Latest Odisha News

କେତୋଟି ଦେଶରେ ଲାଗୁ ହୋଇଛି “ୱାନ୍ ନେସନ ୱାନ ଇଲେକ୍ସନ”, ଏହାଦ୍ଵାରା ଭାରତରେ କିପରି ବଦଳିବ ନିର୍ବାଚନ ପ୍ରକ୍ରିୟା

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ୱାନ ନେସନ ୱାନ ଇଲେକ୍ସନ’କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ନିଜର ରିପୋର୍ଟ ଦାଖଲ କରିଛନ୍ତି। ତେବେ କଣ ଆପଣ ଜାଣନ୍ତି କି ଏହି ‘ୱାନ ନେସନ ୱାନ ଇଲେକ୍ସନ’ କ’ଣ? ଏହାକୁ ଲାଗୁ କରାଯିବା ପରେ ଦେଶର ନିର୍ବାଚନ ପ୍ରକ୍ରିୟାରେ କେଉଁ ପରିବର୍ତ୍ତନ ହେବ? ତେବେ ଆସନ୍ତୁ ଜାଣିବା ଏହାକୁ ଲାଗୁ କରାଯିବା ଦ୍ଵାରା ଭାରତରେ କେଉଁ ପରିବର୍ତ୍ତନ ହେବ ଏବଂ ବିଶ୍ଵର କେଉଁ କେଉଁ ଦେଶରେ ଏହି ‘ୱାନ ନେସନ ୱାନ ଇଲେ୍ସନ’ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇସାରିଛି।

ସୂଚନାଯୋଗ୍ୟ ଯେ, ବିଶ୍ଵର ଅନେକ ଦେଶରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୁଏ । ଉଦାହରଣ ସ୍ୱରୂପ, ସ୍ୱିଡେନରେ ପ୍ରତି ଚାରି ବର୍ଷରେ ସାଧାରଣ ନିର୍ବାଚନ ସହିତ ରାଜ୍ୟ ଏବଂ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୁଏ । ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାରେ ମଧ୍ୟ ସାଧାରଣ ନିର୍ବାଚନ ଏବଂ ରାଜ୍ୟ ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୁଏ । ଏହି ନିର୍ବାଚନ ସମୟରେ ଭୋଟରଙ୍କୁ ଅଲଗା ଅଲଗା ଭୋଟ୍ ପେପର ମଧ୍ୟ ଦିଆଯାଏ । ବ୍ରାଜିଲ, ଫିଲିପାଇନ୍ସ, ବୋଲିଭିଆ, କଲମ୍ବିଆ, କୋଷ୍ଟାରିକା, ଗୁଆଟେମାଲା, ଗୁଇନା ଏବଂ ହୋଣ୍ଡୁରାସ ପରି ଅନ୍ୟ ଦେଶରେ ରାଷ୍ଟ୍ରପତି ପ୍ରଣାଳୀ ଅଧୀନରେ ଏକକାଳୀନ ରାଷ୍ଟ୍ରପତି ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୁଏ।

ଦେଶରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେତୁ ନିର୍ବାଚନୀ ​​ଖର୍ଚ୍ଚ ହ୍ରାସ ପାଇବ। ସରଳ ଭାଷାରେ କହିବାକୁ ଗଲେ ସରକାରୀ ପାଣ୍ଠିରୁ ନିର୍ବାଚନ ପାଇଁ ହେଉଥିବା ଖର୍ଚ୍ଚ ହ୍ରାସ ପାଇବ। ଯେଉଁଥିପାଇଁ ବିକାଶ କାର୍ଯ୍ୟ ଅଧିକ ଗତିଶୀଳ ହେବ । ଏହା ବ୍ୟତୀତ ମତଦାନ କେନ୍ଦ୍ରରେ ଇଭିଏମ୍, ସୁରକ୍ଷା ଏବଂ ନିର୍ବାଚନ ପାଇଁ କର୍ମଚାରୀଙ୍କ ନିୟୋଜନ ପାଇଁ ବାରମ୍ବାର ବ୍ୟବସ୍ଥା କରିବାର କୌଣସି ଆବଶ୍ୟକତା ନାହିଁ । ଏହାଦ୍ଵାରା ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ଭାଗୀଦାରି ବୃଦ୍ଧିରେ ମଧ୍ୟ ସହାୟକ ହେବ । ଏଥି ସହିତ, ନିର୍ବାଚନ ଆୟୋଗଙ୍କ ଦ୍ଵାରା ଆଦର୍ଶ ଆଚରଣ ସଂହିତା ବାରମ୍ବାର କାର୍ଯ୍ୟକାରୀ ହେତୁ ବିକାଶ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୁଏ, ଥରେ ନିର୍ବାଚନ ଅନୁଷ୍ଠିତ ହେଲେ ଏହି ବିକାଶ କାର୍ଯ୍ୟ ପ୍ରଭାବିତ ହେବ ନାହିଁ।

‘ୱାନ ନେସନ ୱାନ ଇଲେକ୍ସନ’ ଦେଶର ସମଗ୍ର ନିର୍ବାଚନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବ । ଏହାଦ୍ଵାରା ସମଗ୍ର ଦେଶରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହା ପ୍ରଥମ ଥର ନୁହେଁ ଯେ ସରକାର ଏକକାଳୀନ ନିର୍ବାଚନ କରିବାର ନିଷ୍ପତ୍ତି ଉପରେ ବିଚାର କରୁଛନ୍ତି ।

Leave A Reply

Your email address will not be published.