ୟାକୁ କ’ଣ କବିତା କୁହାଯାଏ !

ୟାକୁ କ'ଣ କବିତା କୁହାଯାଏ ! ଅବିନାଶ ସାହୁ (ଏକ) - ତମ ଆଖି ଏତେ ଲାଲ୍ କାହିଁକି? - ତମ ହୃଦୟର ରଙ୍ଗ ବୋଧେ ମୋ ଆଖିରେ ଚଢିଯାଇଚି (ଦୁଇ) - ସାୱାର୍ ନବାକୁ ପଡିଲା ଦେହର ତାତି ହଟେଇବା ପାଇଁ - ମୋର ଇଚ୍ଛା, ସାୱାରରେ ରୋମାନ୍ସର ତାତି ବଢେଇବା...

ନାରୀ ଗୋଟେ ବର୍ଷା ଋତୁ

ନାରୀ ଗୋଟେ ବର୍ଷା ଋତୁ ପ୍ରୀତିଧାରା ସାମଲ ଝରକା ପାଖରେ ଠିଆ ହେଇ ସେ ଦେଖୁଚି ବର୍ଷା ସବୁକାମ ସାରିଦେଇ ଆସିଚି, ଖରାରେ ଦେଇଥିବା ପୋକରା ଡାଲିକୁ ନେଇଆସିଚି ଭିତରକୁ, ଲୁଗାପଟା ତୋଳିଆଣିଚି। ଏବେ ସେ ମେଘ ହେଇଯିବ ତା ଆଖି ଆକାଶରେ ବି ରୁନ୍ଧିହେଇ ରହିଚି ଅନେକ ମେଘ ଅଭିଯୋଗ ଆଉ ସନ୍ତାପର । ବର୍ଷା ଦେଇପାରନ୍ତା...

ଶ୍ରୀମତୀ

ଶ୍ରୀମତୀ ଶ୍ରୀଯୁକ୍ତ ସତ୍ୟାନାଶ ଭାଗବାନଙ୍କ ସୃଷ୍ଟିରେ ପତିପତ୍ନୀଙ୍କର ଯୋଡ଼ି ଅତୀବ ସୁନ୍ଦର, ଠିକ୍ ଯେମିତି ଯୋଡ଼ି ବିରିିଆନୀ ସାଙ୍ଗେ କଚମ୍ବର । ପତ୍ନୀଙ୍କୁ ମୁଁ କଚମ୍ବର କହୁଚି ଭାବି ପତ୍ନୀ କେହି କରନ୍ତୁ ନାହିଁ ରାଗ, କାରଣ...ବୁଝିବାରେ ଅସୁବିଧା ନାଇଁ ବିରିଆନୀଟା 'ଈ'କାର ସ୍ତ୍ରୀଲିଙ୍ଗ ଆଉ.. କଚମ୍ବର 'ଅ'କାର ପୁଲିଙ୍ଗ । ସବୁ ଶ୍ରୀମତୀ; ବିରିଆନୀ ପରି; ଖାସି ମାଂସ...

ଓଦାଓଦା

ଓଦାଓଦା ଅଖିଳ କୁମାର ମିଶ୍ର ଦିନ ତମାମ୍ ଚୁପଚାପ୍ ଶାନ୍ତ ବର୍ଷାବିନ୍ଦୁ ମୋ କାଠ ଝରକାର ବନ୍ଧ ଦେଇ ଖସରି ଖସରି ଗଲା ଓ ବିବ୍ରତ ନିଦରୁ ମତେ ଉଠାଇଲା, ଶୟନେ ଅସ୍ତିର ମୋ ଭଙ୍ଗା ହୃଦୟକୁ ମୌସୁମୀ ପରଶି ଦେଲା ଏକ ଶୀତଳ ଆଲିଙ୍ଗନ । ଭଲ ହେଉ ନ ଥିବା...

କାହା ଉପରେ ଅଭିମାନ ମା ?

କାହା ଉପରେ ଅଭିମାନ ମା ? ଶ୍ୱେତା ରାଉତ କାହା ଉପରେ ତୋ’ର ଅଭିମାନ ମା’ କାହାଠୁ ଆଶା କରୁଛୁ ଆଶ୍ଵାସନା ? ନିଜର ସ୍ଥିତି ଜାଣିନଥିବା ସମାଜଠୁ ଯିଏ ମୋହର ଦୁର୍ଗନ୍ଧରେ ରୁନ୍ଧି ହୋଇଯାଏ ଭୟର ଅପନ୍ତରାରେ ପୁହେଇଦିଏ ରାତି ନିରର୍ଥକ ସ୍ୱପ୍ନରେ ହଜେଇଦିଏ ନିଦ ସ୍ୱାର୍ଥପାଇଁ ପାଲଟିଯାଏ ବୈଶାଖର ଦଗ୍ଧ ଅପରାହ୍ନ ଈର୍ଷାର...

