ନଷ୍ଟ ପ୍ରେମିକ

ନଷ୍ଟ ପ୍ରେମିକ ରିତାଞ୍ଜଳି ମହାରଣା ଯଦି ବ୍ୟାକୁଳ ତୁମେ ଉଡିବାକୁ ତେବେ ଅଣନିଶ୍ୱାସୀ ହେବା ଆଗରୁ ଉଡିଯାଅ, ଖୋଲିଦେଲି ପ୍ରେମ ପଞ୍ଜୁରି ଦ୍ୱାର ଯେଉଁଠି ପୋଷା ମନେଇବାର ପ୍ରଚେଷ୍ଟାରେ ହାରିଯାଏ ବାରମ୍ବାର। ହୁଏତ ମୁଁ ଜିଇ ଯାଇପାରେ ନିଃସଙ୍ଗ ମୁଦ୍ରାରେ ପ୍ରତାରିତ ମୁହୂର୍ତ୍ତମାନଙ୍କୁ ଦେହରେ ନାଇ ତୁମେ କିନ୍ତୁ ଉଡିଯାଅ ଛଳନାର ପର ଝାଡ଼ି ପୁଣି ଏକ ମହୋତ୍ସବ ପାଇଁ। ଥାଇପାରେ...

ଅଜ୍ଞାତବାସ

ଅଜ୍ଞାତବାସ ଦିପୁନ୍ ପୁହାଣ ଥାଉ କିଛି, ନିଜଠୁ ବି ଗୋପନୀୟ ହୋଇ । କିଛି ଅସହାୟତା ଏପରି ଯେ ତାକୁ ନିଜଠି ଖୋଲିଦେବାକୁ ଡର ଆଉ ତୁମେ ତ ମୋ ନିଜ ଦେହ ନୁହେଁ ଦେହଠାରୁ ବହୁ ଦୂର । ବଡ଼ ବିଚିତ୍ର ଏ ଦେହ କାରସାଦି, ଏ ଦେହରେ ଇ ବୃହନ୍ନଳା, ଏ ଦେହରେ ଅର୍ଜୁନ...

ଅନ୍ଧକାର

ଅନ୍ଧକାର ଶିବାନନ୍ଦ ବନଛୋର ହେ ଅନ୍ଧକାର... ତୁମେ ତ ବଡ ଲାଜକୁରା ! ଯଦି ନୁହେଁ ତ କାହିଁକି ଲୁଚିଛ ଯେ କଣ ଲୁଚକାଳିର ଖେଳରେ ମତେ ପରାସ୍ତର ରାସ୍ତା ଦେଖାଇବାକୁ ଶକୁନିର ଚାଲ ଚଲାଉଛ କି । କ'ଣ ବୁଢ଼ୀ ଅସୁରୁଣୀର କଥା କହି ଭୟର ଏକ ଦୁର୍ଗମ ଦୂର୍ଗରେ ଚିର ବନ୍ଦୀ କରିବାର ପ୍ରୟାସ...

ଧ୍ରୁବପଥର ସନ୍ଧାନରେ

ଧ୍ରୁବପଥର ସନ୍ଧାନରେ ଦୀପ୍ତିମୟୀ ବିଶ୍ୱାଳ କେତେ ଜୀବନର ପଥଶ୍ରମ ବାଟ କଢାଏ ମୋକ୍ଷ ଆଡ଼କୁ କହିପାରିବ ପଥଚାରୀ ! ଜନନୀ ଜଠରରେ ବାରମ୍ବାର ଶାୟିତ ହେଲାପରେ ବି ଖୋଲିଯାଏନା ତ ରୁଦ୍ଧ ଦ୍ୱାରର ଶିକୁଳି ! ଗମ୍ଭିରାରୁ ଗୋଡ଼ କାଢିଲେ ଦୃଶ୍ୟହୁଏ ମେଘନାଦର ଆରପାଖ । ରାସ୍ତାର ଶେଷମୁଣ୍ଡ ଖୋଜିବାକୁ ବାହାରି ପଡେ ସିଦ୍ଧାର୍ଥ । ସବୁ କପାଳରେ ସୁଜାତାର ହାତ...

ମୋହ

ମୋହ କାଜଲ୍ ସ୍ୱାଇଁ ମୁଁ ଏବେ ମୋହରେ... କେବେ ବଞ୍ଚିବାର ମୋହ କେବେ ସ୍ୱପ୍ନ ଦେଖିବାର ମୋହ ପୁଣି କେବେ ମୋ ଅଣାୟତ୍ତ ବୟସମାନଙ୍କୁ ବାନ୍ଧି ରଖି ଭିନ୍ନ ଏକ ପୃଥିବୀ ଗଢିବାର ମୋହରେ... ବୈଶାଖର ତତଲା ବାଲିରେ ପାଦକୁ ବୁଡେଇ ମୁଁ ସବୁଦିନ ଅପେକ୍ଷା କରିଥାଏ ତୁମକୁ ଯଦିଓ ମୋତେ ଜଣାଥାଏ ମୋ ଅପେକ୍ଷା ବିଫଳ ହେଉଥିବ...

