Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଡିସିନ ଦୋକାନରେ ଗୁଟଖା ଓ ସିଗାରେଟ୍, ମାଲିକ ସହ ୩ ଅଟକ

ଭଦ୍ରକ : ଭଦ୍ରକରେ ଅଜବ ଦୃଶ୍ୟ । ମେଡିସିନ ଦୋକାନରେ ବିକ୍ରି ହେଉଛି ଗୁଟଖା ଓ ସିଗାରେଟ୍ । ଖବର ପାଇ ପୋଲିସ ଓ ପ୍ରଶାସନର ମିଳିତ ଚଢ଼ାଉ ପରେ ଦୋକାନରୁ ଜବତ ହୋଇଛି ଗୁଟଖା ଓ ସିଗାରେଟ୍ । ମେଡ଼ିସିନ ଦୋକାନର ମାଲିକ ଓ କର୍ମଚାରୀଙ୍କ ସହ ସହ ୩ ଜଣଙ୍କୁ ଅଟକ ରଖିଛି ଭଦ୍ରକ ଟାଉନ ପୋଲିସ ।…

ପୁରୀରେ ସପ୍ତାହନ୍ତ ସଟଡାଉନ୍

ପୁରୀ: କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ପୁରୀରେ ମଧ୍ୟ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ ପୁଲିସର କଡାକଡି ଯାଂଚ ଚାଲିଛି ।

ପଶ୍ଚିମବଙ୍ଗ ଫେରନ୍ତାଙ୍କ କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଚିହ୍ନଟ କରୋନାର ତ୍ରିପଲ୍ ମ୍ୟୁଟାଣ୍ଟ ରାଜ୍ୟର ଚିନ୍ତା ବଢ଼ାଇଛି । ଡବଲ୍ ମ୍ୟୁଟାଣ୍ଟ ଠାରୁ ତ୍ରିପଲ୍ ମ୍ୟୁଟାଣ୍ଟ ବେଶ୍ ବିପଜ୍ଜନକ ବୋଲି କୁହାଯାଇଛି । ଏହାକୁ ନେଇ ଗତ ୨୨ ତାରିଖରେ ପଶ୍ଚିମବଙ୍ଗରୁ ଫେରୁଥିବା ସମସ୍ତଙ୍କୁ ୧୪ ଦିନ ଲାଗି କ୍ୱାରେଣ୍ଟାଇନରେ ରଖିବାକୁ…

ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୪୬୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କରୋନା ଲମ୍ବ ଡିଆଁ ମାରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩୪୬୪ ଜଣ ସଂକ୍ରମିତ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ପୁଣି ଭିଜିଲାନ୍ସ ରେଡ୍

କଳାହାଣ୍ଡି:ପୁଣି ଭିଜିଲାନ୍ସ ରେଡ୍ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ। କର୍ଲାମୁଣ୍ଡା ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଆର୍ ଆଇ । ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ଭୁବନେଶ୍ବରରୁ ୭୪୫ ପଜିଟିଭ୍ ଚିହ୍ନଟ, ୩୯୯ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆକ୍ରାନ୍ତ ବଢୁଥିବା ବେଳେ ଏବେ ପ୍ରଶାସନର ଚିନ୍ତା ବି ବଢ଼ିଲାଣି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୪୫ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୪୭ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୫୯୮ । ତେବେ ଆଜି…

ଖୋର୍ଦ୍ଧାରେ ପୁଲିସର କଡାକଡି ଯାଂଚ

ଖୋର୍ଦ୍ଧା : ଭୂତାଣୁ ଭୟ ସମସ୍ତଙ୍କୁ୍ୁ ଘାରିଛି । ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ। କାରୋନାର ଦ୍ଵିତୀୟ ଷ୍ଟ୍ରେନ୍ ପରେ ଖୋର୍ଦ୍ଧାରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟ ଡାଉନ। ସହର ସାରା ସବୁ ବନ୍ଦ । ଖୋର୍ଦ୍ଧା ଚାରିପଟେ ତିନୋଟି ସ୍ଥାନରେ ପୋଲିସର ଚେକିଂ ଚାଲିଛି।…

ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ ହସପିଟାଲ ପରିଦର୍ଶନ

ଗଞ୍ଜାମ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପଦକ୍ଷେପ ନେଲାଣି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ କୋଭିଡ ହସପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ପିପିଇ କିଟ୍ ପିନ୍ଧି ଏମକେସିଜି…

ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଜୁଏଲ ଓରାମଙ୍କୁ କରୋନା

ଭୁବନେଶ୍ୱର: ଜୁଏଲ୍ ଓରାମଙ୍କୁ କରୋନା । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ସାଂସଦ । ଏଥିସହ ବିଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି ।…

ସପ୍ତାହନ୍ତ ସଟଡାଉନ୍ ଯୋଗୁ ରାସ୍ତାଘାଟ ଜନଶୂନ୍ୟ

ଢେଙ୍କାନାଳ:କରୋନା ଯୋଗୁ ପରିସ୍ଥିତି ଅଣାୟତ ହେବାରେ ଲାଗିଛି । କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଢେଙ୍କାନାଳର ବିଭନ୍ନ ସ୍ଥାନ ଜନଶୂନ୍ୟ…