Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଚିନ ତେନ୍ଦୁଲକରଙ୍କୁ ମିଳିବ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଜର ବାର୍ଷିକ ସମାରୋହରେ ଏହି ଆୱାର୍ଡ ପ୍ରଦାନ କରିବ। ତେବେ ସଚିନ ଅନ୍ତର୍ଜାତୀୟ…

ପୂର୍ବତନ କୁଳପତିଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଝାରସୁଗୁଡ଼ା: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କ ହତ୍ୟା ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରବୀଣ ଧୂରିଆଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଝାରସୁଗୁଡ଼ା ଏଡିଜେ କୋର୍ଟ । ସୂଚନାଯୋଗ୍ୟ, ୨୦୨୧…

ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିବର୍ଷ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଉଥିବା ଦେଶର ସବୁଠାରୁ ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରର ଚୟନ ପ୍ରକ୍ରିୟା ପାଇଁ ଚଳିତ ବର୍ଷ ପୁସ୍ତକ ଆମନ୍ତ୍ରଣ ପାଇଁ ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଉଛି। ପ୍ରଥମ ଥର ୨୦୨୫ ବର୍ଷ ପାଇଁ ଏକାଡେମୀ ଦ୍ୱାରା…

ସୋନିଆ ଗାନ୍ଧୀଙ୍କ ବୟାନ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ: ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ସୋନିଆଙ୍କ ବୟାନକୁ ନେଇ କଡା ଜବାବ ଦେଲା ରାଷ୍ଟ୍ରପତି ଭବନ। । ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ କହିଛନ୍ତି ଯେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ଆଉ…

ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ: ଅଭିବୃଦ୍ଧି ହାର ୬.୩ରୁ ୬.୮ ପ୍ରତିଶତ ରହିବା ଆକଳନ

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ…

୪ ଦିନ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମକୁ ୪ ଦିନ ଯାଏଁ ବନ୍ଦ ରଖାଯିବ । ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବୃଆରୀ ୨, ୩, ୫ ଓ ୬ ତାରିଖ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି । ଏହି ଦିନ…

ରାଷ୍ଟ୍ରପତିଙ୍କୁ ‘ବିଚାରୀ’ ଓ ତାଙ୍କ ଅଭିଭାଷଣକୁ ‘ବୋରିଂ’ କହି ବିବାଦରେ ସୋନିଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଅସୌଜନ୍ୟମୂଳକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ 'ବୋରିଂ' କହିବା ସହ ‘ବିଚାରୀ’ ବୋଲି ମନ୍ତବ୍ୟ ଦେବାପରେ ବିବାଦ ଆରମ୍ଭ ହୋଇଛି।…

ହକି ଇଣ୍ଡିଆ ଲିଗ୍: ଆଜି ସେମିଫାଇନାଲ ଫାଇଟ୍; ବେଙ୍ଗଲ ବନାମ ଡ୍ରାଗନ୍ସ, ସୁରୁମା ବନାମ ତୁଫାନ୍ସ

ରାଉରକେଲା: ଆଜି ପୁରୁଷ ହକି ଇଣ୍ଡିଆ ଲିଗର ସେମିଫାଇନାଲ ମୁକାବିଲା । ପ୍ରଥମ ସେମିଫାଇନାଲ ମ୍ୟାଚରେ ବେଙ୍ଗଲ ଟାଇଗର୍ସକୁ ଭେଟିବ ଅମିତ ରୋହିଦାସଙ୍କ ଦଳ ତାମିଲନାଡ଼ୁ ଡ୍ରାଗନ୍ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା ୬ଟା ବେଳେ ଖେଳାଯିବ ପ୍ରଥମ ମ୍ୟାଚ ଓ ଦ୍ବିତୀୟ ସେମିଫାଇନାଲ…

ସମର୍ଥ କେନ୍ଦ୍ରରୁ ସ୍ଥାନାନ୍ତର ହେଲେ ୪୨ ଜଣ ଦିବ୍ୟାଙ୍ଗ ଅନ୍ତେବାସୀ

ସମ୍ବଲପୁର: ସମର୍ଥରେ ନିର୍ଯାତିତ ୪୨ ଜଣ ମାନସିକ ଅନଗ୍ରସରଙ୍କୁ ସ୍ଥାନାନ୍ତରିତ କଲେ ସରକାର। ଅନ୍ତେବାସୀଙ୍କ ମଧ୍ୟରେ ଅଛନ୍ତି ୧୫ ମହିଳା ଓ ୨୭ ଜଣ ପୁରୁଷ। ସମ୍ବଲପୁର ସମର୍ଥ ଅନୁଷ୍ଠାନରେ ଦିବ୍ୟାଙ୍ଗଙ୍କୁ ନିର୍ୟାତନା ପରେ ପ୍ରଶାସନର ତତ୍ତ୍ବାବଧାନରେ ୪୨ଜଣ ଅନ୍ତେବାସୀଙ୍କୁ ସ୍ଥାନାନ୍ତରିତ…

ଆହୁରି ମହଙ୍ଗା ହେଲା ସୁନା; ୮୩ ହାଜର ଟପିଲା ଦର

ଭୁବନେଶ୍ୱର: ଏବେ ଚାଲିଛି ବିବାହ ଋତୁ । ହେଲେ ଏହା ଭିତରେ ପୁଣି ଆକାଶଛୁଆଁ ହୋଇଛି ସୁନା ଦର । ୮୩ ହାଜର ଟଙ୍କା ଅତିକ୍ରମ କରିଛି ସୁନା ଦର । ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧୭୦ ଟଙ୍କା ବୃଦ୍ଧି ପାଇ ୮୩,୦୨୦ ଟଙ୍କାରେ ପହଞ୍ଚିଛି ।…