Latest Odisha News
Browsing Category

କବିତା

ଅନୁବାଦ କବିତା : ଏହାଠାରୁ ଅଧିକ

ମୂଳ ବାଂଲା : ସୈୟଦ ଶାମସୁଲ୍ ହକ୍ ଏହାଠାରୁ ବି ଅଧିକ ଖରାପ ହୋଇ ପାରିଥାନ୍ତା ମୋର ସମୟ, ମୋ କବିତା ବି ହୋଇ ପାରିଥାନ୍ତା ଏହାଠାରୁ ହେୟ। ଗ୍ରେନେଡ ଦ୍ୱାରା ଛିନ୍ନଛତ୍ର ଓ ରକ୍ତାକ୍ତ ହୋଇପାରିଥାନ୍ତା ମୋର ଭାଷା ବିସ୍ଫୋରଣରେ ଉଡ଼ିଯାଇ ପାରିଥାନ୍ତା ଶବ୍ଦମାନ ସଙ୍କଳିତ ଥିବା…

କବିତା : ରଜ ମଉଜ 

ବାସନ୍ତୀ ଲତା ଜେନା  ରଜ ଆସିଛିରେ ସଜବାଜ ହୋଇ ଖୁସିର ପସରା ନେଇ ଜୀବନ ସରସ ପର୍ବ ପର୍ବାଣୀରେ ରଜ ଦିଏତ ବତାଇ। (ଘୋଷା) ରଜ ପୂର୍ବ ଦିନ ସାଜସଜ୍ଜା ହୁଏ ରଜ ପାଇଁ ଆୟୋଜନ ପାରମ୍ପରିକ ଏ ପ୍ରଚଳିତ ପର୍ବ ଖୁସି ଆଣି ଦିଏ ଦିନ ପହିଲି ରଜରେ ପ୍ରତ୍ୟୁଷରୁ ଉଠି ସ୍ନାନ ଶୌଚ ହେଉ ଥାଇ…

କବିତା : ରଜ,ଦୋଳି ଆଉ ମୁଠାଏ ଖୁସି

ସୁଜାତା ମିଶ୍ର ଚେନାଏ ଆକାଶ ଛୁଇଁ ଚହଟି ଯାଏ ଚହଲା ବାଦଲ, ଆସିବ, ଲାଗୁଛି .. ତୃଷାର୍ତ୍ତ ମାଟି ଦେହରେ ସବୁଜିମା ଢାଙ୍କିବାର ବେଳ, ରଜ ଆସେ ମହ ମହ ଖୁସି ନେଇ.. ରଜ ଦୋଳିରେ ଝୁଲେ ପଲ୍ଲୀବାଳା .. ମାଟିର ମଣିଷ ଆକାଶର ମେଘ ହୋଇ ଉଡ଼ିବାର ସ୍ବପ୍ନ ଦେଖେ.. ପୁଣି ମାଟିକୁ ଫେରି…

କବିତା : ବନସ୍ତେ ଡାକିଲା ଗଜ

ବିନୋଦିନୀ ଦାଶ ବନସ୍ତେ ଡାକିଲା ଗଜ ପାଖେଇ ଆସିଲା ପରବ ରଜ ପରବ ରଜ ଲୋ ପଲ୍ଲୀଭୂଇଁ ସଜବାଜ ବଉଳ ଲୋ ପଲ୍ଲୀଭୂଇଁ ସଜବାଜ । ଚୂନାକୁଟା ବିରି ବଟା ପୋଡ଼ପିଠା ସହ ନାନାଦି ପିଠା ନାନାଦି ପିଠା ଲୋ ପାଟିକୁ ଲାଗିବ ମିଠା ବଉଳ ଲୋ ପାଟିକୁ ଲାଗିବ ମିଠା । ନିଆରା ପହିଲି ରଜ ସଜ…

କବିତା : ସବୁ ବଦଳିଯାଏ

ଗଜାନନ ମିଶ୍ର  ବଦଳିଯାଏ, ସବୁ ବଦଳିଯାଏ ସମୟ ସହିତ। ସବୁ ହାୱା ସବୁ ଦୃଶ୍ୟ ଅଦୃଶ୍ୟ ସବୁ ମାଟି ସବୁ ଆକାଶ ସବୁ ସବୁ ବଦଳିଯାଏ ଦେଖୁ ଦେଖୁ। ଦେଖୁ ଦେଖୁ କିଏ କେଉଁଆଡକୁ ଯାଏ, ଯାଏ, ଚାଲିଯାଏ। ଯାଏ ତାରା ଯାଏ ପାରା ଯାଏ ଧାରା ଯାଏ ଯାଏ ନଦୀକୁ ଆଉ ଆଉ ଗଭୀରୁ ଗଭୀରକୁ।…

