Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଦଳିଲା ବିଜ୍ଞପ୍ତି; ମନୋଜ ଆହୁଜା ହେଲେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ

ଭୁବନେଶ୍ୱର: ପୂର୍ବ ଚିଠିକୁ ସଂଶୋଧନ ପରେ ମନୋଜ ଆହୁଜାଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବାବେଳେ, ପୂର୍ବ ଚିଠିରେ ଏସଜେଟିଏର ଅଧ୍ୟକ୍ଷ ବୋଲି ଉଲ୍ଲେଖ…

ମହାକୁମ୍ଭ ପାଇଁ ପ୍ରୟାଗରାଜକୁ ୬୦୦ଗୁଣା ବଢିଲା ବିମାନ ଭଡ଼ା

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳା ପାଇଁ ବିମାନ ଭଡ଼ା ପ୍ରାୟ ୬୦୦ ପ୍ରତିଶତ ବୃଦ୍ଧି ପାଇଛି। ଜାନୁଆରୀ ୨୯ରେ ହେବାକୁ ଥିବା ମୌନୀ ଅମାବାସ୍ୟା ଅବସରରେ ପବିତ୍ର ସ୍ନାନ ହେବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ କୋଟି କୋଟି ଶ୍ରଦ୍ଧାଳୁ କୁମ୍ଭରେ ବୁଡ଼…

ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ପୂର୍ବତନ ପୋଲିସ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିବା ପରେ ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ…

ମଧୁସୂଦନ ପାଢ଼ୀ ହେଲେ ଓଡ଼ିଶାର ନିର୍ବାଚନ କମିଶନ

ଭୁବନେଶ୍ୱର: ବଦଳିଲେ ଓଡ଼ିଶାର ନିର୍ବାଚନ କମିଶନ । ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ମଧୁସୂଦନ ପାଢ଼ୀଙ୍କୁ ମିଳିଛି ଏହି ଦାୟିତ୍ୱ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଦିତ୍ୟ ପାଢ଼ୀଙ୍କ ଅବସର ପରେ ଖାଲି ପଡ଼ିଥିଲା ରାଜ୍ୟ ନିର୍ବାଚନ କମିଶନର ପଦ । ରାଜ୍ୟ ସରକାରଙ୍କ…

ଜିବିଏସ ନେଲା ଜଣଙ୍କ ଜୀବନ, ଶହେରୁ ଅଧିକ ସଂକ୍ରମିତ

ପୁନେ: ପୁନେରେ ବ୍ୟାପୁଛି ଗୁଇଲେନ-ବାରେ ସିଣ୍ଡ୍ରୋମ (ଜିବିଏସ) । ବର୍ତ୍ତମାନ ଜଣଙ୍କର ଜୀବନ ଯାଇଥିବାବେଳେ ଏଥିରେ ଶହେରୁ ଅଧିକ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ଅନ୍ୟ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ମାରାତ୍ମକ ରୋଗ…

ମୃତ ସାଗର: ଏଠି ମଣିଷ ଚାହିଁଲେ ବି ବୁଡିପାରିବେନି

ନୂଆଦିଲ୍ଲୀ:ଆମ ପୃଥିବୀରେ ଅନେକ ସ୍ଥାନ ରହିଛି ଯାହା ସମସ୍ତଙ୍କୁ ଚକିତ କରିଥାଏ । ସେହିପରି ଏକ ସାଗର ଇସ୍ରାଏଲ- ଜୋର୍ଡାନ ସୀମାରେ ଅବସ୍ଥିତ, ଯେଉଁଠି କୌଣସି ଜୀବ ଏହି ସାଗରରେ କେବେ ବି ବୁଡି ପାରିବେ ନାହିଁ । ସମଗ୍ର ବିଶ୍ବରେ ଏହା ମୃତ ସାଗର ନାଁରେ  ପରିଚିତ । ଏହି ସାଗର ସମୁଦ୍ର ପତ୍ତନରୁ…

ରାଜନୀତିକୁ ଆସିବେ କି ନୀତିଶଙ୍କ ପୁଅ ନିଶାନ୍ତ କୁମାର?

ନୂଆଦିଲ୍ଲୀ: ରାଜନୀତିରେ ଏଣ୍ଟ୍ରି କରିବେ କି ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର? ପରଦା ପଛରେ ରହୁଥିବା ନିଶାନ୍ତ ଗତ ଜାନୁଆରୀ ୮ତାରିଖରେ ବାପା ନୀତିଶଙ୍କ ସହ ବଖତିଆରପୁର ଯାଇଥିଲେ । ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ଭବ ହେଲେ ତାଙ୍କ ବାପା ନୀତିଶ କୁମାରଙ୍କ ଭୋଟ୍ ଦେଇ ପୁଣି…

‘ୱାନ୍ ନେସନ୍ ୱାନ୍ ଟାଇମ୍’: କାହିଁକି ସାରା ଦେଶରେ ସମାନ ସମୟ ଲାଗୁ କରିବାକୁ ଚାହୁଁଛନ୍ତି ସରକାର?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଦେଶରେ 'ୱାନ୍ ନେସନ ୱାନ୍ ଟାଇମ୍' ବା ଗୋଟିଏ ରାଷ୍ଟ୍ର ଗୋଟିଏ ସମୟ ଲାଗୁ କରିବାକୁ ଯାଉଛନ୍ତି। ସରକାର ଭାରତୀୟ ମାନକ ସମୟକୁ ବାଧ୍ୟତାମୂଳକ କରିବା ପାଇଁ ଏହି ନିୟମ ପ୍ରସ୍ତୁତ କରିଛନ୍ତି। ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଫେବୃଆରୀ ୧୪ ତାରିଖ ସୁଦ୍ଧା…

ଫାଟିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର; ୬ ମୃତ, ୩୧ ଆହତ

ପଞ୍ଜାବ: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଏକ ଏଲପିଜି ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ହେବାରୁ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହା ସହ ୨୦ଟି ଘର ମଧ୍ୟ ନଷ୍ଟ ହୋଇଯାଇଛି । ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣରେ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ…

ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆଜିଠୁ ଲାଗୁ ହୋଇଛି ସମାନ ନାଗରିକ ସଂହିତା ବା ୟୁସିସି । ଦେଶର ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିଛି ଉତ୍ତରାଖଣ୍ଡ । ଫଳରେ ବିବାହ, ଛାଡ଼ପତ୍ର, ଲିଭ୍-ଇନ୍ ସଂପର୍କ, ସଂପତ୍ତି, ଉତ୍ତରାଧିକାର ଓ ବହୁବିବାହକୁ ନେଇ ନିୟମରେ ପରିବର୍ତ୍ତନ ହୋଇଛି । ନିୟମ ଲାଗୁ…