Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟ ପତ୍ରିକା ପ୍ରତିଶ୍ରୁତିର ତୃତୀୟ ସଂସ୍କରଣ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି ( ନୂଆ ସକାଳର ସଂକଳ୍ପ )ର ତୃତୀୟ ସଂସ୍କରଣ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ 'ଯୁଗେ ଯୁଗେ ଜଗନ୍ନାଥ' ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ…

ଲୋକାର୍ପିତ ହେଲା ପାଣ୍ଡବ ଚରଣ ଦାସଙ୍କ ‘ଭାଗବତ କଥାମୃତ’

ଭୁବନେଶ୍ୱର  : ପ୍ରଖ୍ୟାତ କବି ତଥା ଆଧ୍ୟାତ୍ମିକ ସାଧକ ପାଣ୍ଡବ ଚରଣ ଦାସଙ୍କ ଦ୍ୱାରା ରଚିତ କାବ୍ୟ "ଭାଗବତ କଥାମୃତ"ର ଆନ୍ତର୍ଜାତିକ ଆଭାସୀ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରସନ୍ନ ପାଟ୍ଟଶାଣୀ, ଇତିରାଣୀ ସାମନ୍ତ ଓ ପ୍ରଦୀପ କୁମାର ମିଶ୍ର ମିଳିତ ଭାବେ ବହିଟିକୁ ପ୍ରଦର୍ଶନ ପୂର୍ବକ…

ବ୍ୟଙ୍ଗ : ଈଶ୍ୱରୀୟ ଲୀଳା

ଦିନେ ଗଙ୍ଗା କହିଲେ, "ମୁଁ ସମସ୍ତଙ୍କ ପାପ ଧୋଉଛି । ମୋ ଜଳରେ ମଣିଷର ଶୋଷ ମେଣ୍ଟୁଛି । ଫସଲ ହଉଛି । ସମସ୍ତଙ୍କୁ ଖାଦ୍ୟ ମିଳୁଛି । ତେଣୁ ମୁଁ ବଡ଼, କେବଳ ମୋର ପୂଜା ହେବା ଦରକାର । " ଶିବ କହିଲେ, "ତୁମେ କି ବଡ଼ ହୋ, ତୁମେତ ମୋ ଜଟା ଭିତରୁ ବହାରିଛ ତେଣୁ ମୁଁ ସବୁଠୁ ବଡ଼ । " ଏହା ଶୁଣି…

କବିତା : ବାଡ଼ି ପୋଖରୀ

ରବି ପଣ୍ଡା  ପ୍ରିୟ ମୋର ଭାରି ମୋ' ବାଡି ପୋଖରୀ, ତୁଠରେ ତା' ବସି ଖୋଜେ ହଜିଲା ବୟସ, ଅଭୁଲା ଅତୀତ, ଦେଖେ ତା'ପାଣିରେ ମୁହଁ ହତଶିରୀ ଆଜି ହତାଦର ଯୋଗୁଁ, କେମିତି ଦିଶୁଚି ସେ'ଯେ ! କାହାକୁ କୋଉଠି ପହଞ୍ଚାଇ ଦିଏ, ନିର୍ମମ ସମୟ ସୁଅ। ଦିନଥିଲା ଯେବେ, ତା'ଭରା ଛାତିରେ ଛୁଇଁ ଏକୂଳ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୯)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୯ ମିଥିଳା ଦିଦି କାନ୍ଧରେ ହାତ ପକେଇଲା। ମୁଣ୍ଡରେ ହାତ ସାଉଁଳେଇ କହିଲା, ପୁଣିଥରେ ସଜାଡି ନେବାକୁ ନିଜକୁ। ଉପଦେଶ ଦେଇ ଦମ୍ଭିଲା ସ୍ବରରେ କହିଲା, 'ଯାଉନୁ ଦାଦାଭାଇଙ୍କ ପାଖକୁ ଆଜି।' ତାଙ୍କ କାମ ପାଇଁ ତ ପଠାଏ ସେ, ଏବେ…

