Latest Odisha News

BREAKING NEWS

Browsing Category

ଗଳ୍ପ

ଝିଅ ହେଇଚି !

ଝିଅ ହେଇଚି ! ପଲ୍ଲବୀ ପୂଜାପଣ୍ଡା ଲେବର ରୁମରୁ ବାହାରି ଲେଡି ଡକ୍ଟର ବିଷ୍ଣୁପ୍ରିୟା ମହାନ୍ତି, "ମିଶ୍ରବାବୁ...!" ରିସେପସନ୍ ଆଡୁ ଚାଲୁଚାଲୁ  ଶାନ୍ତିଲତା ମାଡ଼ମ୍, "ପ୍ରକାଶ...!" ସେପଟୁ ନର୍ସ ମନିଦିଦି ବି ତାଳ ଦେଇ, "ପିକୁରେ...!" ତ୍ରିଦେବୀ ମିଳିତ ହେଲେ ପ୍ରକାଶ ଢେରାଦେଇ…

ଘନହୋଇଯାଏ ଅନ୍ଧାର

ଘନହୋଇଯାଏ ଅନ୍ଧାର ଦାଶ ବେନହୁର ସେଦିନ ବନ୍ଧୁମାନଙ୍କର ପ୍ରସ୍ତାବଟି ହଠାତ ମତେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଆହ୍ୱାନ ଭଳି ମନେହେଲା । କେତେବେଳେ ହେଲେ ଖୋଲି ନ ଥିବା ଅଜଣା ଗୋଟିଏ ପୃଷ୍ଠା ସେମାନେ ଖୋଲିଦେଲେ ମୋ ପାଇଁ । କେମିତି ଗୋଟାଏ ସ୍ପନ୍ଦନ ମୋ ଭିତରେ ଖୋଲିଗଲା ସେତେବେଳେ । ହଁ ହଁ…

ପୁରୁଷ କାଉର ବସା

ପୁରୁଷ କାଉର ବସା ଶଶାଙ୍କ ପ୍ରିୟସଖା ପତ୍ନୀ କହିଲେ: ବୁଝିଲ, ମୋତେ ମୃତ୍ୟୁଦଣ୍ଡ ଦେଲେବି ମୁଁ ସ୍ୱୀକାର କରିବି । ହେଲେ ମୁଁ ଗୋଟେ ସାଂଘାତିକ ଭୁଲ କରିଦେଇଛି । : କ’ଣ ଖୋଲିକରି କୁହ । : ମୁଁ ପୁଣି ଥରେ ଗର୍ଭବତୀ । ମୋ’ର ବିଚଳିତ ହବାର ଅନେକ କାରଣ ଥିଲା । ସେମାନଙ୍କ ମଧ୍ୟରୁ ପ୍ରଥମ…

ଛାଡ଼ଖାଇ

ଛାଡ଼ଖାଇ ବିଦ୍ୟାଧର ପଣ୍ଡା ଛାଡ଼ଖାଇ ଦିନକୁ ଭୁଆଁଭାଇ ଚାରିପେଟି ମିଲିଟାରି ଥ୍ରୀ ଏକ୍ସ ରମ କାର୍ଟୁନ ଯୋଗାଡ଼ କରି ତିନିମାସ ହେଲା ଜଗିଥିଲା । ଶନିବାର ପଡ଼ିଗଲା ବୋଲି ମନମାରି ଦାଣ୍ଡପିଣ୍ଡାରେ ଏକାଏକା ବସି କ’ଣ ଗୁଡ଼ାଏ ଭାବୁଛି । ଉଦାସ ଚେହେରା । ଶନିବାରଟିକୁ ସିଏ କୋଡ଼ିଏ ବର୍ଷ ହେବ…

ଟ୍ରାଉମା

ଟ୍ରାଉମା ସୌମ୍ୟା ମହାପାତ୍ର ଦେହ ସାରା ମୋର କଣ୍ଟା ଭର୍ତ୍ତି, ରକ୍ତ ଝରୁଛି ଟୋପେ ଟୋପେ ଆୟୁଷର ଅବଧିର ହିସାବ କିତାବ ଚାଲିଛି ଡାକ୍ତରଙ୍କ ଶୀତତାପ ନିୟନ୍ତ୍ରିତ ନିବୁଜ କୋଠରିରେ ଆତ୍ମୀୟଙ୍କ ସହ । ଅପରେସନ୍ ପାଇଁ ଇନସୁରାନସ୍ ଆଉ ବିନା ଇନସୁରାନସ୍ର କେତେ ଖର୍ଚ୍ଚ ହେବ ଅଟକଳ ବି । ନିକଟ, ଦୂର…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଗାୟତ୍ରୀ ଦାସ ୧. ଜିତାପଟ ବାହାର ଟିଣ କବାଟରେ ଦୁମ୍ ଦୁମ୍ କରାଘାତ। କାନ୍ଥର ଗୋଟିଏ କଣକୁ ଟଂଗା ହୋଇଥିବା କ୍ୟାଲେଣ୍ଡରର ପୃଷ୍ଠାକୁ ନିରିଖିଲା ସେ। ଆଜି ତିନି ତାରିଖ। ମାସର ପ୍ରଥମ ସପ୍ତାହରେ ଦିନକ ପାଇଁ ଆସେ ଲୋକଟା। ସବୁ ଚିହ୍ନା ଜଣା ଗ୍ରାହକଠୁ ଟିକେ ଅଲଗା। ସାଥିରେ…