କବିତା : କ୍ଳାନ୍ତ-ବସନ୍ତର ଦୀର୍ଘଶ୍ୱାସ

ସାଧନା ପଣ୍ଡା  କିଛି ଛାଇ , କିଛି ଖରାର ଜୀବନ ମୁନ୍ଦାଏ ଶୀତଳତା କିଛି ଛାଇରେ ବିଶ୍ରାମ ଅଟକି ଯାଏ ପ୍ରାଣ କିଛି କ୍ଷଣ….. ! ଥକି ପଡେ ପାଦ , ଝାଉଁଳି ଯାଏ ହୃଦ , ଶିଝିଯାଏ ପିଠି , ଶୁଖିଯାଏ ତଣ୍ଟି , ଲଟକେ ଜୀବନ ; ଖୋଜିଲା ଖୋଜିଲା ଭାବନେଇ ଥକି ପଡେ ପଲକ ତଳର ଆଖି … !…

କବିତା : ଅଣସର ଦର୍ଶନ

ଗଦାଧର ସାହୁ ଚାଲ ମନ ଅଲାରନାଥ ଆଣସରେଛନ୍ତି ଶ୍ରୀଜଗନ୍ନାଥ ।। ଆସିଥିଲେ ଶ୍ରୀରାମାନୁଜ ଶ୍ରୀଚୈତନ୍ୟଦେବ ଦେବେଶ, ଦର୍ଶନ କରିଲେ ପ୍ରେମେ ମଜ୍ଜିଗଲେ ଏକ ବ୍ରହ୍ମ ମଧ୍ଯେ ଚତୁର୍ଦ୍ଧା ଦୃଶ୍ଯ । ଭକ୍ତି ପ୍ରେମେ ହୋଇଲେ ବାଇ ପାଦ ଚିହ୍ନ କଥା କହଇ, ପାଷାଣ ତରଳି ପାଣି ହୋଇଗଲା…

ଅନୁବାଦ କବିତା : ଚନ୍ଦ୍ରାହତ

ମୂଳ ବଙ୍ଗଳା: ଜୟ ଗୋସ୍ୱାମୀ ଚନ୍ଦ୍ର ଦେହରେ ଉଲକା ମାଡ଼ର ଗାତ ଚନ୍ଦ୍ର ଉପରେ ବହୁବର୍ଷର ଉଲକା ଗୁଣ୍ଡର ଧୂଳି ଶରୀରରେ ହଜାର ମାଇଲର କଟା ଦାଗ ଏବଂ ତା ମସ୍ତିସ୍କରେ ଶୁଖି ବାଲି ହୋଇଯାଇଥିବା ସମୁଦ୍ର। ଛାତ ଉପରେ ଚନ୍ଦ୍ରାହତ ମଣିଷ ତାର ନାକ, କାନ, ମୁହଁ ଦେଇ କ୍ରମାଗତ ବହି…

କବିତା : ଅଣସର ଘରେ ପ୍ରଭୁ

ରମାକାନ୍ତ ନାୟକ କାହିଁକି?? କାହିଁକି ହେ ! ଅଣସର ଘରେ ପ୍ରଭୁ ଜଗନ୍ନାଥ କାହାପାଇଁ ତମେ ନିରୋଧୀତ ଗୃହେ ଅନବସରରେ ଗୋପନୀୟ ଭାବରେ ଅଣସର ପିଣ୍ଡ ଗୃହରେ ମାନବୀୟ ଗୁଣରେ ଦାରୁବିୟ ଗୁପ୍ତ ନୀତିରେ ସ୍ୱତନ୍ତ୍ର ବିଧିରେ ସେବା ପାଉଥାଅ ବିଶ୍ୱାବସୁର ଭାବ ପ୍ରୀତି ଅଶ୍ରୁ ଆଉ…

କବିତା : ନେଇଯାଅ

ସ୍ମୃତି ରଞ୍ଜନ ତ୍ରିପାଠୀ ନେଇଯାଅ ସେ ବାଡ଼ୁଅ ଖରା ନେଇଯାଅ ମୋର ଅଳ୍ପ ବୟସୀ ଆଶ୍ୱିନ ତାରା ଘୋଡେଇ ଦିଅ ମୋତେ ଆୟୁଷର ଛାୟା ତଳରେ ଲିପି ସାରିଥିବା ଅନ୍ଧାର ଆଗ ପିଢ଼ି କହିବେ ଏସବୁ ବାହାନା। କହିଲ କାହା ପାଇଁ ଏ ଯାତ୍ରା ଗଢି ଦେଇଛି ଗୋଟେ ପାନଖିଆ ପାଟି ରକ୍ତ ଲାଲ ଲାଲ ।…