ପୁସ୍ତକ ପରିଚୟ : ବିଶ୍ୱରୁପା

ବିଶ୍ୱରୁପା ଗାଳ୍ପିକା : ମଞ୍ଜୁବାଳା ପଣ୍ଡା ପ୍ରକାଶକ : ଇଙ୍କୱାର୍ଲଡ ଓଡ଼ିଆ ଭୁନେଶ୍ୱର ପୃଷ୍ଠା : ୧୭୩ ମୂଲ୍ୟ : ୨୦୦ ଜୀବନର ଅନୁଭବ ଓ ଅନୁଭୂତିକୁ ନେଇ ଗଳ୍ପ ଲେଖୁଥିବା ଗାଳ୍ପିକା ମଞ୍ଜୁବାଳା ପଣ୍ଡାଙ୍କର ଗଳ୍ପ ସଙ୍କଳନ "ବିଶ୍ୱରୂପା" ଏକ ସ୍ୱତନ୍ତ୍ର ସୃଷ୍ଟି । ସମୁଦାୟ ଏଗାରଟି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୮ ମନରେ ଥରେ ଭାବି ନେଲି ମୁକ୍ତି ମାନେ ମୁକ୍ତିପାଇଁ ଅପେକ୍ଷା ନୁହେଁ ଏଇକ୍ଷଣି ଆରମ୍ଭ ହେବ ମୁକ୍ତିପଥର ଯାତ୍ରା। ସନ୍ତର୍ପଣରେ ଦେଖି ନେଉଥିଲି ଆଉଥରେ ଅନ୍ଧାରର ସ୍ମୃତିକୁ। ମନେ ରଖିବା ଦିନୁ ମାଆ ଓ ମୁଁ ୟାରି ଭିତରେ…

କବିତା : ଆଶ୍ୱସ୍ତି

ପ୍ରଦୀପ କୁମାର ମହାପାତ୍ର  ଅତିକ୍ରାନ୍ତ ମୁହୂର୍ତ୍ତମାନଙ୍କର ଭିଡ଼ ଭିତରେ ବିଚରଣ କରୁ କରୁ ଜାଣି ମୁଁ ପାରୁଛି ଏବେ କେବେହେଲେ କାହା ଆଢୁଆଳେ, ଲୁଚି ପାରିଲିନି ବୋଲି, ଦୁନିଆଁ ଦୁଆରେ ଜୀବନର ଲୁଚକାଳି ଖେଳରେ ମୁଁ ଏକ ବିଫଳ ଖେଳାଳୀ ପ୍ରଘଟିତ ସଦା, ଘଟ ପରେ ଘଟ ଢାଙ୍କି ମୁଁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିଠି ଲାଗି ଚିଠି  ପରିସ୍ଥିତି ଦରକାର କରୁଥିବା କଥାକୁ ସଠିକ ବଖାଣି ପାରେନି ବୋଲି ଛୁଆବେଳୁ ଲେଖି ବସିଲି ଚିଠି । ରାଗି ଯାଉଥିବା ନନାଙ୍କୁ ଚିଠି , ମାଡ଼ ଦେଉଥିବା ବୋଉକୁ ଚିଠି , ଅକାରଣରେ ମାଡ଼ ଖୁଆଉଥିବା ସହପାଠୀଙ୍କୁ ଚିଠି , ପିଲାଙ୍କ କଥାରେ ମୋ ପିଠିରେ କୁଆଛୁଆ ଉଡ଼ିଗଲା ଭଳି ମାଡ଼…

କବିତା : ଦେବୀ

ସ୍ମୃତି ରଞ୍ଜନ ତ୍ରିପାଠୀ  ଜହ୍ନ ରାଇଜ କଥା ପିଲାବେଳୁ ଶୁଣିଛି । ଶୁଣିଛି ବି ଅୟୁତ ଯନ୍ତ୍ରଣାର କାରାଗାରରୁ ଶିଶୁହନ୍ତା ରାକ୍ଷସର ନୀଳଜହରରୁ ଦେବୀଟିଏ କେମିତି ମୁକୁଳେଇପାରେ ଆଉ ଜଣଙ୍କ ଦେବୀତ୍ୱ । ମୁଁ ତ କେବେଠୁ ସମର୍ପି ଦେଇଛି ଦେହ ମନ ସବୁ ତୋ' ଆଡେ । ତୋ' ଗାଢ଼…