Latest Odisha News

BREAKING NEWS

କବିତା : ସ୍ୱାଧୀନତା

କିଶୋର ମହାନ୍ତି

ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା
ଏ ଜାତି ତୁମ ପାଇଁ ନୋଇଁ ଦିଏ ତାର ମଥା
ଦେଇଥିଲ ତୁମେ ଦିନେ ଆମ ଓଠେ ହସ ଭରି
ଖେଳିଗଲା ଆମ ମନେ ସତେ ଆନନ୍ଦର ଲହରୀ
କାନେ କାନେ ଆମ କହିଗଲ ମୁକତିର ବାରତା ।

ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା
ତୁମ ପାଇଁ ବହିଥିଲା ଏ ମାଟିରେ ରକତର ନଈ
ରଖିଗଲା ବୀର ଟେକ ତା ଜୀବନ ତୋଳି ଦେଇ
ତୁମକୁ ତ ଭୁଲି ନାହିଁ ଏ ଦେଶର ଜନତା
ତ୍ରିରଙ୍ଗା ଆଜି ବି ଗର୍ବରେ ଉଡ଼ୁଛି ଫର ଫର ହେଇ
ନିଜେ ଆମେ ସ୍ୱାଧୀନ ଆଉ ସତେ ବ୍ରିଟିଶ ର ଡର ନାହିଁ
ଲହୁ ଆଉ ଲୁହ ବଦଳରେ ଜୀବନ ଦେଲେ କେତେ ଯେ ନେତା ।

ସ୍ୱାଧୀନତା, ସ୍ୱାଧୀନତା ହେ ମୋ ସ୍ୱାଧୀନତା
ମହାତ୍ମା ଦେଲେ ମନ୍ତର ସମସ୍ତେ ଏକ ହେଲେ
ଅହିଂସାର ଅସି ଧରି ଆଗେଇ ଚାଲିଲେ
ବନ୍ଦେ ମାତରଂ ଡାକରେ ଆମର ଫେରିଲା ଏକତା ।

ସ୍ୱାଧୀନତା ସ୍ୱାଧୀନତା ହେ ମୋ ସ୍ୱାଧୀନତା ।

କଟକ
ଫୋନ : ୯୪୩୭୭୧୮୪୭

Leave A Reply

Your email address will not be published.