ମହିଷାସୁର

ମହିଷାସୁର ସୁରେଂଦ୍ର ପାଣିଗ୍ରାହୀ କିଏ ଜଣେ ମହାପୁରୁଷ କହିଥିଲେନା ‘ସବୁ କିଛି ହିଁ ଯୁକ୍ତିଯୁକ୍ତ କେବଳ ପ୍ରେମ ଓ ଯୁଦ୍ଧରେ!’ ମୋର ସମସ୍ତ ଅସହାୟ ଇଚ୍ଛା ଓ ଶରୀରର ରକ୍ତମାଂସର କାମନାମାନେ ସତେ ଯେମିତି ତୁମ ପାଇଁ ଜନ୍ମ ନେଇଥିଲେ ଦେବୀ ! ହଁ, ରାକ୍ଷସ ଯୋନିରେ କେଉଁ ଏକ ଅମଙ୍ଗଳ ମୁହୂର୍ତ୍ତରେ ଜନ୍ମିଥିବା ମୁଁ...

ମେଞ୍ଚାଏ ଅଳନ୍ଧୁ

ମେଞ୍ଚାଏ ଅଳନ୍ଧୁ ସୋନାଲି ପଣ୍ଡା ତୁମେ ପଚାରିଲ ମୋ ଚୁପ୍ ରହିବାର କାରଣ ମୁଁ ଉତ୍ତରରେ ଫେରେଇଦେଲି ଲୁଣିଆ ହସରୁ ଚେନାଏ କେଜାଣି କ'ଣ ବୁଝିଲ ମୁଁ ଚଷମା ପିନ୍ଧୁଛି ଏଇ ଏବେଏବେ ମୋ ଆଖି କଣେ ମେଞ୍ଚାଏ ଅଳନ୍ଧୁ ଝରକା ସେପାଖେ ଥୁଣ୍ଟା ଗଛଟିଏ ସେ ଗଛଟାରେ ବାଇଆବସା ହଳେ କାଇଁ ଚିଁ ଚିଁ ଶୁଭୁନି ତ! ସେଠି...

ପଞ୍ଜୁରି

ପଞ୍ଜୁରି ମାନମୟୀ ରଥ ଆମେ ଶିଖିବା ବନ୍ଦ କରିଥିବା ଶିକ୍ଷକ ଉଚ୍ଚାକାଂକ୍ଷୀ ଅଭିଭାବକ ଗଢିପାରୁକି ପିଲାମାନଙ୍କୁ ? ଆମେ ଚାହିଁ ରହୁ ଓ ଈର୍ଷା କରୁ ସେମାନଙ୍କ ସ୍ମିତକୁ ଓ ବିସ୍ମୟଵୋଧକୁ । ଆମେ ଅସହଣୀ ହୋଇ ଚାହୁଁ ସେମାନଙ୍କ ମୁହଁର ଫୁଲକୁ । ଆମ ଅନୁଷ୍ଠାନ ଓ ପରିବାରରେ ସେମାନେ ବନ୍ଦୀହୁଅନ୍ତି କ୍ରମଶଃ, ଆମକୁ ମୁକ୍ତିର ସୂତ୍ର ଦେଇ ସେମାନେ...

ସଫରନାମା-୩୭

ସଫରନାମା-୩୭ ଦେବୀଶଙ୍କର ଦାଶ || ୧ || ସାଥୀଙ୍କ ଗହଳି ମୁଁ ଏକା ଠିଆ ମୋର ହିଁ ସହର ମୁଁ ଭଡ଼ାଟିଆ ତମ ମିଛ ଏଠି ସଭିଙ୍କୁ ପସନ୍ଦ ମୁଁ ଯଦି କହେ ମୁଁ କପଟିଆ ଦେଇପାର ଆଜି ହଜାରେ ମରଣ ଛାଇ ବି ତ ନାହିଁ ମୁଁ ନିଛାଟିଆ ତମ ପ୍ରେମ ପାଇଁ ଢେର୍...

ମନୋଇ ଝିଅ

ମନୋଇ ଝିଅ ବିଜୟଲକ୍ଷ୍ମୀ ନାୟକ ଝିଅ ଥରେ ବାଲିଘର ତୋଳୁଥିଲା ତା'ର ଦୁଇ ପାପୁଲିରେ ଯୋଡି ଦେଉଥିଲା ତା ସମୟ ମିଶେଇ ଦେଉଥିଲା ବାଲିରେ ତା ଠପଠପ୍ ଝାଳ ପୁଣି ଭାଙ୍ଗି ଦେଉଥିଲା ଥରକୁଥର । ଘରକୁ ଫେରିଗଲା ବେଳେ ମୁଣ୍ଡରେ ନେଇ ଯାଉଥିଲା ପରସ୍ତେ ବାଲି ତାକୁ ଝାଡିଦେଇ ପୁଣି ଝିଅ ଦୌଡୁଥିଲା ବାରି ଦୁଆରର କବାଟ ସେପାଖ ଖରାଛାଇକୁ। ଝିଅ...

ସାହିତ୍ୟ