Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ କବିତା : ରୁଦ୍ରକୁ ଚିଠି

ମୂଳ ବାଂଲା : ତସଲିମା ନାସରିନ ପ୍ରିୟ ରୁଦ୍ର, ମାର୍ଫତ ଆକାଶ ତୁମେ ଆକାଶର ଠିକଣାରେ ଚିଠି ଲେଖିବାକୁ କହିଥିଲ। ତୁମେକି ବର୍ତ୍ତମାନ ଆକାଶ ଭରିଅଛ ? ତୁମେ ଆକାଶରେ ଉଡ଼ିବୁଲ ତୁଳା ପରି, ପକ୍ଷୀମାନଙ୍କ ପରି ତୁମେ ଏଇ ଜଗତ, ଏଇ ସଂସାର ଛାଡ଼ି ଆକାଶକୁ ଚାଲିଯାଇଛ। ଅସଲରେ ତୁମେ…

ଭାଷା ଭାଗବତ : ନିଷ୍ଠା ବିହୀନ ଚେଷ୍ଟା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅହଂ, ଈର୍ଷା ଦିଅଂତି ସ୍ରଷ୍ଟା ମାରିବା ପାଇଁ କରି ଚେଷ୍ଟା ଆମେ ମିଶାଉନାହୁଁ ନିଷ୍ଠା ତେଣୁ ତ ମିଳେନି ପ୍ରତିଷ୍ଠା ପରଶ୍ରୀକାତର ଦୁର୍ଗୁଣ ପାଣି ସହ ଯେମିତି ଲୁଣ ଚଂଚଳ ହୋଇଲେ ବିଲୀନ ସୁଂଦର ହେବ ଏ ଜୀବନ ମନୁଷ୍ଯ ଜୀବନ…

ଭାଷା ଭାଗବତ : ଗୋମାତା, ସ୍ବମାତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋମାତାଠାରୁ ଦୁହିଁ କ୍ଷୀର ଗୋପାଳ ଚଳାଏ ବେପାର ବାଛୁରି ରହିପାରେ ଜିଇଁ ବାସିଭାତ ତୋରାଣି ପିଇ ସ୍ବମାତା ଥନ ଗଲେ ଶୁଖି ଶିଶୁଟେ ଗୁଂଡ କ୍ଷୀର ଢୋକି ମାଆର ମୁହଁକୁ ନିରେଖି ସତରେ ହୋଇଥାଏ ସୁଖୀ ଗୋମାତା, ସ୍ବମାତା…

କବିତା : ଶରତ ଆସିଛି ଧାଇଁ

ରାଜ କିଶୋର ନାୟକ  ନାନା ଜାତି ଫୁଲ ଆଦର କମିଲା କବିର ଲେଖନୀ ପାଇଁ କାଶତଣ୍ଡୀ ଫୁଲ ଫୁଟି ହସିଲାଣି ଶରତ ଆସିଛି ଧାଇଁ । (୦) କାଶତଣ୍ଡୀ ଫୁଲେ ମଣ୍ଡେଇ ହେଲାଣି ଫୁଲେଇ ନଈର ଧାର ଗୁଣୁଗୁଣୁ ଗୀତ ତୁଠରୁ ଶୁଭଇ ଅଳସୀ କନ୍ଯାର ସ୍ବର କାଶତଣ୍ଡୀ ବଣେ ଲୁଚକାଳି ଖେଳେ ନିଜକୁ ହଜାଇ…

ଭାଷା ଭାଗବତ : ଜଟିଳତା-ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେତେ ମଥାକୁ ସେତେ କଥା ତହିଁରେ ନ ଥାଏ ସମତା ଯିଏ ଯେମିତି ବୁଝେ, ଜାଣେ ତାହା ହିଁ ସର୍ବଶୁଦ୍ଧ ମଣେ ଅନେକ ଶୁଦ୍ଧରୂପୀ ଶବ୍ଦ କୌଣସି ଭାଷାର ସଂପଦ ବୋଲାଇ ହେଲେ ଭିନ୍ନ ଭିନ୍ନ ଘଟେନି ଦ୍ରୁତ ଉନ୍ନୟନ ସଂଭ୍ରାଂତ ଅଥବା…

