Latest Odisha News

BREAKING NEWS

Browsing Category

କବିତା

କବିତା : ଅଣସର ଘରେ ପ୍ରଭୁ

ରମାକାନ୍ତ ନାୟକ କାହିଁକି?? କାହିଁକି ହେ ! ଅଣସର ଘରେ ପ୍ରଭୁ ଜଗନ୍ନାଥ କାହାପାଇଁ ତମେ ନିରୋଧୀତ ଗୃହେ ଅନବସରରେ ଗୋପନୀୟ ଭାବରେ ଅଣସର ପିଣ୍ଡ ଗୃହରେ ମାନବୀୟ ଗୁଣରେ ଦାରୁବିୟ ଗୁପ୍ତ ନୀତିରେ ସ୍ୱତନ୍ତ୍ର ବିଧିରେ ସେବା ପାଉଥାଅ ବିଶ୍ୱାବସୁର ଭାବ ପ୍ରୀତି ଅଶ୍ରୁ ଆଉ…

କବିତା : ନେଇଯାଅ

ସ୍ମୃତି ରଞ୍ଜନ ତ୍ରିପାଠୀ ନେଇଯାଅ ସେ ବାଡ଼ୁଅ ଖରା ନେଇଯାଅ ମୋର ଅଳ୍ପ ବୟସୀ ଆଶ୍ୱିନ ତାରା ଘୋଡେଇ ଦିଅ ମୋତେ ଆୟୁଷର ଛାୟା ତଳରେ ଲିପି ସାରିଥିବା ଅନ୍ଧାର ଆଗ ପିଢ଼ି କହିବେ ଏସବୁ ବାହାନା। କହିଲ କାହା ପାଇଁ ଏ ଯାତ୍ରା ଗଢି ଦେଇଛି ଗୋଟେ ପାନଖିଆ ପାଟି ରକ୍ତ ଲାଲ ଲାଲ ।…

କବିତା : ସ୍ନାନବେଦୀରେ ମହାପ୍ରଭୁ

ସୁଜାତା ପତି ସ୍ନାନ ପୂର୍ଣ୍ଣିମାରେ ମାନବୀୟ ଲୀଳା ପ୍ରତି ବରଷ ତୁ ପାଳନ କରୁ ଡୋରୀ ଲଗାଇଲେ ମିଳେ ତୋ ଦର୍ଶନ ସେ କଥା କି ଆମେ ଭୂଲିପାରୁ । ବରଷକେ ଥରେ ସ୍ନାନ କରୁ ତୁହି ଭାଇ ଭଉଣୀକୁ ସାଥେ ଧରି ତୋର ସେ ସ୍ନାନ ଜଗତେ ଦେଖନ୍ତି ସ୍ନାନ ପୂର୍ଣ୍ଣିମାର ପଡେ ହୁରି। ଶହେ ଆଠ ଗରା…

କବିତା : ଭାରି କଷ୍ଟ ଲାଗେ

ଭାରତୀ ସରିତା ମହାନ୍ତି  ଭାରି କଷ୍ଟ ଲାଗେ ରକ୍ତ ପର ହେଲେ ଏ କି ଅବା ଭାଗ୍ୟ ଦୋଷ? ଦୋଷ ନ କରିବି ଦୋଷୀ ସାଜେ ମୁଁ ଯେ ଏହା ମୋ’ର ଅବାଶୋଷ। ଭାରି କଷ୍ଟ ଲାଗେ ଆଖି ଦୁଇ ଯେବେ ଖୋଜି ବୁଲେ ଅତୀତକୁ ଅତୀତ ଇଶାରା ଦିଏ ବର୍ତ୍ତମାନ ସଦା କଷ୍ଟ ସହିବାକୁ। ଭାରି କଷ୍ଟ ଲାଗେ ମମତାର…

ଅନୁବାଦ କବିତା : ସମାଧିରେ ଶୋଇବ?

