Latest Odisha News

ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଭୁବନେଶ୍ଵର: ଚନ୍ଦ୍ରଶେଖରପୁର ନନ୍ଦନନବିହାରରେ ଅଗ୍ନିକାଣ୍ଡ । ନନ୍ଦନବିହାର ସ୍କାୟେଟେକ୍ ଇନଫୋସିଟି ଭିଲାରେ ଅଗ୍ନିକାଣ୍ଡ । ତିନିମହଲା ଉପରେ ଲାଗିଛି ନିଆଁ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ନିଆଁ ଭିତରୁ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ନନ୍ଦନବିହାର ସ୍କାୟେଟେକ୍ ଇନଫୋସିଟି ଭିଲାର ଏକ  ତିନି ମହଲା କୋଠାରେ ଆଜି ଭୋରରୁ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ । ଏବେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ପ୍ରଥମ ମହଲାରେ ଥିବା ତିନି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡରେ ତିନୋଟି ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲିଭାଇବା ପାଇଁ ଚନ୍ଦ୍ରଶେଖରପୁର ୩ ଦମକଳ ଗାଡ଼ି ନିୟୋଜିତ ଅଛନ୍ତି । ଘଟଣାରେ ଦୁଇ ଦମକଳ ବାହିନୀ କର୍ମଚାରୀ ଆହତ ହୋଇଛନ୍ତି ।

Leave A Reply

Your email address will not be published.