Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜରାସ୍ତାରେ ଗର୍ଜିଲେ ରାଣୀ ପଣ୍ଡା, କହିଲେ, ଏଇଟା ଟ୍ରେଲର

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜିଲେ ରାଣୀ ପଣ୍ଡା । ଭୁବନେଶ୍ୱର ପିଏମ୍‌ଜି ଛକରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ଦାବିରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କରୋନା ସ୍ଥିତିରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା…

ନଭେମ୍ବର ୧୬ରେ ପ୍ରକାଶ ପାଇବ ଏକକ ପିଜି ନାମଲେଖା ମେରିଟ ଲିଷ୍ଟ

ଭୁବନେଶ୍ୱର: ଏକକ ପିଜି ନାମଲେଖା ତାରିଖରେ କେତେକ ପରିବର୍ତ୍ତନ ହୋଇଛି । ଏେଇ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନଭେମ୍ବର ୧୦ରେ ପ୍ରକାଶ ପାଇବାକୁ ଥିବା ଏକକ ପିଜି ନାମଲେଖା ମେରିଟ ଲିଷ୍ଟ ଆସନ୍ତା ୧୬ରେ ପ୍ରକାଶ ପାଇବ । ନଭେମ୍ବର ୧୦ ତାରିଖ ସକାଳ ୧୧ଟା ୪୫ ସୁଦ୍ଧା…

ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ: ଆଜିଠାରୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ଚଳିତବର୍ଷ ସମରାଭ୍ୟାସ ନାଁ ‘ସାଗରକଚ ଓଡିଶା-ୱେଷ୍ଟବେଙ୍ଗଲ’ ରଖାଯାଇଛି ।ଏଥିରେ ସାମିଲ ହୋଇଛନ୍ତି ତଟରକ୍ଷୀ ବାହିନୀ, ନୌସେନା, ପାରାଦୀପ ପୋର୍ଟ,  ବନବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ ସମେତ ୯ରୁ ଅଧିକ…

କରୋନାରେ ରାଜ୍ୟରୁ ଆଉ ୧୪ ମୃତ, ମୟୂରଭଞ୍ଜରେ ବଢୁଛି ଡେଥ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁହାର କମ୍ ରହିଥିଲେ ବି ପ୍ରତିଦିନ ୧୦ରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଗତ ୨୪ ଘଣ୍ଚାରେ ଆଉ ୧୪ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୮ ଜିଲ୍ଲାର ଆକ୍ରାନ୍ତ । ସେମାନଙ୍କ ଭିତରେ ୩ ଜଣ ମହିଳା ଓ ୧୧ ଜଣ ପୁରୁଷ ଅଛନ୍ତି ।…

ରାଜ୍ୟରେ ୩ ଲକ୍ଷ ମୁହାଁ ସଂକ୍ରମିତଙ୍କ ସଂଖ୍ୟା, ଆଉ ୧୩୮୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ୨ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୧୩୮୫ କରୋନା ପଜିଟିଭ ବାହାରିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୯୮ଜଣ କ୍ବାରେଣ୍ଟାଇନ୍‌ରେ…

ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

ପାଲଲହଡା: ଟ୍ରକ ସହ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଧକ୍କା । ଏଥିରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଏହି ଦୁର୍ଘଟଣା ଘଟିଥିଲା । ଜନନୀ ଏକ୍ସପ୍ରେସ ରୋଗୀ ଆଣିବାକୁ ତେଲକୋଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକକୁ ଧକ୍କା…

ପର୍ଯ୍ୟଟକଙ୍କ ପାଇଁ କନ୍ଧମାଳ ମନା

ଫୁଲବାଣୀ: କୋଭିଡ କଟକଣା ମଧ୍ୟରେ ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ କନ୍ଧମାଳରେ ପ୍ରବେଶ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ଅନୁମତି ନାହିଁ। ନଭେମ୍ବର ୩୦ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଏବଂ…

କରୋନା ସଂକ୍ରମିତ ହୋଇ ଆଖି ବୁଜିଲେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ

ଭୁବନେଶ୍ୱର: କରୋନା ନେଲା ଓଡ଼ିଶାରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଆଜି ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ କାର୍ଯ୍ୟରତ ଥିଲେ ପ୍ରବୀର । କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ…

ଆଜିଠୁ +୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ବାକି ଥିବା ସିଟ ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ । ଆଜିଠୁ ଇଚ୍ଛୁକ ଛାତ୍ରଛାତ୍ରୀ ୧୯ ତାରିଖ ଭିତରେ ଆବେଦନ କରିପାରିବେ । ୨୩ ତାରିଖ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ । ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ନଭେମ୍ବର…

ରାଜନଗରରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲେ ୨୦୦ରୁ ଉର୍ଦ୍ଧ୍ବ ପାରା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଦୁଖଃର କଥା ହେଉଛି ଏହି ଘରେ ଥିବା ପାଖାପାଖି ୨୦୦ରୁ ଉର୍ଦ୍ଧ୍ବ ପାରା ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସୂଚନାନୁସାରେ,…