Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋର୍ଦ୍ଧାରେ କମୁନି କରୋନା ମୃତ୍ୟୁ, ପ୍ରାଣ ହରାଇଲେ ଆଉ ୩, ଆଜି ରାଜ୍ୟରେ ଗଲା ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନାର ତାଣ୍ଡବ । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ପ୍ରତିଦିନ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୁଣ୍ଡ ନେଉଛି କିଲର ଭାଇରସ କରୋନା । ଆଜି ପୁଣି ରାଜ୍ୟରୁ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରୁ କରୋନାକୁ ବ୍ରେକ୍ ଲାଗୁନି । ଏଠି…

ଆଜି ୪ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଲଗାତର ୧୦ ରୁ ୧୨ ଦିନ ଧରି ୪ ହଜାର ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିବା ବେଳେ ଆଜି ମିଳିଛି ସାମାନ୍ୟ ଆଶ୍ୱସ୍ତି। ରାଜ୍ୟର ୩୦ ଜିଲ୍ଳାରୁ ଆଜି ୩୯୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୦୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୧୩ ସ୍ଥାନୀୟ ଅଞ୍ଚଳରୁ…

ଅକ୍ଟୋବରରୁ ଖୋଲିବ ପର୍ଯ୍ୟଟନ ସ୍ଥଳୀ

ଭୁବନେଶ୍ୱର: କରୋନା ଭିତରେ ଆସିଲା ଖୁସି ଖବର । ଅପେକ୍ଷାର ହେଲା ଅନ୍ତ । ରାଜ୍ୟରେ ଅକ୍ଟୋବର ମାସରୁ ଖୋଲିବ ପର୍ଯ୍ୟଟନସ୍ଥଳୀ । ବିଶ୍ୱ ପର‌୍ୟ୍ୟଟନ ଦିବସରେ ଏନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋଭିଡ ଗାଇଡଲାଇନ୍ ମଧ୍ୟରେ ପର୍ଯ୍ୟଟନ ସ୍ଥଳ ଖୋଲିବାକୁ…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ, ୬ ଗୁରୁତର

ଖୋର୍ଦ୍ଧା: ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଦୁଇଟି ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତ୍ରୀ ଗାଁରେ ହଠାତ୍…

ଆଜିଠୁ ବାରିପଦା ୭ ଦିନ ପାଇଁ ବନ୍ଦ

ବାରିପଦା: ବାରିପଦାରେ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ନାଗରିକ ସଂଗଠନ ବାରିପଦାକୁ ୭ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରିପଦାର ଯୁବ ସଂଗଟନ ବ୍ୟବସାୟିକ ସଂଘ, ବଣିକ ସଂଘ, ଓକିଲ ସଂଘ, ସହର ବନ୍ଦ ରଖିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଆଜିଠାରୁ…

ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ

ବୌଦ୍ଧ: ଉପଜିଲ୍ଲାପାଳଙ୍କ ନାଁରେ ନିର୍ଯାତନ ଅଭିଯୋଗ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ତାଙ୍କ ପତ୍ନୀ । ଡେପୁଟି କଲେକ୍ଟର ଶରତ ବାଗ ସମ୍ପର୍କୀୟଙ୍କ ସହ ଝାରସୁଗୁଡ଼ା ଯାଇ ପତ୍ନୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । କୌଣସି କାମରେ ଝାରସୁଗୁଡା ଯାଇଥିବା ସମୟରେ ଶରତ ବାଗ୍‌ଙ୍କ…

ଦିନକ ପରେ ମୌସୁମୀ ଅଧିବେଶନ, ଆଜି ବି ଚାଲିଛି ବିଧାୟକଙ୍କ କୋଭିଡ ଟେଷ୍ଟିଂ

ଭୁବନେଶ୍ୱର: ଆଉ ଦିନକ ପରେ ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ ଏବଂ କର୍ମଚାରୀଙ୍କ ଆଜି ବି କରୋନା ଟେଷ୍ଟ ହେଉଛି । ଆଜି ସକାଳ ୮ଟାରୁ ଟେଷ୍ଟ ଆରମ୍ଭ ହୋଇଛି । ନମୁନା ସଂଗ୍ରହ ଲାଗି ବିଧାନସଭା ପରିସରରେ ୬ଟି କାଂଉଟର କରାଯାଇଛି । ସାମାଜିକ ଦୂରତା ରଖି ନମୂନା…

ଆଜି JEE ଆଡ୍‌ଭାନ୍ସଡ ପରୀକ୍ଷା

ଭୁବନେଶ୍ୱର: ଆଜି ଜେଇଇ ଆଡଭାନ୍ସଡ ପରୀକ୍ଷା । ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ମୋଟ ୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୯ଟି ପରୀକ୍ଷା କେନ୍ଦ୍ର ହୋଇଛି । ଓଡ଼ିଶାରୁ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ ଦୁଇଟି…

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ୱେବିନାର୍

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଗଣିତ ବିଷୟ ଉପରେ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ବିଶିଷ୍ଟ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ଗଣିତ ପରି ବିଷୟକୁ ନେଇ ଆଗକୁ କିପରି ବଢିହେବ ଏବଂ କ୍ୟାରିଅର ଗଢିବାରେ ଏହା କେତେ ସାହାଯ୍ୟ…

ବିିଶ୍ୱ ପର୍ଯ୍ୟଟନ ଦିବସ ପାଇଁ ବାଲୁକା ଶିଳ୍ପୀ ମାନସ ପ୍ରସ୍ତୁତ କଲେ ବାଲୁକା କଳା

ପୁରୀ: କରୋନା ମହାମାରୀ ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଆଶା ରହିଛି ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିବ । ଆସନ୍ତାକାଲି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ନିଜ ବାଲୁକା କଳା ମାଧ୍ୟମରେ…