Latest Odisha News
Browsing Category

ଶରଦଶଶୀ

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ର ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ ଆନନ୍ଦ ଓ ଉତ୍ସାହର ସହ ସବୁ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପ୍ରତିଭାର ପ୍ରଦର୍ଶନ କରୁଛନ୍ତି । ସ୍ଥାନୀୟ ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଏହି ମହୋତ୍ସବର…

ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଉଦଘାଟିତ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍-୬ ସ୍ଥିତ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସହିତ କଳାକୁ ସମ୍ମାନିତ କରିବା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ବିଭିନ୍ନ କଳାର ବିକାଶ…

ଶିଶୁଙ୍କ ପାଇଁ ଦିନଟିଏ, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ

ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ ।  ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଉତ୍ତର ପ୍ରଦେଶର…

ଶିଶୁ କବିତା : ଆମରି କଥା

ତରୁଣ କୁମାର ମିଶ୍ର ଆମେ ସବୁ ଏ ଦେଶର ଟିକି ଟିକି ତାରକା , ଅଜ୍ଞାନର ଅନ୍ଧକାରେ ଆଲୋକର ବର୍ତ୍ତିକା । ଜାତି ଭାଷା ବିଭେଦତା ନାହିଁ ଆମ ମନରେ , ମାନବତା ଆମ ଜାତି ଆମେ ଭାରତୀୟରେ । ଆମ ମନ ବଗିଚାରେ ଭଳି ଭଳି କୁସୁମ , ବାସନାରେ ଚହଟଇ ଗୁଣ ମଧ୍ଯ ଅସୀମ । ଅହିଂସା ଆମର…

ବିଦ୍ୟାଦାତା ଶ୍ରୀଗଣେଶ

ବନ୍ଦିତା ଦାଶ ଗଣଙ୍କର ଈଶ ବା ଈଶ୍ବର ହେଉଛନ୍ତି ଗଣେଶ। ସବୁ ଦେବାଦେବୀଙ୍କ ପୂଜା ଆରମ୍ଭରେ ଗଣେଶ ପୂଜାପାଆନ୍ତି। ପାର୍ବତୀ ଓ ଶିବଙ୍କର ସେ ସାନପୁଅ। କାର୍ତ୍ତିକେୟଙ୍କର ସେ ସାନଭାଇ। ବାଧ୍ଯ ସନ୍ତାନ ଗଣେଶ ମାଙ୍କର କଥାମାନି ଦ୍ବାର ଜଗିଥିବାବେଳେ ଶିବଙ୍କୁ ବି ଛାଡିନଥିଲେ ଭିତରକୁ। ଫଳତଃ,…

ଶିଶୁ ଗପ : ଦୁଇ ସାଙ୍ଗ

କୁଞ୍ଜ ବିହାରୀ ସାହୁ ସବୁଦିନ ରମେଶ ତା ସାଥୀ ସୁରେଶ ସହ ସ୍କୁଲକୁ ଯାଏ । ବାଟରେ ଗପି ଗପି ସ୍କୁଲରେ ପହଞ୍ଚି ଯାଆନ୍ତି । ପ୍ରାର୍ଥନା ସମୟରେ ଧାଡ଼ିରେ ଠିଆ ହୋଇ ଆହେ ଦୟାମୟ ବିଶ୍ୱବିହାରୀ .. ଗୀତ ବୋଲନ୍ତି । ଗୁରୁଜୀ ଗୁରୁମାମାନେ ନିତିଶିକ୍ଷା ଦିଅନ୍ତି ଛୋଟ ଗପଟେ କହି । ରମେଶ ଓ…

ଶିଶୁ ଗଳ୍ପ : ରୀତୁର କବିତା ଲେଖା

କୁଞ୍ଜ ବିହାରୀ ସାହୁ ଗାଁରୁ ସହର ଆସିଛି ରୀତୁ ତା ବାପାଙ୍କ ସାଥୀରେ । ଗାଁର ଓଡିଆ ମିଡ଼ିୟମରେ ପଢ଼ୁଥିଲା । ହେଲେ ସହରକୁ ଆସିଲା ପରେ ତା' ବାପା ଇଂଲିଶ ମିଡିୟମରେ ନାଁ ଲେଖେଇଦେଲେ । ନୂଆ ସ୍କୁଲ, ନୂଆ ପୋଷାକ ପିନ୍ଧି ସ୍କୁଲକୁ ଗଲା । ପ୍ରଥମେ ଟିକେ ଟିକେ ଅଡ଼ୁଆ ଲାଗୁଥିଲା । ଏବେ ଠିକ୍…

ଶିଶୁ ଗଳ୍ପ : ରୋହନର ଠାକୁର ଦେଖା

କୁଞ୍ଜବିହାରୀ ସାହୁ  ରଥଯାତ୍ରାର ସମୟ । ତିନି ରଥରେ ତିନି ଦିଅଁଙ୍କର ସୁନାବେଶ ଦେଖିବାକୁ ରୋହନ ବାପାଙ୍କ ପାଖରେ ଅଳି କଲା । ଛୁଟି ହେତୁ ରାେହନର ବାପା ହଁ କହିଲେ । ହଁ ସିନା କହିଦେଲେ,ଏତେ ଭିଡ଼ରେ ଯିବାକୁ ମନ ବଳିଲାନି ରୋହନ ବାପାଙ୍କର । କିଛି ସମୟ ଚୁପ୍ ରହିଲେ ।ଏତିକିବେଳେ…

ଶିଶୁ ଗଳ୍ପ : କାଳିଆ ଲେଉଟିଲା

କୁଞ୍ଜ ବିହାରୀ ସାହୁ ଚାହୁଁଚାହୁଁ ବରଷେ ପୂରିଗଲା । କାଳିଆ ସାଆନ୍ତ ତା ସିଂହାସନରେ ବସିଛି ଯେ ବସିଛି । ତା' ପାଖରେ ଅଛି ବଡଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା । ଏମିତି ରତ୍ନ ସିଂହାସନରେ ବସି କେତେ ଭକ୍ତଙ୍କୁ ପାଖକୁ ଡାକୁଥିବ ଯେ । ସିଏ କଣ ବୁଝିପାରୁନି ତାକୁ ଟିକେ ଦର୍ଶନ କରିବାକୁ ପୁରୀ…

ଶିଶୁ ଗପ : ସମୟର ମୂଲ୍ୟ

କୁଞ୍ଜ ବିହାରୀ ସାହୁ ଏବେ ଯେମିତି ଖରାର ତାତି ବଢ଼ୁଛି, ଦଣ୍ଡେ ଠିଆହେଲେ ଦେହରୁ ଗମଗମ ଝାଳ ବାହାରିପଡ଼ୁଛି । ଧଇଁସଇଁ ଲାଗୁଛି । ପିଲାଏ ଦେଶର ଭବିଷ୍ୟତ । ହେଲେ ଖରା ତାତିରେ ସିଝି ସିଝି କେମିତି ବା ପିଲାଏ ସ୍କୁଲକୁ ଯିବେ ! ସେଥିପାଇଁ ସରକାର ଛୁଟି ଘୋଷଣାକଲେ । ସ୍କୁଲ ବନ୍ଦ । ପାଠପଢା…