Latest Odisha News

BREAKING NEWS

ଟ୍ରକ୍ ପଛରେ ପିଟିହେଲା କାର୍, ୫ ଜଣଙ୍କର ମୃତ୍ୟୁ

ଅନୁଗୋଳ: ଟ୍ରକ୍ ପଛରେ ପିଟି ହେଲା କାର୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଟିଆପଶି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ଇଞ୍ଜିଡି ଗାଁର କିଛି ବ୍ୟକ୍ତି ନିର୍ବାଚନ ଗଣନା ସାରିବା ପରେ ଢାବାରେ ଖିଆପିଆ କରି କାର୍ ଯୋଗେ ଘରକୁ ଫେରୁଥିଲେ । କଣ୍ଟିଆପଶି ଠାରେ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ ପଛରେ କାରଟି ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ।
ମୃତକମାନେ ଇଞ୍ଜିଡି ଗାଁର ଦିଲ୍ଲୀପ କୁମାର ସାହୁ, ବାପୁନ କୁମାର ସାହୁ, ରାନୁ ପ୍ରଧାନ, ଗୌର ଚନ୍ଦ୍ର ସାହୁ ଓ ପିନୁ ସାହୁ । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରି ତଦନ୍ତ କରୁଛି ।

Comments are closed, but trackbacks and pingbacks are open.