ଘନ କରି ହିଂସାକାଣ୍ଡ ଭିଆଉଛି । ପଞ୍ଚାୟତ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥୀମାନେ ସୁରକ୍ଷିତ ନୁହନ୍ତି…

ଅନୁଗୁଳରେ ହୃଦଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ

ଅନୁଗୁଳ : ପ୍ରିଜାଇଡିଂ ଅଫିସରଙ୍କ ପରଲୋକ । ବୁଧବାର ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତାପୂର୍ବରୁ ହୃଦଘାତରେ ପ୍ରଜାଇଡିଂ ଅଫିସରଙ୍କ ପରଲୋକ ହୋଇଛି । କିଶୋରନଗର ବ୍ଲକ ରଜ।ମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ନାୟକଙ୍କ ହୃଦଘାତରେ ପରଲୋକ ହୋଇଛି ।…

ଆଜିଠୁ ଆରମ୍ଭ ବିଶ୍ବ ପ୍ରସିଦ୍ଧ ମାଘ ମେଳା

ଢ଼େଙ୍କାନାଳ: ଆଜିଠୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମାଘ ମେଳା ତଥା ଯୋରନ୍ଦା ଯାତ୍ରା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ମହିମା ମାଘ ମେଳା । ଦେଶର କୋଣ ଅନୁକୋଣରୁ ମହିମା ସାଧୁମାନଙ୍କ ସମାଗମ ହୋଇଛି । କୋଭିଡ୍ କଟକଣା ଲାଗୁ…

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ : ରାଜ୍ୟ ନିର୍ବାଚନ କମିଶନ

 ଭୁବନେଶ୍ୱର : ଆସନ୍ତାକାଲି ଭୋଟ ପାଇଁ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ଚଳିତଥର ପଞ୍ଚାୟତ ନିର୍ବାଚନ କରୋନା କଟକଣା ମଧ୍ୟରେ ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକରେ…

[ଦେଖନ୍ତୁ ଭିଡିଓ] ପୁରୀରୁ ବ୍ରାଉନସୁଗର ଜବତ: ମାଫିଆ ଫିରୋଜ ଖାନ ସହ ୪ ଗିରଫ

ପୁରୀ: ଗିରଫ ହେଲେ ବ୍ରାଉନସୁଗର ମାଫିଆ । ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀରୁ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ପୁରୀ ସହରର ବାସେଳି ଥାନାର ମାଟିତୋଟାରେ ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ୩୫୬.୬୬…

ବିଧାନ ପରିଷଦ ପ୍ରସଙ୍ଗ : କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର : ବିଧାନ ପରିଷଦ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଚିଠି । ବିଧାନ ପରିଷଦ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚିଠିରେ ବାଚସ୍ପତି ବିଧାନ ପରିଷଦ ପ୍ରସଙ୍ଗରେ ପର୍ଯ୍ୟାୟକ୍ରମେ ସମସ୍ତ ବିଷୟ ଉଲ୍ଲେଖ କରିଛନ୍ତି । ପ୍ରଥମ ଚିଠିରେ…

ଲଟେରୀ ଅଫର୍ ମାଧ୍ୟମରେ ଭୋଟରଙ୍କ ମନ ମୋହୁଛନ୍ତି ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକ

କଳାହାଣ୍ଡି : ଭୋଟ ପାଇଁ ଭୋଟରଙ୍କୁ ଲଟେରୀ ଲୋଭ ଦେଖାଇଲେ ପ୍ରାର୍ଥୀ । ନିର୍ବାଚନୀ ମଇଦାନରେ ପ୍ରାର୍ଥୀମାନେ ନିଜ ନିଜ ଶୈଳିରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏବେ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ…

ନିରଞ୍ଜନ କହିଲେ ରାଜନୀତିରୁ ସନ୍ୟାସ ନେବେ ନାହିଁ

ଭୁବନେଶ୍ୱର: ରାଜନୀତିରୁ ସନ୍ୟାସ ନେବେ ନାହିଁ । ଆଜି ଏକଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ନିର୍ବାଚନ ଲଢ଼ିପାରନ୍ତି ନହେଲେ ଲଢ଼ି ନପାରନ୍ତି । ପଦପଦବୀରେ ରହିଲେ କି ନରହିଲେ ମଧ୍ୟ ରାଜନୀତିରେ ରହିବେ । ଶକ୍ତି ଥିବା ଯାଏ ରାଜନୀତି କରିବେ ବୋଲି ସ୍ପଷ୍ଟ…

ଆଉ ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଫିସର ଚାକିରିରୁ ବିଦା

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମାନଙ୍କ ଭିତରେ ଅଛନ୍ତି ପୋଲିସ ଡିଏସପି, ଓଏଏସ୍ ଅଫିସର, ପୋଲିସ ଇନ୍ସପେକ୍ଟର ଓ୨ ଜଣ ମ୍ୟୁନିସିପାଲଟି ଏକଜିକ୍ୟୁଟିଭ ଅଫିସର ।…