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ କଙ୍କଣ ................... ମେଘ ମେଘ ପଲକ ଯେବେ ଦୂରଦୂର ପର୍ଯ୍ୟନ୍ତ ଭାସେ । ଝଡ଼ରେ ନୁହେଁ, କ୍ଷତରେ ବି ନୁହେଁ, ପାହାଡ଼ ବାହୁରେ ତା'ର କଜ୍ଜଳ ଲିଭେ; ଆଖି ତ ବାସ୍ କାହା ପ୍ରେମରେ ହିଁ ଭିଜେ ! ମଶାଲ .................... ସାମର୍ଥ୍ୟ ଥିଲା କି କାହାର ? ସମୁଦ୍ରକୁ ଜଳେଇ ଦେବାର, ବୁଡ଼ି ଗଲା ସେ ନିଜ ଭିତରେ ହିଁ; ସମ୍ଭବତଃ ଗୋଟେ ମଶାଲ କୂଳ ହାତରେ ଥିଲା...

ବୋଉ

ବୋଉ ସରୋଜ ମହାପାତ୍ର ବାରମ୍ବାର ପୁଅମାନଙ୍କ ଅବହେଳା ଓ ହରକତ କଥା ଶୁଣି ବେଳେବେଳେ ବୋଉ ମୋର ବି ଭାବୁଥାଇପାରେ - ଏ ଟୋକାଟା ତ ଅଫିସ କାମ ଆଳରେ ଅନେକ ଦିନ ହେଲା ଘରମୁହାଁ ହେଇନି! ରାଜଧାନୀରେ ରହୁଚି ସମତେ କହୁଚନ୍ତି, ସାହେବ ହେଇଚି । ସେ ଯାହା ହେଉ ମଝିରେ ମଝିରେ ମୋ ଫୋନଟା ବୋଧେ କିଛି ପାପ ଚିନ୍ତାରୁ ତାକୁ ଦୂରେଇ ରଖୁଛି...

ପ୍ରେମକଣ୍ଢେଇ

ପ୍ରେମକଣ୍ଢେଇ ସୋନାଲି ସ୍ୱାଇଁ ତତେ ଲାଜ ପସନ୍ଦ ବୋଲି ଲାଜ କ'ଣ ନ ଜାଣି ବି ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି ତୁ ତାକୁ କେତେ ଆଦର କରୁ ବାସ...

ପ୍ରେମ

ପ୍ରେମ ମାନିନୀ ମିଶ୍ର ପ୍ରେମିକା - ବିବସ୍ତ୍ରା ଧାଡି ଆଉ ଶବ୍ଦର ଅନ୍ଧାର ବୋଝେଇ ଜାହାଜର ମାସ୍ତୁଲ ଧରି ଛିଡା ହୋଇଥବା ଟାଇଟାନିକ ପୋଜ ଯେଉଁଠି ରାତି ମାନେ ରତି, ରତି ମାନେ ରାତି ସେଠି ବେଖାତିର କରିହୁଏ ଲୁଣାସମୁଦ୍ରର ଛୁନ୍ଚିଆ ଛୁଆଁ ସେଠି ବେଖାତିର କରିହୁଏ ରକ୍ତଲୋଭୀ ତିମିର ଆଖିମିଟିକା ସେଠି ଜହ୍ନର ଓଠରେ ଚୁମା ଦିଏ ରଙ୍ଗୀନ...

ପ୍ରେମର ଲଘୁଚାପ

ପ୍ରେମର ଲଘୁଚାପ ଲୋପାମୁଦ୍ରା ନାୟକ ତୁମ ପ୍ରେମ ମୋ ପାଇଁ ଏବେ ଲଘୁଚାପ ତୁହା ତୁହା ବର୍ଷା, ବିଜୁଳି, ଘଡଘଡିର କମ୍ପନ ବାଡି ପଛକଡ ଗାଡିଆର ପାଣି ଠେସି ହୋଇ ଏବେ ମୋ ଘର ଦୁଆରେ ଦୁଇ ବର୍ଷର ଚାଳ ଛପର ଛାତରେ ଏବେ କେତେଟା ବଡବଡ ରଂଧ୍ର ପଚିସାରିଛି ପ୍ରତିଟି ନଡାର...

ସାହିତ୍ୟ