Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହିଁକି ବଢୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ?

ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ପର୍ବତ ବୋଲି କୁହାଯାଏ। ଯାହାକୁ ଅନେକ ଲୋକ ଆରୋହଣ କରିବାକୁ ସ୍ୱପ୍ନ ଦେଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ପ୍ରତିବର୍ଷ ବଢୁଛି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହାର କାରଣ କଣ.. ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବୃଦ୍ଧି…

‘ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ’

ନୂଆଦିଲ୍ଲୀ: କୌଣସି ମାମଲାର ଜରୁରୀ ଶୁଣାଣି କିମ୍ବା ତାଲିକାଭୁକ୍ତ କରିବା ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖାନ୍ନା ଘୋଷଣା କରିଛନ୍ତି। ଏଣିକି ଏଭଳି ମାମଲାରେ ଆଇନଜୀବୀମାନଙ୍କୁ ଇମେଲ୍‌ ଯୋଗେ କିମ୍ବା ଲିଖିତ ପତ୍ର…

ଆମେରିକାରେ ଟ୍ରମ୍ପ ଆସିବା ପରେ ଦୁର୍ବଳ ହେଉଛି ଭାରତର ଟଙ୍କା!

ନୂଆଦିଲ୍ଲୀ: ଦିନକୁ ଦିନ ଦୁର୍ବଳ ହେଉଛି ଟଙ୍କା। ଆମେରିକୀୟ ଡଲାର ଶକ୍ତିଶାଳୀ ହେବା ପରଠୁ ସବୁଠୁ ଦୟନୀୟ ସ୍ଥିତି ଦେଇ ଗତି କରୁଛି ଭାରତୀୟ ଟଙ୍କା। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ କ୍ରମାଗତ ଭାବେ ହ୍ରାସ ଧାରା ଜାରି ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ…

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; କିଛି ଜିଲ୍ଲାରେ ହାଲୁକା ବର୍ଷା, ୧୬ ପରେ ବଢ଼ିପାରେ ଶୀତ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଥିବା କାରଣରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଛଅ ଗୋଟି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲା ଗୁଡିକ ହେଲା ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି । ଏହି ଜିଲ୍ଲା ଗୁଡିକର ଗୋଟିଏ…

ଘନ କୁହୁଡ଼ି ସହ ଭୟଙ୍କର ପ୍ରଦୂଷଣରେ କଲବଲ ଦିଲ୍ଲୀବାସୀ

ନୂଆଦିଲ୍ଲୀ: ଘନ କୁହୁଡି ଓ ପ୍ରଦୂଷଣ କାରଣରୁ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ରାଜଧାନୀବାସୀ । ପାରଦର ହ୍ରାସ କାରଣରୁ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି ଏହା ସହ ପ୍ରଦୂଷଣର ମାତ୍ରା ମଧ୍ୟ ବୃଦ୍ଧି ପାଉଛି । ଯୁଆଡେ ଦେଖିଲେ ଖାଲି ଧୂଆଁମୟ ପରିବେଶ । ବୁଧବାର ସକାଳୁ ଦିଲ୍ଲୀ-ଏନସିଆର୍‌,…

ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭଦ୍ରକ: ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଭଦ୍ରକରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଅଭିଯୋଗ। ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅମ୍ୱରୋଲି ସମବାୟ ସମିତିର ସଭାପତି ଥିଲେ ବିଜେଡି ନେତା…

ଶୀଘ୍ର ଆଧାର କାର୍ଡ ସହ ପାନ ଲିଙ୍କ୍ କରିଦିଅନ୍ତୁ, ଏହି ଦିନ ରହିଛି ଶେଷ ତାରିଖ..

ଭୁବନେଶ୍ବର: ଆଇ-ଟି ବିଭାଗ ଭାରତର ସମସ୍ତ ଟିକସଦାତାଙ୍କ ପାଇଁ ଆଧାର କାର୍ଡ ସହିତ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଛି । ଚଳିତବର୍ଷ ଡିସେମ୍ବର ୩୧ରେ ଆଧାର କାର୍ଡ ସହିତ ପାନକୁ ଲିଙ୍କ୍ କରିବାର ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଧାର କାର୍ଡ ସହିତ ନିଜ ପାନ କାର୍ଡକୁ…

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଜାରି ରହିବ କି ପ୍ରତିବନ୍ଧକ?

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଆଜି ଆସିବ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ସୁପ୍ରିମକୋର୍ଟ ଜାରି କରିପାରନ୍ତି ନିର୍ଦ୍ଦେଶାବଳୀ। କେବଳ ନିଷ୍ପତ୍ତି ଅନୁଯାୟୀ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ସେପ୍ଟେମ୍ବର ୧୭ ରେ…

ଏଲଏସିରେ ଶେଷ ହେଲା ଭାରତ-ଚାଇନାର ପ୍ରଥମ ପାଟ୍ରୋଲିଂ, ଡେମଚୋକ-ଦୀପସାଙ୍ଗକୁ ଉଭୟ ସେନାଙ୍କ ଫୋକସ୍

ଲଦାଖ: ପୂର୍ବ ଲଦାଖର ଡେମଚୋକ ଓ ଦୀପସାଙ୍ଗର ବିବାଦୀୟ ଅଞ୍ଚଳରେ ଉଭୟ ଭାରତ ଏବଂ ଚାଇନା ପ୍ରଥମ ରାଉଣ୍ଡ ପାଟ୍ରୋଲିଂ ଶେଷ କରିଛନ୍ତି। ନିକଟରେ ଦୁଇ ଦେଶ ପରସ୍ପର ସହ ଚୁକ୍ତି କରି ବିବାଦୀୟ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିଥିଲେ। ଏଥିସହ ଭିତ୍ତିଭୂମିକ ମଧ୍ୟ ହଟାଇଥିଲେ। ଅସନ୍ତୋଷ ପ୍ରକ୍ରିୟାର…

ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କନିଷ୍ଠ ସହାୟକ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ। ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ…