Latest Odisha News

BREAKING NEWS

Browsing Category

Uncategorized

ପୂରଣ ହେଲା ସୂର୍ଯ୍ୟ ପାତ୍ରଙ୍କ ଶେଷ ଇଚ୍ଛା: ମୃତ୍ୟୁ ପରେ ବି ଦୁନିଆ ଦେଖିବେ ସୂର୍ଯ୍ୟ, ଚକ୍ଷୁ ଦାନ କଲେ ପରିବାର ଲୋକ

ଭୁବନେଶ୍ୱର : ପରଲୋକରେ ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗତକାଲି ସନ୍ଧ୍ୟାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଆଜି ଅପରାହ୍ନ ସମୟରେ ଗଞ୍ଜାମ ଦିଗପହଣ୍ଡିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ  ।  ବରିଷ୍ଠ…

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ : ଆଜିଠୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ

ରାଜନଗର : ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି  ।       ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ  । ୫ଦିନ ଧରି ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯିବ । ଏଥିପାଇଁ ୪ଟି ଟିମ୍ ଗଠନ କରାଯାଇଛି  ।  ପ୍ରତି…

ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: କହିଲେ ସୂର୍ଯ୍ୟଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ…

ଭୁବନେଶ୍ବର: ସୂର୍ଯ୍ୟ ଅସ୍ତ ହେବା ସହ ସହ ଓଡ଼ିଶାର ରାଜନୀତି ରୁ ମଧ୍ୟ ସୂର୍ଯ୍ୟ ଅସ୍ତ ହୋଇଛି  । ଗତକାଲି ଇହଲୀଳା ସମ୍ବରଣ କରିଛନ୍ତି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ…

ଲମତାପୁଟ ପୋଲିସକୁ ବଡ ସଫଳତା: ୨୫ କେଜି ଗଞ୍ଜେଇ ଜବତ, ଦୁଇ ବେପାରୀ ଗିରଫ

ଲମତାପୁଟ: ଲମତାପୁଟ ପୋଲିସକୁ ବଡ ସଫଳତା ମିଳିଛି  । ୨୫ କେଜି ଗଞ୍ଜେଇ ସହ ଦୁଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜଲାପୁଟ ଅଞ୍ଚଳରେ । ଜଲାପୁଟ ରୁ ବାଣରାଶିକୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ପୋଲିସ ଏକ ଗଞ୍ଜେଇ…

ଥମୁନି ଧଳାଜହର କାରବାର: ଉତ୍ତର ପିପିଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ଧଳା ଜହର କାରବାର  । ଆଜି ଏସଟିଏଫ୍ ଟିମକୁ ବଡ ସଫଳତା ମିଳିଛି  । ଉତ୍ତର-ପିପିଲି ନିକଟରୁ ୧ କିଲୋ ୮୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି   । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି  । ଏହି ଘଟଣାରେ…

ଭିଟାମାଟିକୁ ଫେରିଲେ ଦୁବାଇରେ ଫସିଥିବା ୮ ଶ୍ରମିକ, ସରକାରଙ୍କୁ ଦେଲେ ଧନ୍ୟବାଦ

ଖଲ୍ଲିକୋଟ: ଦୁବାଇକୁ କାମ କରିବାକୁ ଯାଇ ଫସିଥିଲେ ୧୫ ଶ୍ରମିକ  । ଆଜି ୮ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି । ବାକି ୭ ଜଣ ଶ୍ରମିକ ଖୁବ ଶୀଘ୍ର ନିଜ ଗାଁକୁ ଫେରିବେ ବୋଲି ସୂଚନା ଦେଇଛି ଛତ୍ରପୁର ଶ୍ରମ ବିଭାଗ  । ତେବେ ନିଜ ଜନ୍ମମାଟିକୁ ଫେରିଥିବା ଶ୍ରମିକମାନେ ହେଉଛନ୍ତି ଲଙ୍ଗଳେଶ୍ବର…

ଛୋଟ ପିଲାଙ୍କୁ ମୋବାଇଲ ଦେଉଥିଲେ ହୋଇଯାନ୍ତୁ ସାବଧାନ: ଏହି ରୋଗର ହୋଇପାରନ୍ତି ଶିକାର

ଆଜିର ସମୟରେ ମୋବାଇଲ୍ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଛି | ପରିସ୍ଥିତି ଏମିତି ହୋଇଛି ଯେ ୬ ମାସର ଛୋଟ ପିଲାକୁ ବି ବାପା ମାଆ ମାନେ ମୋବାଇଲ ଦେଖିବାକୁ ଦେଉଛନ୍ତି ।  ମୋବାଇଲ୍ ଯାହା ଏକଦା ସାହାଯ୍ୟକାରୀ ଥିଲା , ବର୍ତ୍ତମାନ ଧୀରେ ଧୀରେ ସାଂଘାତିକ ହୋଇଯାଉଛି | ଅଭିଭାବକମାନେ…

ବିଶୃଙ୍ଖଳିତ ଆଚରଣ ପାଇଁ ୬ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା ଇଷ୍ଟ ହଷ୍ଟେଲ ଆଗରେ ବିକ୍ଷୋଭ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ୬ ଜଣ ଅନ୍ତେବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି  । ଯାହାକୁ ବିରୋଧ କରି ଇଷ୍ଟ ହଷ୍ଟେଲ ଗେଟ ଆଗରେ ଅନ୍ତେବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି  ।  କ୍ୟାମ୍ପସରେ ବିଶୃଙ୍ଖଳା ପାଇଁ ବିଶ୍ୱବିଦ୍ୟାଳୟ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା: କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍

ବଲାଙ୍ଗୀର: କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲାଙ୍ଗିର ଜିଲ୍ଲା ପାଟଣାଗଡ଼ -ଧୂମାଭଟା ରାସ୍ତାର କଲେଜ ଗେଟ ସମ୍ମୁଖରେ। ଜଣେ କଲେଜ ଛାତ୍ରୀଙ୍କ ଉପରେ ଟ୍ରକ୍ ଚଢି ଯାଇଛି  । ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି  । ମୃତ ଛାତ୍ରୀ ଜଣକ ଯୁକ୍ତ ୩ ଶେଷ…

ଏବେ ବଞ୍ଚିଛି ଅନ୍ଧବିଶ୍ବାସ : ମୃତ ପିଲାକୁ ଜୀବିତ କରିବାକୁ ଠାକୁରାଣୀଙ୍କ ପାଖରେ ପୂଜାର୍ଚ୍ଚନା, ଭିଡିଓ ଭାଇରାଲ

ଜଳେଶ୍ବର : ଏବେ ବି ସମାଜରେ ବଞ୍ଚି ରହିଛି ଅନ୍ଧବିଶ୍ବାସ। ମୃତ ନାବାଳକକୁ ଜୀବିତ କରିବା ପାଇଁ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା…