Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉଦଳା ଦୁଗ୍ଧା ଗାଁରୁ ୪୫ କିଲୋ ହାତୀ ଦାନ୍ତ ଜବତ, ୨ ବ୍ୟବସାୟୀ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡକୁ ବଡ଼ ସଫଳତା । ଉଦଳା ଥାନା ଦୁଗ୍ଧା ଗାଁରୁ ୪୫ କିଲୋ ହାତୀ ଦାନ୍ତ ଜବତ କରିଛି ବନ ବିଭାଗ । ଏଥିସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗର ସ୍ବତନ୍ତ୍ର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ଫାଗୁ ହାଁସଦା ଓ ପିଥ ସୋରେନ । ଫାଗୁର ଘର ଉଦଳା ଥାନା…

ଜଙ୍ଗଲରେ ନିଆଁ, ଭୟଭୀତ ଅବସ୍ଥାରେ ୫୦ ପରିବାର

ପାଟଣା:ଜଙ୍ଗଲରେ ଜଳୁଛି ନିଆଁ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଧିନ ତୋଣ୍ଡବିଟ୍ ଅଞ୍ଚଳର ସଡ଼ଙ୍ଗ ବାହାଳୀ ଓ ରୋହଣୀ ଦୁମା ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଜଙ୍ଗଲ ନିକଟରେ ଥିବା ୫୦ରୁ ଉର୍ଦ୍ଧ୍ବ ପରିବାର ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଜଙ୍ଗଲରେ…

ପିଲା ଚୋରୀ ଉଦ୍ୟମ ବେଳେ ଜଣକୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସ ନାକେଦମ

ବାଲିପାଟଣା: ପିଲା ଚୋରୀ ଉଦ୍ୟମ କରିବା ବେଳେ ବାଲିପାଟଣା ଥାନା ବନମାଳିପୁର ନୂଆସାହି ଗ୍ରାମବାସୀ ଜଣେ ବ୍ୟକ୍ତିକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରୁ ଅଟକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଛି ।   ସୂଚନାଯୋଗ୍ୟ, ନୂଆସାହି ଗାଁକୁ ଜଣେ ବ୍ୟକ୍ତି…

ଶ୍ରୀମନ୍ଦିରରେ ଭକ୍ତଙ୍କ ସୁବିଧା ଲାଗି ଏଣିକି ପ୍ରତି ମଙ୍ଗଳବାର ବସିବ ବୈଠକ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢ଼ା ପରିଷ୍କାର ପରିଚ୍ଛନ୍ନତା ନେଇ ହୋଇଛି ସମୀକ୍ଷା ବୈଠକ । ଏଏସଆଇ ପକ୍ଷରୁ ଚାଲିଥିବା ମେଘନାଦ ପାଚେରୀ ଡିପ୍ଲାଷ୍ଟରିଂ କାର୍ଯ୍ୟ ଜୁନ୍ ଶେଷ ସୁଦ୍ଧା ଶେଷ ହେବ । ସେହିପରି ମାର୍ଚ୍ଚ ମାସରୁ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚ୍ଚ ନ୍ୟାୟାଳୟରୁ ମିଳିଛି ସର୍ତ୍ତମୂଳକ ଜାମିନ । ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗିରଫ ହୋଇ ଜେଲରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହୋଇଥିବା…

ରାଜଧାନୀରେ ସିରିଜ୍ ଦୁର୍ଘଟଣା, ଦୁଇ ଅଟକ

ଭୁବନେଶ୍ୱର: ଜାତୀୟ ରାଜପଥ ସିଆରପି ଓଭରବ୍ରିଜ୍ ଉପରେ କାର୍ ସିରିଜ୍ ଦୁର୍ଘଟଣା ଘଟାଇଛି । ନିଶାସକ୍ତ ଅବସ୍ଥାରେ ୪ଟି କାର୍‌କୁ ପିଟିଛନ୍ତି ୨ଜଣ ଯୁବକ । ନିଶାସକ୍ତ ଅବସ୍ଥାରେ ଯୁବକ ଦୁଇ ଜଣ ଗୋଟିଏ ପରେ ଗୋଟିଏ ଗାଡିକୁ ପିଟିଚାଲିଥିଲେ । ୪ଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରେ…

ରାଜଧାନୀରେ ବେପରୁଆ ଡ୍ରାଇଭିଂ: ବାଇକ୍ ଓ ତିନିଟି କାରକୁ ପିଟିଲା ଇନୋଭା ଗାଡ଼ି, ୪ ଆହତ

ଭୁବନେଶ୍ୱର: ବାଣୀବିହାରରୁ ଫାୟାର ଷ୍ଟେସନ ଭିତରେ ଚାରିଟି ଗାଡ଼କୁ ଧକ୍କା ଦେଲା ଇନୋଭା କାର୍ । ବାଣୀବିହାରରେ ବାଇକ୍ ଚାଳକକୁ ଧକ୍କା ଦେଲା । ଫାୟାର ଷ୍ଟେସନରେ ତିନିଟି କାରକୁ ପିଟିଲା । ଆଜି ଭୁବନେଶ୍ୱରରେ ଏଭଳି ବେପରୁଆ ଗାଡ଼ି ଚଳାଇ ସିରିଜ ଦୁର୍ଘଟଣା ଘଟାଇଛନ୍ତି ଜଣେ ଇନୋଭା ଗାଡ଼ି ଚାଳକ…

ଆଜି ରାଜ୍ୟରୁ ୬୮ କରୋନା ପଜିଟିଭ୍, ନୟାଗଡ଼ ଓ ଢେଙ୍କାନାଳ କରୋନା ମୁକ୍ତ

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୪୦ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି ।…

ଭୁବନେଶ୍ୱର ବିମାନବନ୍ଦରରେ ସନ୍ଧ୍ୟା ସୁଦ୍ଧା କୋଭିଡ୍ ଟେଷ୍ଟିଂ ସେଣ୍ଟର

ଭୁବନେଶ୍ୱର: ଦେଶରେ ହଠାତ ବଢିଛି ଦୈନିକ କରୋନା ସଂକ୍ରମଣ । ମହାରାଷ୍ଟ୍ର, କେରଳ ସମେତ ୫ଟି ରାଜ୍ୟରେ କରୋନା କେସ୍ ବଢ଼ିବା ପରେ ଓଡ଼ିଶାରେ ସତର୍କତା । ବିମାନରେ ଆସୁଥିବା ଯାତ୍ରୀଙ୍କ କୋଭିଡ୍ ଟେଷ୍ଟିଂ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଆଜି ସନ୍ଧ୍ୟା ସୁଦ୍ଧା ଟେଷ୍ଟିଂ ସେଣ୍ଟ କରାଯିବ । ଏହି…

କୋଇଲା ମାଫିଆଙ୍କ ଆକ୍ରମଣରେ ଦୁଇ ଆରପିଏଫ୍ କର୍ମଚାରୀ ଲହୁଲୁହାଣ

ଭଦ୍ରକ: କୋଇଲା ଚୋରି ରୋକିବାକୁ ଯାଇଥିବା ଆରପିଏଫ୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । କୋଇଲା ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଜଣ ଆରପିଏଫ୍ କର୍ମଚାରୀ । ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ନାଲଗୁଣ୍ଡା ପାଳଶପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । କୋଇଲା ମାଫିଆଙ୍କ ଆକ୍ରମଣରେ…