Latest Odisha News

BREAKING NEWS

ବ୍ଲାକ୍‌ରକ୍ ଆଣ୍ଡ୍ରଏଡ୍ ଭାଇରସ୍‌; କେତେ ସୁରକ୍ଷିତ ଆମେ ?

ଭୁବନେଶ୍ୱର: ପୁଣି ବିପଦରେ ସାଧାରଣ ଲୋକେ । ହେଲେ ଏଠି କରୋନା କଥା ଉଠିନି ବରଂ ସାମ୍ନାକୁ ଆସିଛି ନୂଆ ଆଣ୍ଡ୍ରଏଡ୍ ଭାଇରସ୍ ବ୍ଲାକରକ୍ । ଏହି ଭାଇରସ୍ ସ୍ମାର୍ଟଫୋନରେ ବ୍ୟବହାର ହେଉଥିବା ୩୭୭ଟି ଆପ୍ଲିକେସନ୍‌ରୁ ଆପଣଙ୍କ ପାସ୍‌ୱାର୍ଡ ଓ କ୍ରେଡିଟ୍ କାର୍ଡ ବିବରଣୀ ଚୋରି କରିବାରେ ସିଦ୍ଧହସ୍ତ । ଯେଉଁଥିରେ ସାମିଲ ଅଛି ଆମାଜନ, ଫେସବୁକ୍‌, ଜି-ମେଲ୍ ଓ ଟିଣ୍ଡର ଭଳି ଅନେକ ଚର୍ଚ୍ଚିତ ଆପ୍ଲିକେସନ୍ ।

ସୁରକ୍ଷା ସଂସ୍ଥା ଥ୍ରେଟ୍‌ଫାବ୍ରିକ୍ ଅନୁଯାୟୀ ବ୍ଲାକ୍‌ରକ୍ କୌଣସି ନୂଆ ଆଣ୍ଡ୍ରଏଡ ଭାଇରସ୍ ନୁହେଁ ବରଂ ଜେରିସ ଭାଇରସ୍ ର ଲିକ୍ ହୋଇଥିବା ସୋର୍ସ ର କୋଡ୍ । ବ୍ଲାକ୍‌ରକ୍ ଅନ୍ୟ ଭାଇରସ୍ ଅପେକ୍ଷା ଅଧିକ ଆପ୍ଲିକେସନ୍‌କୁ ପ୍ରଭାବିତ କରିପାରେ ।

ଖାସ କରି ଆଣ୍ଡ୍ରଏଡ ଡିଭାଇସ୍‌ରେ ଏହି ଭାଇରସ୍ କାମ କରିଥାଏ । ଥରେ ଏହି ଭାଇରସ୍ ଫୋନକୁ ପ୍ରବେଶ କରିବା ମାତ୍ରେ ଆପଣଙ୍କ ବ୍ୟାଙ୍କିଂ ସମ୍ଭନ୍ଧୀୟ କାରବାର ଉପରେ ନଜର ରଖି ନିଜ ସର୍ଭରକୁ ଆଣ୍ଡ୍ରଏଡ୍ ଡିଭାଇସ୍ ପଲିସି କଣ୍ଟ୍ରୋଲର୍ ଦ୍ୱାରା ସମସ୍ତ ବିବରଣୀ ପଠାଇଥାଏ ।

ତେବେ ଖାଲି ଅନ୍‌ଲାଇନ୍ ବ୍ୟାଙ୍କିଂ ଆପ୍ଲିକେସନ୍ ନୁହେଁ ବରଂ ବହି, ବିଜନେସ୍‌, କମ୍ୟୁନିକେସନ୍‌, ଡେଟିଂ, ଏଣ୍ଟରଟେନ୍‌ମେଣ୍ଟ, ଲାଇଫ୍ ଷ୍ଟାଇଲ୍‌, ମ୍ୟୁଜିକ, ନ୍ୟୁଜ୍ ମାଗାଜିନ ଓ ଭିଡିଓ ଏଡିଟର୍ ଭଳି ଆପ୍ଲିକେସନକୁ ମଧ୍ୟ ଏହା ଟାର୍ଗେଟ କରିଥାଏ ।

ବ୍ଲାକ୍‌ରକ୍ ଆଣ୍ଟି ଭାଇରସ୍ ଆପ୍ଲିକେସନକୁ ମଧ୍ୟ ଅସହାୟ କରିଦେଇଥାଏ । ଏହି ଭାଇରସକୁ ରୋକିବା ଲାଗି କିଛି ହାତ ଗଣତି ଉପାୟ ରହିଛି । ପ୍ରଥମତଃ ଗୁଗଲ୍ ପ୍ଲେ-ଷ୍ଟୋର୍ ଛଡା ଅନ୍ୟ କୌଣସି ସାଇଟ୍‌ରୁ ମୋବାଇଲକୁ ଆପ୍ଲିକେସନ୍ ଡାଉନଲୋଡ କରନ୍ତୁ ନାହିଁ । ଷ୍ଟ୍ରଙ୍ଗ ପାସ୍‌ୱାର୍ଡ ବ୍ୟବହାର କରନ୍ତୁ, ସନ୍ଦେହଜନକ ମେଲକୁ ଖୋଲନ୍ତୁ ନାହିଁ ଓ ଯଦି ସମ୍ଭବ ହୁଏ ଏକ ଆଣ୍ଟି-ଭାଇରସ୍ ଆପ୍ଲିକେସନ୍ ବ୍ୟବହାର କରନ୍ତୁ ।

Leave A Reply

Your email address will not be published.