Latest Odisha News
Browsing Category

କବିତା

କବିତା : ମୁଁ ଭୁଲି ଯାଇଛି

ଡମ୍ବରୁଧର ବେହେରା  ମୁଁ ଭୁଲି ଯାଇଛି ତୁମକୁ କେବେଠାରୁ ବାହାରେ ଆଉ ଭିତରେ... ଯେତେ ଚେଷ୍ଟା କଲେ ଦେଖିବାକୁ, ଦେଖିପାରୁ ନାହିଁ । ଦିଶୁଛି କେବଳ ଖାଲି ଏବଂ ଖାଲି... ଶୂନ୍ୟସ୍ଥାନ ପୂରଣକର ଭଳି କିନ୍ତୁ ତଥାପି ନିଶ୍ୱାସ ନେଉଛି ତୁମ ସ୍ମୃତିକୁ ପାଥେୟ କରି ବଞ୍ଚିବାକୁ ମରି…

କବିତା : ସୁନେଲୀ ସପନ

"ଆନ୍ତର୍ଜାତିକ ଶାନ୍ତି ଦିବସ" ଉପଲକ୍ଷେ  ଡାକ ଏବେ ସମସ୍ତଙ୍କୁ ମୁକ୍ତାକାଶ ତଳେ ଆସି ଏକତ୍ରିତ ହେବା , ସମୟର ପ୍ରମତ୍ତପଣକୁ ବିଧିର ଭସ୍ମଭାବି ଦେହରେ ବୋଳିବା , ବେଜାଏ ଦୁଃଖ ଧରି ବସିଥିବା ମାନଙ୍କୁ ମନେଇବା, ଅସନା ଆବର୍ଜନା ଯେତେ ସବୁ ବାଛି ଶୂନ୍ୟରେ ତା' କବର ତୋଳିବା।…

କବିତା : ଜୟ ଜୟ ଜଗନ୍ନାଥ କରୁଣା ସାଗର

ଶୈଲେନ ରାଉତରାୟ  ଜୟ ଜୟ ଜଗନ୍ନାଥ କରୁଣା ସାଗର । ଜୟ ନୀଳଗିରିନାଥ କମଳାର ବର । ୦। ପତିତପାବନ ବାନା ଅଧିକାରୀ ସେହି । ଯେହୁ ନେତ ଦରଶନେ ପାପ ଯାଏ ଦହି । ୧। ଆଦିଗନ୍ତ ଚରାଚର ମାନଚିତ୍ର ଯା'ର । ସେହି ପ୍ରଭୁ ପୟରରେ ଅଟେ ମୁଁ କିଙ୍କର । ।୨ ନ ଯିବି ଶିରିଡ଼ି, ନ ଗମିବି…

କବିତା : ଭୟ ଓ ଭୋକ

ଦୀନବନ୍ଧୁ ବେଜ ଭୟ ଓ ଭୋକ ପାଇଁ ମୃତ୍ୟୁ ଜୀବନ ପୋକ ମାଛିଠୁ ତୁଚ୍ଛ ସ୍ଥୁଳରୁ ସୂକ୍ଷ୍ମ ଏବେ ଜୀବନ କାଳ ପଦ୍ମପତ୍ରରେ କାକର ଢଳଢ଼ଳ ଢେମ୍ଫରେ ବାସୀଫୁଲ ପରି ଉଙ୍କି ମାରୁଥିବା ସ୍ୱପ୍ନ ସତ ବୋଲି ଶୁଣିବାକୁ ମଣିଷଙ୍କର ଅଭାବ । ଭୟର ପାହାଡ଼ ଲଦି ହୋଇବି ସୌଭାଗ୍ୟରେ ପ୍ରଶ୍ଵାସ…

କୁଳାଙ୍ଗାର ଉବାଚ : ଅନଲାଇନ୍ ଡେଲିଭରି

ଅନଲାଇନରେ କରୁଛନ୍ତି ଲୋକେ ଖିଆ ପିଆ ଏବଂ ଶୁଆ ; ଅନଲାଇନିରେ ଗାଳିମନ୍ଦ କରି ଲଗାଇ ଦିଅନ୍ତି ନିଆଁ ! ଆଖିକାନ କର ଠିଆ, ଅନଲାଇନର ସୁବ୍ୟବସ୍ଥାର ମୁଁ କଥାଟେ କହିବି ନୂଆ! ବଡ ହୋଇଲାଣି ଯେଣୁ ବୟସରେ ଆମ ବଳବାବୁ ଝିଅ; ସମସ୍ତେ କହିଲେ ଝିଅକୁ ଗୋଟିଏ ସ୍ମାର୍ଟଫୋନ୍ ଦେଇଦିଅ!…

କବିତା : କେନ୍ଦରା

ଗଦାଧର ସାହୁ  କେନ୍ଦରାର ସ୍ଵରେ ବନ୍ଧା ସଂସାର କରୁଣ ସ୍ଵର ନାଥପୁଅ ଗାଇ ଗାଇ ବୁଲୁଥାଏ ନିତିଦିନ ପ୍ରତି ଦାଣ୍ଡଦ୍ଵାର  । ଜୀବନର ଶେଷକଥା ଆରମ୍ଭ କାହାଣୀ.... ଗାଇ ଗାଇ ସରେ ନାହିଁ ବେଳ ଯାଏ ଗଡି  । ଜନ୍ମ ମୃତ୍ୟୁ ମଧ୍ୟେ ଥାଏ ଯେତେକ ଯନ୍ତ୍ରଣା ମାତା ପୁତ୍ର, ପତି-ପତ୍ନୀ…

ଜିଅନ୍ତେ ନଦେଲି ତୁଣ୍ଡେ

ସୁଧାଂଶୁ କୁମାର ତ୍ରିପାଠୀ  ଭ୍ରମରେ ଭ୍ରମିଲି ଭୂଲୋକ ଭିତରେ ଭୁଲିଯାଇ ଭଲ ମନ୍ଦ ଭେଣ୍ଡା ହେଲା ଦିନୁ ଭଣ୍ଡାଇ ମୁଁ ଦେଲି ପିତାମାତା ହେଲେ ଗନ୍ଧ।। ପ୍ରତିମା ପୂଜିଲି ପ୍ରତିଦିନ ଯାଇ ପ୍ରାରବ୍ଧେ ଫଳିବ ଫଳ ପାସୋରି ଦେଲି ମୁଁ ପାଳିଥିଲା ମାଁ ଅନ୍ତରୁ ନିଗାଡି ବଳ।। ବାସହରା…

କବିତା : ଏଇ ତ ଜୀବନ

ମନସ୍ଵିନୀ ମିଶ୍ର ଜନମ ମରଣ , ସେନେହ ବନ୍ଧନ ମନ ହୃଦର ମିଳନ କେବେ ଶହେ କେବେ ଶୂନ ହୋଇ ଏଇତ ଆମ ଜୀବନ ସୁଖ ସାଥେ ଦୁଃଖର ମିଳନ ଅଧେ ଖରା ଅଧେ ଛାଇର କିରଣ କେବେ ହସର ବାରିଧି କେବେ ପୁଣି ଲୁହର ଶ୍ରାବଣ ଏଇତ ଜୀବନ ! କେବେ ମାନ ସନମାନ କେବେ ପୁଣି ହୀନିମାନ କେବେ…

କବିତା : ମୁକ୍ତି

ରାମକୃଷ୍ଣ  ବନ୍ଦ ଝର୍କା ଫାଙ୍କରେ ଦେଖିଲୁ ବରଫ ଶୃଙ୍ଗ ଉପରୁ ଡେଇଁ ପଡୁଥିବା ରକ୍ତର ପ୍ରପାତ ପ୍ରଜାପତି ପରି ଉଡୁଥିବାର ଦେଖିଲୁ ଲଙ୍ଗଳା ଶିଶୁମାନଙ୍କୁ ତାରାଙ୍କ ବଗିଚାରେ ଜହ୍ନରାତିରେ ଶୁଣିଲୁ ବନ୍ଦ କବାଟ ସେପଟେ ସମୁଦ୍ରର ଡାକ ଉପାୟ କାହିଁ ସଜାଗ କାନ୍ଥମାନଙ୍କ ପହରାରୁ ଖସି…

ଅନୁବାଦ କବିତା : ତୁମେ ଯଦି ଭୁଲିଯାଅ ମୋତେ

ମୂଳ ସ୍ପେନୀୟ: ପାବ୍ଲୋ ନେରୁଦା ଇଂରାଜୀରୁ ଅନୁବାଦ: ସରଳ କୁମାର ଦାସ  ମୁଁ ଚାହେଁ ତୁମେ ଜାଣିରଖ ଗୋଟିଏ କଥା । ତୁମେ ଜାଣିରଖ ଏହା କିପରି ହେଲା ଯଦି ମୁଁ ନିରେଖେ ସ୍ୱଚ୍ଛ ଜହ୍ନକୁ ଉତ୍ତୀର୍ଣ୍ଣ ଶରତର ଲୋହିତ ଶାଖାରେ ମୋ ଝର୍କାରୁ ଯଦି ମୁଁ ଛୁଏଁ ନିଆଁ କଡ଼ର ଉଷୁମ ପାଉଁଶକୁ…