Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁସ୍ଥ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସୂଚନା ଦେଲେ ସାଂସଦ ଓ ପୁଅ 

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ରୁଟିନ ଚେକଅପ୍ ପାଇଁ ସେ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ଏହାସହ ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବାପାଙ୍କ…

ପରିବାରର ୮ କରୋନା ପଜିଟିଭ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଏହି ଗାଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟନା ବ୍ଲକର ସ୍ବାମୀବିରଜ୍ୟଗୋବିନ୍ଦପୁର ଗାଁର ୱାର୍ଡ ନଂ-୬ରେ ଗୋଟିଏ ପରିବାରର ଆଠ ଜଣ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଗୁରୁବାର ସନ୍ଧ୍ୟା…

କେମିତି କଟକରୁ ହାଇଦ୍ରାବାଦ ଖସି ଯାଇଥିଲା ହାଇଦର ? କହିଲେ ପୋଲିସ କମିଶନର

କଟକ: ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ ପୋଲିସକୁ ପ୍ରଶଂସା କରିଛନ୍ତି । ପୋଲିସ କମିଶନର ପ୍ରେସମିଟ୍ କରି କହିଛନ୍ତି- ୧୨୦ଘଣ୍ଟାର ଅପରେସନ ପରେ ତେଲଙ୍ଗାନାରୁ ହାଇଦରକୁ ଗିରଫ କରାଯାଇଛି । ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜ୍ଜା କାଟୁଛି…

ଟିକା ଅଭାବରୁ ୮୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ, ଆଜି ପହଞ୍ଚିବ ଆଉ ୩ ଲକ୍ଷ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଏବେବି ଟିକା ଅଭାବ ଲାଗି ରହିଛି । ଫଳରେ ଗତକାଲି ୧୦୫୦ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିବା ବେଳେ ଆଜି ମାତ୍ର ୭୦୦ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଭ୍ୟାକ୍ସିନ୍ ନିଅଣ୍ଟ କାରଣରୁ ଆଜି ରାଜ୍ୟର ୮୦୦ ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । କୋରାପୁଟ ଜିଲ୍ଲାରେ…

ସ୍ଥଗିତ ହେଲା ଡିପ୍ଲୋମା ଏବଂ ପିଡିଆଇଏସ୍‌ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି (SCTE & VT) ଡିପ୍ଲୋମା ଏବଂ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖିଛି। ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା। ଓଡ଼ିଶାର SCTE & VT ର…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ବଲାଙ୍ଗୀର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ। ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଜତିଶ ଖମାରି ଗୁରୁବାର ଦିନ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ ଓଡିଶାର ବଲାଙ୍ଗୀର ଜିଲ୍ଲାର ପାଟନାଗଡରେ ଅବସ୍ଥିତ ଓଡ଼ିଆ ଖବରକାଗଜ 'ସମ୍ବାଦ' ଏବଂ 'ଡିଡି-୧'ରେ ୨୦…

ଆଜି ଛତିଶାନିଯୋଗ ବୈଠକ, ଜଗା ଦର୍ଶନକୁ ନେଇ ଆସିପାରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ସାରା ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ କଟକଣା କଡାକଡି କରାଯାଇଛି। ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ନେଇ ଘୋଷଣା କରାଯାଇଥିଲା ବେଳେ କୀର୍ତ୍ତିରାଜି ଗୁଡିକରେ ପର୍ଯ୍ୟଟକଙ୍କ ଆଗମନକୁ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ…

ବିମାନବନ୍ଦରରେ ପହଞ୍ଚିବା ପରେ ହାଇଦରକୁ କଟକ ନେଲା ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ହାଇଦ୍ରାବାଦରୁ ଗିରଫ ଗ୍ୟାଙ୍ଗଷ୍ଟର ହାଇଦର । ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପୋଲିସ ପହଞ୍ଚିଥିଲା । ସେଠାରେ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ତା'ପରେ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗିରଫ ହାଇଦରକୁ…

କରୋନାରେ ରାଜ୍ୟରେ ଆଖି ବୁଜିଲେ ଆଉ ୩ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ପାର୍ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୯୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା…

ରାଜ୍ୟରେ ୩ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୫୦୦ରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ଏପ୍ରିଲ୍ ମାସ ଆରମ୍ଭରୁ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ ଦୈନିକ ସଂକ୍ରମଣ ୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ମଧ୍ୟରେ ୩,୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…