Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକଅପ୍, ଡ୍ରାଇଭର ମୃତ

କରଞ୍ଜିଆ(ମୟୂରଭଞ୍ଜ): ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକଅପ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ହେଲପର୍ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରୋଡ୍ ଚାଇଁବାଇଁଶି ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।…

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ରାତି ସାରା ଧାରଣା ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ବାଚସ୍ପତିଙ୍କୁ ବିରୋଧ କରି ବିଧାନସଭା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା । ସାରା ରାତି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ବିଧାୟକ । ଶନିବାର ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକ ଇୟରଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ…

ଆଜିଠୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: କୋଭିଡ୍ ସଂକ୍ରମଣ ପୁଣି ବଢ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ଏସଓପି ଜାରି କରିଛି । ନୂଆ ଏସଓପି ଅନୁସାରେ ଏଣିକି ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ । ଆଜିଠୁ ପ୍ରତି ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ ।…

ଭୁବନେଶ୍ବରରୁ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ମୋଟ ୭୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସେଥି ମଧ୍ୟରୁ ଭୁବନେଶ୍ବରରୁ କେବଳ ୭୧ ଜଣ…

ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭା ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ମୋଟ ୯ଟି ବିଲ୍…

ଦଣ୍ଡ ନାଚରେ ଲାଗିଲା କଟକଣା

ଗଞ୍ଜାମ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଦଣ୍ଡନାଚ ଉପରେ କଟକଣା ଲଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗ ଦେଇପାରିବେ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାସହ ଜିଲ୍ଲାରେ କୌଣସି ପ୍ରକାର…

ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍, ରବିବାର ଜଗା ଦର୍ଶନ ବନ୍ଦ

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଶ୍ରୀମନ୍ଦିର ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲିଠାରୁ ସବୁ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । କୌଣସି ଭକ୍ତ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ନାହିଁ । ସାନିଟାଇଜ୍‌ ପାଇଁ ଶ୍ରୀମନ୍ଦିରକୁ ପ୍ରତି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀ ମୁଣ୍ଡ ଟେକିଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୨୦୫ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୩୨ ଜଣ ସୁସ୍ଥ ହୋଇଥିବା ବେଳେ,…

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା, ବିଜେପିର ୩ ବିଧାୟକ ସସପେଣ୍ଡ

ଭୁବନେଶ୍ବର : ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ବିଜେପିର ୩ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଚଳିତ ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ବିଷ୍ଣୁ ସେଠୀ, ଜୟ ନାରାୟଣ ମିଶ୍ର ଓ ମୋହନ ମାଝୀଙ୍କୁ ନିଲମ୍ବିତ କରାଯାଇଛି ।…

ପିପିଲି ମଇଦାନରେ ୧୦ ପ୍ରାର୍ଥୀ, ଭୋଟ ଦେବେ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ । ଆଜି ପାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା । ମୋଟ ୧୫ ଜଣ ନାମାଙ୍କନ ଭରିଥିବା ବେଳେ, ତିନି ଜଣଙ୍କର ନାକଚ ହୋଇଛି । ସେହିପରି ଦୁଇ ଜଣ ପାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଉପନିର୍ବାଚନ ପାଇଁ ଏବେ…