Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ରିସିଭ୍ କଲା ଆସ୍ଥା । ନିମିଅପା ! ଗୁଡାଏ ଦିନ ପରେ ! ଖୁସିରେ ଗଦ୍ ଗଦ୍ ହୋଇଗଲା । ଖୁସିର ଲୁହ ଟଳମଳ ହେଉଥିଲା ତା ଆଖିରେ ! " କେମିତି କହିବି ନିମିଅପା ଏକା ସାଙ୍ଗରେ ଏତେ ଗୁଡ଼ିଏ ଖୁସି ! ସମ୍ଭବଙ୍କ ଅନିଚ୍ଛା ସତ୍ତ୍ୱେ…

କବିତା : ଧନ୍ୟରେ ସନ୍ତାନ

ବିଳାସିନୀ ପୃଷ୍ଟି ଜନନୀ ଜଠରେ ଦଶମାସ ଧରି ଭୂମିରେ ଦେଲେ ଭୂମିଷ୍ଠ ପ୍ରଥମେ ବସୁଧା ଛୁଇଁଲୁ ଯେବେତୁ ମା' ଭୁଲିଲା ମାତୃତ୍ଵ କଷ୍ଟ। କେତେ କଷ୍ଟ ସହି ତୁମ ଓଠେ ହସ ପିତା ତୁମ ବାଣ୍ଟି ଦେଲେ ନିତି ଅଳି ଅର୍ଦ୍ଦଳି ସହ୍ୟ କରିଣ ସେ ଛୋଟରୁ ବଡ଼ କରିଲେ । ବାଲ୍ୟାବସ୍ଥା ଗଲା ଶୈଶବ…

ଭାଷା ଭାଗବତ : ଆମର ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁନର୍ଲିଖନ କରି କରି ସମୟ ଯାଏ ଯଦି ସରି କେବେ କରିହୁଏନି ଚିଂତା ଆମର ଏପରି ଅବସ୍ଥା ଆମ ବ୍ୟତୀତ କିଏ ଦାୟୀ ? କେହି ତ କହଂତୁ ବୁଝାଇ ନିଜ ଭାବନା ପ୍ରତି ଭୟ ରହିଲେ ଘଟେ ପରାଜୟ ଏମିତି ବହୁ ନୀତିବାଣୀ ପଢ଼ି…

ସାତ୍ତ୍ଵିକ ତ୍ୟାଗ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ନିଷ୍କାମ ଓ ପରୋପକାର ରତ, ବିଷୟ ବାସନା ଓ ସୁଖଭୋଗରେ ଯେ ସମ୍ଭନ୍ଧ ରଖେ ନାହିଁ ସେ ତ୍ୟାଗୀ । କାମ୍ୟକର୍ମ ସବୁକୁ ତ୍ୟାଗ କରିବା ହେଉଛି ସନ୍ୟାସ ଏବଂ ସକଳ କର୍ମର ଫଳତ୍ୟାଗକୁ ‘ତ୍ୟାଗ’ କୁହାଯାଏ । ତ୍ୟାଗ ତିନି ପ୍ରକାର - ସାତ୍ତ୍ଵିକ,…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା, ଠିକ ଅଛି ମାମ୍ ମୋତେ ଜଣେଇବେ କହି ଫୋନ ରଖିଲା ବେଳକୁ ସମ୍ଭବ ସେପଟୁ ଗର୍ଜନକରି ,"କଣ ହେଲା ଜାତି ନାଇଁ ପାତି ନାଇଁ କିଏ ବୋଲି କିଏ, କହିଲ ବୋଲି ଘରକୁ ନେଇ ଆସିଲି ତା' ବୋଲି ତୁମର ଏତେ ସାହସ ମୋର ବିନା…

