Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆରପାରିରେ ଡାକ୍ତର ଭବାନୀ ଶଙ୍କର ବଳ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଲୋକପ୍ରିୟ ସର୍ଜନ ଡାକ୍ତର ଭବାନୀ ଶଙ୍କର ବଳ ଆଉ ନାହାନ୍ତି । ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । କରୋନା ସଂକ୍ରମିତ ହୋଇ ଦୀର୍ଘ ମାସ ହେବ ମୃତ୍ୟୁ ସହ ସଂଗ୍ରାମ କଲା ପରେ ସେ ହାରିଯାଇଛନ୍ତି । ୟୁନିଟ -୬ ସ୍ଥିତ ସରକାରୀ ବାସ…

ଭିଜିଲାନ୍ସ ଜାଲରେ କିରାଣୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭଦ୍ରକ : ଭିଜିଲାନ୍ସ ଜାଲରେ କିରାଣୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ଚଢାଉ ହୋଇଥିଲା । ତାଙ୍କ ବାଲେଶ୍ୱର ସହର ନେଳିଆବାଗ ବାସଭବନ ନିକଟ ଭଡା ଘର ସହ ଏକ…

ସୁନ୍ଦରଗଡ଼ବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସୁନ୍ଦରଗଡ ଜିଲ୍ଲାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଆଇଜିଏଚ୍‌ ସୁପର…

ଦୁଇ ମାଓବାଦୀ ଗିରଫ, ଅଡିଓ ଟେପ୍ ଜାରି କେଲେ ମାଓନେତା

ଜୟପୁର : ଦୁଇ ମାଓବାଦୀ ଗିରଫ । ଏନେଇ ଅଡିଓ ଟେପ୍ ଜାରି କଲେ ମାଓବାଦୀ ନେତା । ତାଙ୍କର ଦୁଇ ସାଥୀଙ୍କୁ ପୋଲିସ ଗିରଫ କରିବା ନେଇ ଅଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ମାଓନେତା ଗଣେଶ । ଗିରଫ ମାଓବାଦୀ ଦୁଇଜଣ ଆନ୍ଧ୍ର ଓଡ଼ିଶା ବଡର ଜେନେରାଲ କମିଟି ସଦସ୍ୟ ଅରୁଣ ଏବଂ କୁଡୁମୁଲୁଗୁମ୍ମା ଏରିଆ…

ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜବତ ହେଲା ବ୍ରାଉନସୁଗର । ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରସୁଲଗଡ଼ ନିକଟରେ ଚଢ଼ାଉ କରି ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ୨ ଜଣ ବେପାରୀ ଗିରଫ ହୋଇଛନ୍ତି । ସେମାନଙ୍କ…

ଅନୁଗୁଳ ଓ ସୁବର୍ଣ୍ଣପୁରରରେ ରେକର୍ଡ ଭାଙ୍ଗିଲା ବର୍ଷା, କେଉଁଠି କେତେ ବର୍ଷିଛି ?

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ବିତ୍ପାତ ଆଣିଛି । ଅବିରତ ବର୍ଷାରେ ସାରା ରାଜ୍ୟ ହନ୍ତସନ୍ତ ହୋଇଛି । ଚଳିତ ଲଘୁଚାପ ପ୍ରଭାବରେ ମୋଟ ୪୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ଅନୁଗୁଳ ଓ ସୁବର୍ଣ୍ଣପୁରରରେ ରେକର୍ଡ ଭାଙ୍ଗିଛି ବର୍ଷା । ଅନୁଗୁଳ ଜିଲ୍ଲାର ତାଳଚେରରେ…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ଗମନାଗମନ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ୫୩ ନମ୍ବର ଜାତୀୟ ରାଜପଥ ଧୋଇ ଯାଇଛି । ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଏହି ରାସ୍ତା ଦେଇ ଠପ୍ ହୋଇଛି ଯାତାୟତ । ବିଶେଷ କରି ଯାଜପୁର ଜିଲ୍ଲା ଡୁବୁରୀ ଓ…

କମୁଛି କରୋନା କାୟା: ଆଜି ଓଡ଼ିଶାରୁ ୪୨୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୨୮ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୭୬ । ୧୮ ବର୍ଷ ଭିତରେ ଆଉ ୫୫ ଜଣ ଆକ୍ରାନ୍ତ ଚିହ୍ନଟ…

ଫୁଲୁଛି ଜଳକା: ବାଲେଶ୍ୱର ଜିଲ୍ଲା ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ

ବାଲେଶ୍ୱର: ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ । ଜଳସ୍ତର କ୍ରମାଗତ ଭାବରେ ବଢି ଚାଲିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ଜଳକା ବିପଦ ସଙ୍କେତ ଚପିଛି । ଏବେ ସେଠାରେ ଜଳସ୍ତର ରହିଛି ୬.୨୨ ମିର ରହିଛି । ମଥାନୀଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର । ଜଳସ୍ତର ୬.୫ ମିଟର ପାର କଲେ…

ଭୁବନେଶ୍ୱରରେ ଅଙ୍ଗନବାଡି ଦିଦିଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ଦିଦି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର କରୋଡ଼କଣ୍ଟାର ଅଙ୍ଗନବାଡ଼ି କର୍ମୀ କବିତା ମଥାନଙ୍କ ଘରେ ରେଡ୍ ଚାଲିଛି। ତାଙ୍କ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।…