ଫେରିଯାଉଥିବା ଢେଉସବୁ

ଫେରିଯାଉଥିବା ଢେଉସବୁ ସୁଷମା ଦାଶ ମୁଁ ଜାଣିଥିଲି ଦିନେ ନା ଦିନେ ଏମିତି ହେବ ବୋଲି। ସବୁବେଳେ ଶାମୁକା ଯେ ସ୍ୱାତି ନକ୍ଷତ୍ରରେ ପୂର୍ଣ୍ଣଗର୍ଭା ହେବ, ଏ କଥାର ମାନେ ନାହିଁ। ଆକାଶର ସବୁ ମେଘ ଯେ ବରଷା ହୋଇ ମାଟିକୁ ଛୁଇଁବ କିଏ କହିବ ସେ କଥା ! ସବୁ ଫୁଲ କଣ ଫଳ ହୋଇ ପାରନ୍ତି ? ସବୁ ଫୁଲ…

ବସଙ୍କ ଡ୍ୟାଡି

ବସଙ୍କ ଡ୍ୟାଡି   ଅରବିନ୍ଦ ଦାସ କମ୍ପାନୀର ନୂଆ ବସ୍, ଅଫିସରେ ଜଏନ କଲାଦିନ ଡେପୁଟି ମ୍ୟାନେଜର ମହେଶ ଜାଣିଲା ଯେ ବସ୍ ନିଜ ବାପାଙ୍କୁ ବି ସାଙ୍ଗରେ ଆଣି ଗେଷ୍ଟ ହାଉସରେ ରଖିଛନ୍ତି। - ଜିନିଷ ପତ୍ର ସହ ମିସେସ୍ ପଛରେ ଆସିବ। ଶୀଘ୍ର ଜଏନ  କରିବା ପାଇଁ ମ୍ୟାନେଜମେଣ୍ଟ ବାଧ୍ୟ କରିବାରୁ…

ପିମ୍ପୁଡ଼ି

ପିମ୍ପୁଡ଼ି ରଜନୀକାନ୍ତ ମହାନ୍ତି ଖସ୍ ଖସ୍ ଶବ୍ଦ କରି ପତ୍ରଟି ଭୂଇଁ ଉପରେ ଖସି ପଡ଼ିଲା । ଠିକ୍ ଶ୍ୱେତାଙ୍କର ଦେହକୁ ଲାଗି । ଶ୍ୱେତାଙ୍କ ଚମକି ପଡ଼ିଲା ନି । ଆଶ୍ଚର୍ଯ୍ୟ ବି ହେଲା ନି । କିନ୍ତୁ ଏ ଶୁଖିଲା ପତ୍ରଟି ତା ମନର ନୀଳ ହ୍ରଦରେ ଯେ ଧଳା ନୌକାଟିଏ ଭସେଇ ଦେଇ ନ ଗଲା, ତା ନୁହେଁ । ଉପରେ…

ଚୁପଚାପ୍

ଚୁପଚାପ୍ ଅମିୟ ବେଜ୍ ଆଜିକାଲିର ପିଲାଏ ! ସାଧାରଣ କଅଣ ? ଅସାଧାରଣ ଜ୍ଞାନର ମାଲିକ ସବୁ । ସେମାନଙ୍କୁ ଜଣାଥିବ ନିଶ୍ଚୟ ଯେ' ମିରର୍ ରେ ପଛପାଖର ଘଟଣା-ଦୁର୍ଘଟଣା , ଆବଶ୍ୟକତା ଠାରୁ ଆଉରି ନିକଟତର ଦୃଶ୍ୟ ହୁଏ ବୋଲି । ତଥାପି ଦୁହେଁଯାକ ବେଫିକର୍ । ସମୟ ବୋଧେ ସରିଯିବ ଆଜିକପାଇଁ । କାଲିର…