Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଳିତ ବର୍ଷ ଗଞ୍ଜାମରେ ପାଳନ ହେବ ନାହିଁ ଦୁର୍ଗାପୂଜା : ଜିଲ୍ଲାପାଳ

ଛତ୍ରପୁର: ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଲୋକଙ୍କ ସହଯୋଗ ଓ ଚେଷ୍ଟା ଯୋଗୁ ଏହା ହୋଇପାରିଛି। ଏଥିପାଇଁ ଗଞ୍ଜାମର ଜନସାଧାରଣଙ୍କୁ ସୋମବାର ଏକ ଭିଡିଓ ବାର୍ତ୍ତା ଜାରି କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଛନ୍ତି। ତେବେ ଆଗକୁ ଆହୁରି ସଜାଗ ରହିବାକୁ…

କୋଭିଡ କଟକଣା ମଧ୍ୟରେ ଗଡିବ ମା’ ବିରଜାଙ୍କ ରଥ

ଯାଜପୁର: କୋଭିଡ କଟକଣା ମଧ୍ୟରେ ମା' ବିରଜାଙ୍କ ରଥ ଗଡିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏସମ୍ପର୍କରେ ଆଜି ଯାଜପୁର ଜିଲ୍ଲପାଳ ଏସପି ମନ୍ଦିର ପ୍ରଶାସକ ତଥା ଉପଜିଲ୍ଲାପାଳଙ୍କ ସହ ମନ୍ଦିର ସେବାୟତଙ୍କ ବୈଠକ ଏକ ଅନୁଷ୍ଠିତ ହୋଇଛି । ଆୟୋଜିତ ଏହି ବୈଠକରେ ହାଇକୋର୍ଟଙ୍କ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୭୭ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୭୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ କରଙ୍କୁ ଜଣେ ପ୍ରତିଭାବାନ ରାଜନେତା ଏବଂ…

ହେମଗିରିରେ ଲୋକାର୍ପିତ ହେଲା ସାର୍ବଜନୀନ ପାଠାଗାର

ସୁନ୍ଦରଗଡ଼: ‘ସୁନ୍ଦରଗଡ଼ ବହିପଢ଼’ଅଭିଯାନ ଅଧୀନରେ ହେମଗିରି ବ୍ଲକର କମଲଗାଠାରେ ଏକ ଗ୍ରାମୀଣ ପାଠାଗାର ପ୍ରତିଷ୍ଠା କରାଯାଇଛି। ଏହି ଗ୍ରାମୀଣ ପାଠାଗାରକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ସୋମବାର ଦିନ ଉଦଘାଟନ କରିଛନ୍ତି। ଉଦଘାଟନ ବେଳେ ଜିଲ୍ଲାପାଳଙ୍କ ସହିତ ହେମଗିରି…

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ

ଭୁବନେଶ୍ୱର: ଭୁବନେଶ୍ଵରରେ ଆଗାମୀ ୨ ମାସରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ। ସୂଚନା ଅନୁସାରେ ପଟିଆ ଓ ଖଣ୍ଡଗିରିରେ ଏହି ୨ଟି ଶ୍ମଶାନ  କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । ପଟିଆରେ ଗ୍ୟାସ ଜରିଆରେ ଶବଦାହ ବ୍ୟବସ୍ଥା ହେବାକୁ ଥିବା ବେଳେ ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ…

ଘରୋଇ ହିଂସା ମାମଲା; ଅନୁଭବଙ୍କୁ କୋର୍ଟଙ୍କ ନୋଟିସ୍‌

କଟକ: ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କୁ ଘରୋଇ ହିଂସା ମାମଲାରେ କଟକ ଏସଡିଜିଏମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି । ସୂଚନାନୁଯାୟୀ ନିକଟ ଅତୀତରେ ଏହି ବିଜେଡି ସାଂସଦ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ନେଇ କୋର୍ଟଙ୍କର ଦ୍ୱାରସ୍ଥ…

କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୟୁନିସେଫ୍‌ର ସହଭାଗିତାରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪…

ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କର ସୋମବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲେ। ତାଙ୍କ ବିୟୋଗରେ ଗଣମାଧ୍ୟମକୁ ସୂଚନା ଦେଇ ପୁଅ ସୁମନ କହିଛନ୍ତି ଯେ ତାଙ୍କ ପିତା ଗତ…

ସ୍ପଷ୍ଟ ଦିବାଲୋକରେ ଡିକି ଭାଙ୍ଗି ଲୁଟି ନେଲେ ପାଖାପାଖି ୨ ଲକ୍ଷ ଟଙ୍କା

ରାଉରକେଲା: ଇସ୍ପାତ ସହର ରାଉରକେଲାର ଉଦିତନଗର ସ୍ଥିତ କାନାରା ବ୍ୟାଙ୍କ ନିକଟରେ ଥିବା ଏକ ମୋଟରସାଇକେଲ ଡିକି ଭାଙ୍ଗି ଲୁଟ ଅଭିଯୋଗ । ସ୍ପଷ୍ଟ ଦିବାଲୋକରେ ଗାଡି ଡିକି ଭାଙ୍ଗି କିଛି ଦୁର୍ବୁତ୍ତ ୧.୯୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ସୁନ୍ଦରଗଡର…