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ପୁରୀ ସମୁଦ୍ରକୁ ଛାଣି ଆଣିଛି ମୁଁ ଶାମୁକା ଗୋଟାଇ ଶଙ୍ଖ, ତାରା ମାଛ, ସାଗରର ଘୋଡ଼ା ଫେଣର ମଧୁରତା ଆଣି ବିଛଣାରେ ଦେଇଛି ମେଲାଇ। ପାତିଛି ଶିମୁଳି ତୁଳା, ବରଫ ଓ ଲୁଣ ପିଠି ଓ ହାଡ଼ରେ ଯେହ୍ନେ ଲାଗିବନି ଅବା ଲାଗି ରହିବନି କଳାଦାଗ କିଛି…

କବିତା : ପ୍ରିୟ କାଳ

ପ୍ରଳୟ ନାୟକ  ତୁମେ ସମୁଦ୍ରେ ସମୁଦ୍ର ଆଉ ମୁଁ ନିରିମାଖୀ ପଥହରା ଶୋଷ ତୁମେ ସତ୍ୟ ଚିରନ୍ତନ ଆଉ ମୁଁ ଖାଲି ଭିଖାରୀଟେ ଟୋପେ ଭାବ ଅବଶେଷ , ଅନନ୍ତ ମୋ ଆକୁଳ ପ୍ରାର୍ଥନା ତୁମେ ଆହେ ଶୁଣିକି ପାରୁନା …….? ତୁମେ ଭାସ୍ବର ଯୌବନ ବିଭାବସୁ ଗତିମାନ ସଦା ଦିନ ଯାଏ ଦିନ ଆସେ ଏପଟ ସେପଟ…

କବିତା : ଅଲୋଡ଼ା ପଣର ହସ

ସୁଜାତା ମିଶ୍ର ପ୍ରବାଳ ଦ୍ୱୀପର ରାଣୀ ନୁହେଁ ମୁଁ ତ..... ନୁହେଁ ରୂପା ଜହ୍ନର ହସ..., ନୁହଁଇ ମୁଁ ବି ସ୍ବପ୍ନ ବିଭୋର ଗୋଧୂଳି ଲଗନେ କ୍ଳାନ୍ତ ପକ୍ଷୀର ଲେଉଟାଣି ଉଚ୍ଛ୍ୱାସ.., ମୁଁ ଯେ କୁଟୀର ଦୁଆରେ ସଂଜ ଦୀପାଳିର ଟୋପାଏ ଆତ୍ମ ବିଶ୍ବାସ..., ଅବା କିଛି ଜମିଥିବା ବର୍ଷା…

କବିତା : ରାତିର କଥା

ସାଧନା ପଣ୍ଡା ଭଲ ପାଇବାର ବିଭୁତିକୁ ଛାତିରେ ସାଇତି ଗ୍ରହଣ ପରି ଢୋକୁଛି ପ୍ରୀତିର ଗରଳକୁ ! ଶୋଷରେ ଜର ଜର ଏଇ ଦୁର୍ବଳ ମନର ଜଖମରେ ମଲମ ଲଗାଇ ନିସ୍ତେଜ, ନିର୍ବେଦରେ ସାରା ରାତି ଅନାଇ ରହିଛି ଟିକେ ଶ୍ୟାମଳ ଛୁଆଁକୁ ! ଅନନ୍ତ ପ୍ରତୀକ୍ଷାର ଅନ୍ତକରି ଧୋଇ ଦେଇଛି ଶ୍ରାବଣ…

କବିତା : ପାପ ଭସ୍ମ

ଗଦାଧର ସାହୁ ତୋ ଦୀପ ଅଗ୍ନିକୁ ମୋ ପାପ ନିଅଣ୍ଟ ପୋଡି ପାଉଁଶ ହେବାକୁ, ତଥାପି ସରୁନି କେମିତି ତେଜିଛୁ ଦୀପ ଅଗ୍ନି ସଳିତାକୁ । ଜନମ ବେଳରେ କେତେ ପାପ ଥିଲା କାହାକୁ କହିଛ କୁହ, ମରଣ ବେଳକୁ କେତେ ରହିଗଲା ପାପି ଚାଲିଗଲା କୁହ । କର୍ମ କରୁ କରୁ ଯେତେ ପାପ କଲି ପୋଡେ…

କବିତା : ଶୂନ୍ୟତା

ଭାରତୀ ସରିତା ମହାନ୍ତି  କଣ୍ଟକିତ ଏହି ଚଲା ପଥେ ଆଜି ପାଦେ ପାଦେ କଣ୍ଟା ଦିଏ ଆଘାତ ଅଭିଶପ୍ତ ଲାଗେ ସାରା ଜୀବନଟା ସ୍ମୃତିରେ ସ୍ମୃତିରେ ହୁଏ ଆହତ। ଆଶାର ସାଗରେ ହାତାଶାର ଢେଉ ସ୍ବପ୍ନ ବାଲି ଘର ନିଏ ଭସାଇ ରଙ୍ଗହୀନ ଏହି ଅଳିକ ଜୀବନ ମୃତ୍ୟୁକୁ ଅପେକ୍ଷା କରି ବସଇ। ପରାସ୍ତ…