Latest Odisha News

BREAKING NEWS

ଛତିଶଗଡ ନାରାୟଣପୁରରେ ମାଓ ହିଂସା, ୩ଟି ଟ୍ରକକୁ ଜାଳିଦେଲେ ମାଓବାଦୀ

ଛତିଶଗଡ : ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା । ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ତିନୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ ।ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।ଟ୍ରକ ଗୁଡିକ ଜଗଦଲପୁରରୁ ରାୟପୁର ଯାଉଥିବା ସମୟରେ ହିରଙ୍ଗିଝାଡ ଜଙ୍ଗଲ ରାସ୍ତାରେ ପ୍ରାୟ ୪୦ରୁ ୫୦ ଜଣ ମାଓବାଦୀ ଗାଡିକୁ ଅଟକାଇ ନିଆଁ ଲଗାଇ ଦେଇଥିଲେ ।

ସୂଚନା ଅନୁସାରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କ କୌଣସି କ୍ଷତି ହୋଇନାହିଁ । ସେମାନେ ସୁରକ୍ଷିତ ଅଛନ୍ତି । ଏହି ଘଟଣା ଘଟିବା ପରେ ଘଟଣା ସ୍ଥଳରେ ସିଆରପିଏଫ୍ ଓ ଡିଆରଜି ବାହିନୀ ପହଁଞ୍ଚି କୁମ୍ବଂ ଅପରେସନ ଆରମ୍ଭ କରିଛନ୍ତି ।

Comments are closed, but trackbacks and pingbacks are open.