Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ବୀରା! ସିଆଡ଼େ କୁଆଡ଼େ ଯାଉଛ?” ପଛପଟୁ ରୋହାନ୍‌ର ଡାକରେ ବୀରା ତା' ଯନ୍ତ୍ରଣା ସିକ୍ତ ସ୍ମୃତି ରୋମନ୍ଥନରୁ ଫେରିଆସି ପଛକୁ ଚାହିଁଲା । ନିଜ ଭାବନାରେ ହଜିଯାଇ, ତାଙ୍କ ଟାକ୍ସି ଛିଡ଼ା ହୋଇଯିବା ସ୍ଥାନରୁ ସେ ଆହୁରି…

କବିତା : ଗୁମର

ରାମକୃଷ୍ଣ  ଏବେ ନୁହେଁ ଆମେ ବିଦାୟ ନେବାର କେତେ ବର୍ଷ ପରେ ହୁଏତ କେତେ ଶତାବ୍ଦୀ ପରେ ଯେତେବେଳେ ଆମର ବଂଶଧରମାନେ ଡେଣା ବାନ୍ଧି ବସବାସ କରୁଥିବେ ଆକାଶରେ ପାଚିଲା ଫଳ ପରି ଆମର ପୃଥିବୀ ଝଡିବ ଝଡିବ ହୋଇ ଝୁଲୁଥିବ ଶୂନ୍ୟରେ ସେତେବେଳେ ଫିଟିବ ସବୁ ଗୁମର ସେ ସବୁ ଦୃଶ୍ୟର ଯାହାକୁ…

ଭାଷା ଭାଗବତ : ସ୍ବଭାଷା ବିଗଳିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦଶଟି ସଂସ୍କୃତ ଶ୍ଳୋକାର୍ଥ ଯିଏ ବି କରିଛି କଂଠସ୍ଥ ସେ ଏଠି ବୋଲାଇ ପଂଡିତ ଅର୍ଜନ କରେ ମାନ, ବିତ୍ତ ଯାହା ବୁଝଂତିନାହିଁ କେହି ତାହାକୁ ବାରଂବାର କହି ପଂଡିତେ ଲୋକମନ ମୋହି ସୁଖେ ଏଠି ଥାଆଂତି ରହି ଆତ୍ମସ୍ବୀକୃତ…

ଧାରାଭୀ ଏକ ଜନ କେନ୍ଦ୍ରିକ ରୂପାନ୍ତରଣ

ନିଜର ଅଭିଳାଷା ତାଲିକାରେ ପୂର୍ବତନ ବିଶ୍ୱ ହେଭିୱେଟ୍‌ ବକ୍ସିଂ ଚମ୍ପିଅନ୍ ମାଇକ ଟାଇସନ୍‌ ଭାରତର ଦୁଇଟି ସ୍ଥାନ ପରିଦର୍ଶନ ପାଇଁ ଇଛା ପ୍ରକାଶ କରିଥିଲେ: ଗୋଟିଏ ସ୍ଥାନ ହେଉଛି ତାଜମହଲ ଏବଂ ଅନ୍ୟ ସ୍ଥାନଟି ଧାରାଭୀ । ଧାରାଭୀ ସହିତ ମୋର ପ୍ରଥମ ସାକ୍ଷାତ ୧୯୭୦ ଦଶକର ଶେଷ ଆଡକୁ ହୋଇଥିଲା ।…

ପ୍ରକୃତ ଖୁସି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ କିଛି ପାଇବାରେ କିଛି ଦେବାରେ ବାସ୍ତବିକ ଖୁସି ନ ଥାଏ, କାରଣ ତାହା କ୍ଷଣିକ । ଖୁସି ହେଉଛି ମନ ଓ ଆଞଗାର । ଥରେ ଜଣେ ରାଜା ବିଦେଶ ଯାଇଥିଲେ । ଯେତେବେଳେ ସେ ନିଜ ଦେଶକୁ ଫେରିବାକୁ ଇଛା କଲେ । ସେତେବେଳେ ସେ ତାଙ୍କର ଚାରି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସାରାଜୀବନ ସେ ଯେତିକ ଲୁହ ଝରେଇଛି, ତା’ଠାରୁ ଅନେକ ଅଧିକ ଲୁହ ତା' ଆଖିରୁ ଝରିଚାଲିଛି ଏଇ ଦୁଇ ତିନି ସପ୍ତାହ ହେବ । “ଆରେ ଠିକ୍ ଅଛି । ବ୍ୟସ୍ତ ହୁଅନି । ସତ କହୁଛି, ମୁଁ କିଛି ଖରାପ ଭାବିନି । ତମ ଜାଗାରେ…

ଅନୁବାଦ କବିତା : ତୁମେ ଜମା କାନ୍ଦ ନାହିଁ

ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ କି ଆଶ୍ଚର୍ଯ୍ୟ ତୁମେ ତ କେବେ ହେଲେ କାନ୍ଦିଲନି ଥରେ। ଛୋଟ ଛୋଟ ପୁଡ଼ିଆ ବାନ୍ଧି ଏ ଘରର କୋଣ ଅନୁକୋଣରେ ଛାଡ଼ି ଯାଇଛ ଯେଉଁ ସବୁ ମନସ୍ତାପ। ମୁଁ ଜଳି ଯାଉଛି ତା' ଧାସରେ। ୟେ ଏକ ପ୍ରକାର ଭଲ କାନରେ ଠିକ୍ ଶୁଭୁନାହିଁ, କିଏ କଣ କହିଲା…

ଭାଷା ଭାଗବତ : ସ୍ଥାୟୀ ସମାଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଇଂଦ୍ରଧନୁର ସାତ ରଂଗ କରିହୁଏନି ଭାଗ ଭାଗ ଏକ ଆରେକ ସଂଗେ ମିଶି ସୌଂଦର୍ଯ ପାରଂତି ପ୍ରକାଶି ଭାଷା ସହିତ ଭାଷା ଯୋଡ଼ି ହଟାଇ ଅସ୍ବଚ୍ଛ କୁହୁଡ଼ି ମନୁ ଭାବନା ଦେଲେ କାଢ଼ି ଭାଷା ପାରେ ଚଂଚଳ ବଢ଼ି ଶବ୍ଦର ଆଦାନପ୍ରଦାନ ଯୋଗୁଁ…

ସର୍ବଗିଳାଙ୍କ ଲୀଳା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ ଗରଗର ହେଇ ଗୁଡ଼ାଏ ଗାଳିଦେଉଛି । ଗାଁ ଗାଁ ସହର ସହର ବୁଲି ଗର୍ଜନକରି କାନ ଫଟାଉଛି ।ଅଣ୍ଟାରେ ଗାମୁଛା ଭିଡୁଛି । ଝୁଲିପଡ଼ିଥିବା- ନିଶକୁ ମୋଡ଼ି ଖଡା କରାଉଛି । ସମ-ଧର୍ମୀ ଭାଇ ବିରାଦରିଙ୍କୁ ଏକାଠି କରି କହୁଛି.... ଆହେ! ଦେଖ ହୋ.. ଇଏ ଭଲଲୋକ ନୁହଁ…

କବିତା : ମୌସୁମୀ ଧରାରେ ହସେ

ରାଜ କିଶୋର ନାୟକ ଯୂଇ ଜାଇ ହେନା କଦମ୍ବ ଫୁଟନ୍ତି ବରଷା ତ ଯେବେ ଆସେ ବାସ ଚହଟାଇ ସଜ ମଲ୍ଲୀ ଫୁଲେ ମୌସୁମୀ ଧରାରେ ହସେ (୦) ଯାଇଛି ନିଦାଘ ଆସିଅଛି ଏବେ ଆଷାଢ ବରଷା ଟୋପା ଟୋପା ନୁହେଁ ସେତ ମୁକ୍ତାର ଝଲକ ଧରା ପୃଷ୍ଠ ଅପରୂପା ସବୁଜ ଘାସରେ ମୋତି ମାଣିକର ସତେକି ପସରା ବସେ…