କବିତା : ରାଗ କୁହୁକ

ରାମକୃଷ୍ଣ  ଯେଉଁ ମାନେ ଆଖିରେ କଳାପଟି ବାନ୍ଧିଲେ ସୁଖର ଦିବାସ୍ବପ୍ନରେ ସେମାନେ ପ୍ରାୟ ପ୍ରାୟ ମୃତ ଯେଉଁମାନେ ରୋକଠୋକ୍ ମନା କରିଦେଲେ ସେମାନଙ୍କ ଆଖିରୁ ଝରିବା ଆ ଆରମ୍ଭ କଲାଣି ବୁନ୍ଦା ବୁନ୍ଦା ରକ୍ତ । ଲୋକଟା ଭାରି ମାରାତ୍ମକ ଆଉ ତାର ବଂଶୀରେ ରାଗ କୁହୁକ । ଶବ୍ଦମାନେ…

ଭାଷା ଭାଗବତ : ର୍ନ ଓ ର୍ଣ୍ଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିପିକୁ କଲେ କଷ୍ଟକର ହୁଏନି ଭାଷାର ବିସ୍ତାର ଥିଲେ ହେଁ ଅନେକ ପ୍ରମାଣ ଆମେ ଦେଉନୁ ତାକୁ ଧ୍ୟାନ କେବଳ ପାଳୁଥାଉଁ ପ୍ରଥା ତେଣୁ ତ ଏପରି ଅବସ୍ଥା ଆମେ ନ ହେଲେ ସମୀଚୀନ ସ୍ବଭାଷା ହୋଇବ ନିଶ୍ଚିହ୍ନ ପ୍ରଥମେ ବଦଳିଲେ…

କବିତା : ତୃଷା

ମଞ୍ଜୁ ରାଣୀ ବେହେରା ନିରାଶାର ଧୂ ଧୂ ମରୁବାଲିରେ ଆଉ ପରିତ୍ଯକ୍ତ ଏକ ଜୀବନ ଅନେକ ଭାବନାର କୋଳାହଳ ସତ୍ୱେ ଚାରିଆଡ଼େ ନିସ୍ତବ୍ଧ ପୁରା ଶୂନଶାନ । ଆଞ୍ଜୁଳାଏ ଅସହାୟତାର କିଛି ଥକ୍କାପଣ ଆଉ ଅତୀତର ସେଇ ଅଫେରା ମୂହୂର୍ତ୍ତରୁ କିଛି ଆହତ ସ୍ୱପ୍ନର ମୃଦୁ ଗୁଞ୍ଜରଣ। ବାସ୍, କିଛି ଦୂର…

ଭାଷା ଭାଗବତ : ସମ୍ମାନ ପାଇଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମ୍ମାନ ପାଇଁ ଦରଖାସ୍ତ କରିଲେ ଲେଖକ ସମସ୍ତ ସାହିତ୍ୟ-ରବି ହେବ ଅସ୍ତ କିଂତୁ କେହି ନୁହଂତି ବ୍ୟସ୍ତ ମଂଦ କବି ହିଁ ଯଶପ୍ରାର୍ଥୀ ଏ କଥା ସଭିଏଁ ଜାଣଂତି ରଚନା ପରା ଉପହାର ସମ୍ମାନ ନୁହେ ଦରକାର ଲେଖକେ ପାଇଲେ…

ଅଭୁଲା ଗୀତ : ମନ ମାରି ଦେ’ନା

ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ସଙ୍ଗୀତ : ଶ୍ରୀକୁମାର ଗୀତ : ନରସିଂହ ମହାପାତ୍ର ଚଳଚ୍ଚିତ୍ର : ବନ୍ଧନ, ୧୯୬୯ ମନ ମାରି ଦେ’ନା ନାୟକ: ନା ନା ନା ରେ ମନ ମାରି ଦେ’ନା ତୁ ମନ ମାରିଲେ ଜଳେ ମୋ ଦୁନିଆ ନାୟିକା: ଯା ଯା ଯା’ରେ ମୋ ସାଥେ ଲଗାନା…