Latest Odisha News

BREAKING NEWS

ଆସନ୍ତାକାଲି ଆସିବ ଜେଇଇ ମେନ୍ ଆଡମିଟ କାର୍ଡ

ଭୁବନେଶ୍ଵର: ଜେଇଇ ମେନ୍ ପାଇଁ ଆସନ୍ତାକାଲି ଆସିବ ଆଡମିଟ କାର୍ଡ। ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି। ଆଡମିଟ କାର୍ଡ ଜାରି କରାଯିବା ପରେ ପରେ ଆଶାୟୀ ପରୀକ୍ଷାର୍ଥୀମାନେ ନିଜର ହଲ୍‌ ଟିକେଟ jeemain.nta.nic.in. ୱେବସାଇଟରୁ ଛାତ୍ରଛାତ୍ରୀମାନେ ପାଇପାରିବେ। ଜେଇଇ ମେନର ଅଫିସିଆଲ୍ ୱେବସାଇଟରୁ ମଧ୍ୟ ନିଜର ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ।

ତେବେ କହିରଖୁଛୁ, ଜେଇଇ ମେନ ୨୦୨୫ର ପ୍ରଥମ ସେସନ ଜାନୁୟାରୀ ୨୨ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ୩ ଦିନ ପୂର୍ବରୁ ହଲ ଟିକେଟ ଜାରି କରାଯିବ। ଚଳିତ ମାସ ଆରମ୍ଭରୁ ସହର ସ୍ଲିପ ପ୍ରକାଶ କରାଯାଇଥିଲା। ଯାହାଫଳରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଆଗୁଆ ନିଜ ନିଜ ପରୀକ୍ଷା କେନ୍ଦ୍ର ବା ପରୀକ୍ଷା ପାଇଁ ସ୍ଥିରୀକୃତ ସହରକୁ ଯାତ୍ରା କରିପାରିବେ।

Comments are closed.