Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ସକ୍ରମଣରୁ ସୁସ୍ଥ ହେଲେ ୨୦ ବର୍ଷିୟ ଯୁବକ, ଦୀର୍ଘ ଦିନ ଧରି ଥିଲେ ଭେଂଟିଲେଟରରେ

ଭୁବନେଶ୍ୱର: ସମ୍ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କରି ଘରକୁ ଫେରିଛନ୍ତି ଜଣେ ୨୦ ବର୍ଷର ଯୁବକ ପ୍ରତୀକ୍ଷ କାଦାମ୍ବାଲୁ। ଦୀର୍ଘ ଏକ ମାସ ଧରି ଏହି ଅଦୃଶ୍ୟ ଶତୃ ସହିତ ଯୁଦ୍ଧ କରିବା ପରେ ଶେଷରେ କୋଭିଡକୁ ପରାଜୟ କରି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାୟଗଡ଼ାସ୍ଥ ମୁନିଗୁଡା ଅଂଚଳର…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ସାହୁଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୁକ୍ରବାର ଦିନ ଅନ୍ତିମ ବିଦାୟ ଦିଆଯାଇଛି। ଶ୍ରୀ ସାହୁଙ୍କ ମୃତଦେହ ଆଜି ସକାଳ ପ୍ରାୟ ୯ ଟା ସମୟରେ ହାଇଦ୍ରାବାଦରୁ ବିଜୁ ପଟ୍ଟନାୟକ…

କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୩୪୭ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହାସହ ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୧୧ ହଜାର ୨୪୭ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ…

ଓଡ଼ିଶାରେ କରୋନା ସଂକ୍ରମଣ ପିକ୍ ପାର୍ କରିଛି

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ମାମଲା ଧୀରେ ଧୀରେ ଖସୁଥିବା ବେଳେ ପିକ୍ ପାର୍ କରିଛି ବୋଲି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ମାସର ଦ୍ୱିତୀୟ ସପ୍ତାହରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଆଶା…

କୋଭିଡ ଯୋଗୁଁ ଅନାଥ ପିଲାଙ୍କୁ ମିଳିବ ଭତ୍ତା

ଭୁବନେଶ୍ବର : କୋଭିଡ ଯୋଗୁଁ ରାଜ୍ୟରେ ବାପା, ମାଙ୍କୁ ହରାଇଥିବା ୧୨ ପିଲା ପାଇବେ ଭତ୍ତା । ମଧୁବାବୁ ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡରେ ବାପା ମା'ଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ମଧୁବାବୁ ଯୋଜନାରେ ୬ଟି…

କରୋନା ଟିକାକରଣ ଉପରେ ନବୀନଙ୍କ ପ୍ରସ୍ତାବକୁ କେରଳ ସିଏମ୍‌ଙ୍କ ସମର୍ଥନ

ଭୁବନେଶ୍ବର: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରର କରୋନା ଟିକା କ୍ରୟ ଏବଂ ବିତରଣ ଉପରେ ଦେଇଥିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପିନାରାଇ ବିଜୟନ କହିଛନ୍ତି ଯେ କେନ୍ଦ୍ର ଟିକାକରଣ କରିବା ଉଚିତ ଏବଂ ସ୍ବାଧୀନ ଭାବରେ…

ମୋରଡାରେ ଦୁର୍ଘଟଣା,ଜଣେ ଆହତ

ମୟୁରଭଞ୍ଜ: ଚିପ୍ସ ବୋଝେଇ ହାଇୱା ଦୁର୍ଘଟଣା ଗ୍ରସ୍ତ ହୋଇଛି । ମୋରଡା ବ୍ଲକ ଭାଲିଆଡିହାର କଲରାଫୁଲିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ଚିପ୍ସ ବୋଝେଇ ହାଇୱା ବାରିପଦାରୁ ଅମର୍ଦା ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରେଇ ରାସ୍ତା ମଝିରେ ଓଲଟି ଯାଇଥିଲା । ଡ୍ରାଇଭର ଜଣଙ୍କୁ ଆହତ…

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତାଳଚେର : ଘରୋଇ କଳିର କୁ ପରିଣତି । ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ।ତାଳଚେର ବଙ୍ଗାଲିତଇଲା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ଶୁକ୍ରବାର ସକାଳେ ଗାଁର ଜୀବନ ବେହେରା ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା…

ବାତିଲ ହେଲା ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

ଭୁବନେଶ୍ବର: ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ୨ ବୋର୍ଡ ପରୀକ୍ଷା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଅପେକ୍ଷା ଛାତ୍ରଛାତ୍ରୀଙ୍କ ଜୀବନ…

କରୋନା ଲଢ଼େଇରେ ହାରିଗଲେ ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ

ଭୁବନେଶ୍ୱର: କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ ଅବସରପ୍ରାପ୍ତ ଡାକ୍ତର ରାମଚନ୍ଦ୍ର ସାଥୁଆ । ଚିକିତ୍ସାଧୀନ ଅବସ୍ଥାରେ ରାଉରକେଲାରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କରୋନା ସଂକ୍ରମିତ ହେବା ପରେ ମାସେ ଧରି ଝାରସୁଗୁଡ଼ା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ…