Latest Odisha News

BREAKING NEWS

Browsing Category

ନବପ୍ରତିଭା

ପାପ

ପାପ ପ୍ରଜ୍ଞା ନିବେଦିତା ନାୟକ ଡହଡହ ଚା' କପରେ ତମ ନରମ ଓଠ ଆସ୍ତେ ବୁଡିଗଲାପରେ ସକାଳ ସୂରୁଜ ବି ରୋମାଣ୍ଟିକ୍ ଲାଗେ ଠିକ୍ ପୁନେଇ ରାତିର ଜହ୍ନ ପରି। ଚା' କପ୍ ବି ଲାଜେଇଯାଏ ତମ ଓଠ ସ୍ପର୍ଶରେ ଯେମିତି ଦିନେ ଲାଜେଇଥିଲି ସେଇ ପହିଲି ଛୁଆଁରେ। ସମ୍ମୋହନ ଆଉ ଶିହରଣର କଥା…

ରକ୍ତ ବି କାନ୍ଦିପାରେ !

ରକ୍ତ ବି କାନ୍ଦିପାରେ ! ଶୁଭଶ୍ରୀ ମହାରଣା ଆଖି କାନ୍ଦିବା କିଛି ବଡ଼ କଥା ନୁହେଁ ରକ୍ତ କାନ୍ଦିବା ବହୁତ ବଡ଼ କଥା ଆଖି ତ କାନ୍ଦେ ହାଲକା ଆଘାତରେ କିନ୍ତୁ, ରକ୍ତ... ଗଭୀର କ୍ଷତରେ । ଚୁମ୍ବନ ଓ ଚାପୁଡ଼ା କିଏ କାହାଠୁ କ'ଣ କମ୍? ଗୋଟିଏ ପ୍ରେମର ନିଦର୍ଶନ ଆରଟି ଘୃଣ୍ୟ।…

ଓଢଣା

ଓଢଣା ସଂଘମିତ୍ରା ରଥ ୟେ କଣ, ଶାଶୁ ଉଠିପଡ଼ି ସକାଳୁ କାମରେ ଲାଗିଗଲେଣି। ପ୍ରଥମାଷ୍ଟମୀ ବୋଲି ସକାଳୁ ଉଠିବ ବୋଲି ଆଲାର୍ମ ଦେଇ ଶୋଇଥିଲା ରିନି। କିନ୍ତୁ ତା ପୂର୍ବରୁ ଉଠି ପଡିଲେଣି ଶାଶୁ। ଏଣ୍ଡୁରୀ ପିଠା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ତରତର ହେଇ ଗାଧୁଆ ଘର ଭିତରକୁ ପଶିଗଲା ରିନି।…

ବର୍ଷା

ବର୍ଷା ସରିତା ପୃଷ୍ଟି ଟିକେ ରହିଯା, ମୁଁ କାହିଁ କେତେ ଦିନରୁ ତୋ ଅପେକ୍ଷାରେ... ଏତେ ତରବର କାହିଁକି? ମୁଁ ମନଭରି ତୋ ଶୀତଳ ସ୍ପର୍ଶକୁ ଅନୁଭବ କରିନିଏ କିନ୍ତୁ ଏ ବିଜୁଳି? ମୁଁ ଡ଼ରିଯାଉଛି ଏକାମ୍ରରେ ଏ ଏକାକିତ୍ୱ ଭାରି ଅସହ୍ୟ ବିଜୁଳି....ଘଡ଼ଘଡ଼ି ହଠାତ୍ ତୋର ଏ କି…

ଅମ୍ବା

ଅମ୍ବା ଭାସ୍ୱତୀ ବସୁ ମୁଁ ସାଦରେ ଗ୍ରହଣ କଲି ତୁମ ଆତ୍ମହତ୍ୟାର ଦାୟ। ଯୁଦ୍ଧକ୍ଷେତ୍ରେ ଅସ୍ତ୍ରତ୍ୟାଗ କରିଥିବା ତୁମ ଅହଂକାର ଯେ କେତେ ଅସହାୟ ମୋ ଛଡ଼ା ଅଧିକ କିଏ ଜାଣିଛି? ମୁଁ ହିଁ ଜାଣିଛି ଶିଖଣ୍ଡୀ ନୁହଁ ତୁମ ପରାଜୟ କେବଳ ଅମ୍ବା ପାଖରେ। ଆଜି ବି ତୁମ ଆଗରେ ସେଇ…

ଅବାଂଛିତାର ହାତ

ଅବାଂଛିତାର ହାତ ସୁବଳ ମହାପାତ୍ର ଆଃ...ଭିତରୁ ଭିତରୁ ହୃଦୟଟା କୋରି ହେଇଯାଉଥିଲା ତାର। ମଲାବେଳେ ହନୁ ବି ସତ କହେ, କିନ୍ତୁ କେମିତି କହିବ ସେ? ଏତେ ବର୍ଷରୁ ପାଳିଥିବା ଝିଅଟି ତାର ନୁହେଁ ବୋଲି। କେବେବି ତ ସେ ତାକୁ ଅନ୍ୟର ଛୁଆ ବୋଲି ଭାବିନି। ନିଜର ପରିଚୟ ଦେଇ ଦୁଇ ମାସରୁ ବତିଶ ବର୍ଷର…

ଭୁଲ୍‍ ବୁଝାମଣା

ଭୁଲ୍‍ ବୁଝାମଣା ବଳଭଦ୍ର ରଥ ଦେଖ ଗୋଟେ ଭୁଲ୍ ବୁଝାମଣା ହିଁ କେମିତି ଗଢିଦେବାକୁ ଯାଉଛି ବିରାଟ ପ୍ରାଚୀର ଦୁଇଭାଗ କରିଦେବାକୁ ବସିଛି ସଂପର୍କର ସୌଧ... ଏ ପ୍ରାଚୀରର ପରିଚୟ କ'ଣ ହେବ, ଅଧାଗଢା ସ୍ୱପ୍ନ ନା ଅବିଶ୍ୱାସ ଓ ଆହତର ମନ, ନା ହେବ ଅସୀମ ଅଭିଶପ୍ତର ଅଭିଲେଖ...…

ଜହ୍ନ ରହିବନି ଜହ୍ନ ହୋଇ

ଜହ୍ନ ରହିବନି ଜହ୍ନ ହୋଇ ରାଜେଶ ପୂଜାରୀ କଳଙ୍କର କାଦୁଅରେ ଗୁରୁଣ୍ଡି ଗୁରୁଣ୍ଡି ସେ ଲେଖୁଛି ଆପଣା ମନ୍ଦ ଭାଗ୍ୟର କପଟ କବିତା ନିଜ ଛାତିରେ ଗତ ପୂର୍ଣ୍ଣିମାରୁ ନୂଆଁ ଜହ୍ନଟେ ସଜେଇ ସାରିଥିବା ଆକାଶ ପାଖରୁ ଛାଡ଼ପତ୍ର ପାଇଲା ଯେବେ ଠାରୁ...! ଏଇଠୁ ଏମିତି ନିରେଖିବ…

ଆଇନା

ଆଇନା ଚନ୍ଦ୍ରଶେଖର ମିଶ୍ର ମୁଁ କାନ୍ଦିଲେ ତୁ ବି ତ କାନ୍ଦୁ ମୁଁ ହସିଲେ ତୁ ହସୁ ଏକା ତୁ ହିଁ ଚିହ୍ନିପାରୁ ମରୁଦେହରେ ହସ ହେଇ ଫୁଲ ଫୁଟିବାର ମୁହୂର୍ତ୍ତ ସବୁକୁ ଛାତିତଳେ କୋହର ଉଦ୍ଗିରଣକୁ ଚାପି ରଖିବାର ଅସହାୟପଣକୁ, ମାପିପାରୁ ଧାପେ ହସର ଗଭୀରତା ଆଉ ଦି ଧାର ଅଶ୍ରୁର…

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ ଶିବାନନ୍ଦ ବନଛୋର ତୁମକୁ ଦେଖିଲା ପରେ ଓଲଟ ପାଲଟ ହୋଇଯାଏ ମୋ ଜୀବନର ଗଣିତ ନା ମିଶାଣ, ନା ଫେଡାଣ କିଛି ବି ସଠିକ ହୁଏନି ଜୀବନର ଅଙ୍କକଷାରେ । ତୁମକୁ ଦେଖିଲା ପରେ ଜୀବନର ଫିଜିକ୍ସରେ ଜାଣିପାରେନି ଫରକ ପ୍ରତିକଳ୍ପନ ଓ ପ୍ରତିସରଣ ମଧ୍ୟରେ । ତୁମକୁ…