ଅନୁବାଦ କବିତା : ବର୍ଷାରେ ଏଇ ସହର

ମୂଳ ରଚନା: ମହାଦେବ ସାହା ଢାକାର ଆକାଶ ଆଜି ମେଘାଛନ୍ନ ମାଧବୀ, ଏବେ ତୁମେ ବାହାରକୁ ଯାଅନାହିଁ ଭିଜିଗଲେ ଏଇ ନିରାନନ୍ଦ ବର୍ଷାରେ ତୁମ ଶରୀର ଅସନା ଲାଗିପାରେ, ଏଇ ବର୍ଷାରେ, ଯଦି କାହା ହୃଦୟରେ ଆକୁଳ କ୍ରନ୍ଦନ, ଶୋକରୁ ତୁହିନ ତରଳି ତରଳି ଯଦି ପାଲଟିବ ବର୍ଷାଜଳ ହୋଇଯିବ ଖୁବ୍…

ଭାଷା ଭାଗବତ : ସ୍ଥଗିତ ରଖୁଁ ଏବେ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତାସକ୍ତ ଆମ ମନ ତେଣୁ ଦିଶେନି ବର୍ତମାନ ଏମିତି ଆଉ କେତେ ଦିନ ଚଳିବ ସ୍ବକୀର୍ତି କଥନ ? ଯାହା ବି ଦେଖଇ ନୟନ ତାହା ତ ନୁହେ ଅନୁମାନ ହେଲେଁ ହେ ସ୍ପଷ୍ଟ ବାସ୍ତବତା ମୋଟେ ଘୂରୁନି ଆମ ମଥା କଳ୍ପଲୋକର ଅଧିବାସୀ…

ବକ ପଞ୍ଚୁକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ସ୍ଵଭାବରେ କାଉ ବଡ଼ ଚତୁର, ଏଇ କଥା ସେ ବହୁକାଳରୁ ଶୁଣିଆସୁଛି । କିନ୍ତୁ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ବଗ ବି ଆମିଷ ଖାଉନଥିବାରୁ ବକ ପଞ୍ଚୁକ ନାମଦେଇ କହିବାଟା.. କାଉର ହଜମ ହେଲାନି । ତା' ଯୁକ୍ତିହେଲା ଆମେ ଉଭୟେ ନନଭେଜ, ମାନେ ଆମିଷପ୍ରିୟ ପକ୍ଷୀ ।…

କବିତା : ନାରୀ

ସୁରଞ୍ଜନ ପାତ୍ର କୁରେଇ ଫୁଲର ସକାଳ କୁହ କି ପଦ୍ମ ଭର୍ତ୍ତି ପୋଖରୀର କଥା କୁହ ଜହ୍ନ ରାତିର ବିମୁଗ୍ଧ ପଣ କୁହ କି ନାଚ ଭର୍ତ୍ତି ସ୍ୱପ୍ନର କଥା କୁହ ଏ ସବୁର ପୁଣ୍ୟତା କିଛି ନାହିଁ ଯଦି ନାରୀଟିଏ ସଙ୍ଖୋଳିବାକୁ ନାହିଁ ମାଟିର ବୈକୁଣ୍ଠ । ନାରୀ ବର୍ଷାନ୍ତ ଆକାଶକୁ ସଜେଇ ପାରେ…

ଭାଷା ଭାଗବତ : ଅକ୍ଷର ଅଟେ ରେଖାଚିତ୍ର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅକ୍ଷର ଅଟେ ରେଖାଚିତ୍ର ଏତିକି ବୁଝେ ଯେଉଁ ଛାତ୍ର ତାହାର ନିଜ ହସ୍ତାକ୍ଷର ଦିଶଇ ସଫା ଓ ସୁଂଦର ଦୁଇଟି ଅକ୍ଷର ତୁଳନା କରିଲେ ଭେଦ ପଡ଼େ ଜଣା ଠ କୁ ଚ ପାରେ କରି ଲିପିକୁ କେବେ ବି ନ ଡରି ଚ ରୁ ଟ ଗ ର ବାହାରେ…