Latest Odisha News

BREAKING NEWS

ଆଜି ପ୍ରେମ ସପ୍ତାହର ଶେଷ ଦିନ; ଭାଲେଣ୍ଟାଇନ୍ସ ଡେ’

ଭୁବନେଶ୍ୱର: ଆଜି ହେଉଛି ଭାଲେଣ୍ଟାଇନ୍‌ ଡେ । ଯାହାକି ପ୍ରେମ ଦିବସ ରୂପେ ଜଣା । ବିଗତ ୭ ଦିନ ଧରି ଚାଲିଥିବା ପ୍ରେମ ସପ୍ତାହର ଆଜି ହେଉଛି ଅନ୍ତିମ ଦିବସ ବା ଭାଲେଣ୍ଟାଇନ୍ସ ଡେ'। ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା…

ପୁଲୱାମା ଆକ୍ରମଣକୁ ପୁରିଲା ଦୁଇ ବର୍ଷ; ବୀର ପୁତ୍ରଙ୍କୁ ମନେ ପକାଇ ଆଜି ଗୁମୁରି କାନ୍ଦୁଛି ମାତୃଭୂମି

ଭୁବନେଶ୍ୱର: ଜାମ୍ମୁ-କଶ୍ମୀରର ପୁଲୱାମା ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ। ଆଜିର ଦିନରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାତାର ୪୦ ଜଣ ବୀର ପୁତ୍ର। ଆତଙ୍କବାଦୀ ଜୈସ-ଏ-ମହମ୍ମଦର ଆକ୍ରମଣରେ ଏହି ୪୦ ଜଣ ସିଆରପିଏଫ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ବର୍ଷେ ପୁରିଥିଲେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୪-୨-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ୧୪ ରିଖ ରବିବାର କୁମ୍ଭ ୩ ଦିନ ମାଘ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର ଦିନ ୧୦ଟା ୧୨ ମିନିଟ୍ ପର୍ଯ୍ୟନ୍ତ ତାପରେ ମୀନ ଚନ୍ଦ୍ର ଭୋଗ ହେବ ଆଜିର ଘାତ…

ପ୍ରେମଠୁ ବିରହ ନିଜର ଲାଗେ; ଅନ୍ତର୍ଯ୍ୟାମୀ ମିଶ୍ର

ସିଏ ମତେ ବାସିରେ ପଚାରେନି ଅଥଚ ସେ ମୋ ଧମନୀରେ ରକ୍ତ ହୋଇ ବୋହୁଥାଏ ପ୍ରତି ମୂହୂର୍ତ୍ତରେ... ତା କଥା ବେଶୀ ବେଶୀ ଭାବିଲେ ମୋତେ ଉଦାସ୍ ଉଦାସ୍ ଲାଗେ ମୁଁ ଅଗଣାରେ ମସିଣା ପାରି ଆକାଶକୁ ଚାହିଁ ପଡିରହେ ... ଆକାଶରେ ମେଘଖଣ୍ଡ ଆଉ ଜହ୍ନର ଲୁଚକାଳି ଖେଳରେ ତା ମୁହଁ ଝାପ୍ସା ଝାପ୍ସା…

ରାଜ୍ୟରେ ବର୍ଷା ଆଶଙ୍କା, ୧୧ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୬ ଓ ୧୭ ତାରିଖ ବେଳକୁ ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ଫେବୃଆରୀ ୧୬ ସକାଳ ୮ଟା ୩୦ମି.ରୁ ଫେବୃଆରୀ ୧୭ ତାରିଖ ସକାଳ ୮ଟା ୩୦ମି. ମଧ୍ୟରେ ନୂଆପଡା, ବରଗଡ,…

ବାଇ-ଲ’ ବିବାଦ, ଟ୍ୱିଟରରେ ଅନୁଭବ-ଅପରାଜିତା ମୁହାଁମୁହିଁ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ (NMA)ର ପ୍ରସ୍ତାବିତ ବାଇ-ଲ’କୁ ଭୁବନେଶ୍ୱର ବିରୋଧ । ସେବାୟତଙ୍କ ଠାରୁ ନେଇ ସାଧାରଣ ଲୋକ ଏହାକୁ ବିରୋଧ କରୁଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କେନ୍ଦ୍ର ତୁରନ୍ତ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର…

ଚାଷୀଙ୍କୁ ନେଇ ହରିୟାଣା କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ- ‘ଘରେ ଥିଲେ ବି ମରିଥାନ୍ତେ ୨ ଶହ…

ନୂଆଦିଲ୍ଲୀ: ଦେଶରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ବିଜେପି ନେତାଙ୍କ ତୁଣ୍ଡରେ ବାଟୁଳି ବାଜୁନି । କେତେବେଳେ ବିଜେପି ନେତା ଚାଷୀଙ୍କୁ ଆତଙ୍କବାଦୀ କହୁଛନ୍ତି ତ ଆଉ କେବେ ତାତ୍ସଲ୍ୟ କରୁଛନ୍ତି । ଏବେ ଏବେ ପୁଣି ବିଜେପି ମନ୍ତ୍ରୀଙ୍କ ଆଉ ଏକ ବୟାନ ଆସିଛି । ନିଜ ବୟାନକୁ…

ଦେଶରେ ପ୍ରଥମ ସିଏନଜି ଟ୍ରାକ୍ଟରର ଶୁଭାରମ୍ଭ

ନୂଆଦିଲ୍ଲୀ : ଦେଶରେ ଶୁଭାରମ୍ଭ ହେଲା ପ୍ରଥମ ସିଏନଜି ଟ୍ରାକ୍ଟର । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ସିଏନଜି ଟ୍ରାକ୍ଟରର ଶୁଭାରମ୍ଭ କରିଛନ୍ତି । ଏହି ସିଏନଜି ଟ୍ରାକ୍ଟର ବ୍ୟବହାର ଦ୍ବାରା ଚାଷୀମାନେ ବାର୍ଷିକ ୧.୫ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ବୋଲି କହିଛନ୍ତି…

ବାଇ-ଲ ପ୍ରତ୍ୟାହାର ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ଵର : ଦିନକୁ ଦିନ ତେଜିବାରେ ଲାଗିଛି ଜାତୀୟ ସ୍ମାରକୀ ପ୍ରାଧୀକରଣର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ଦାବି । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସମୂହ ଦୀପ ଦାନ ଓ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ପରେ ଆଜି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ…

ରାଜ୍ୟରେ କୋଭିଡ୍ ଟିକା ନେଲେଣି ୪ ଲକ୍ଷ ୧୧ ହଜାର ୯୩୯ ଜଣ

ଭୁବନେଶ୍ୱର: ଜାନୁଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୧୭୫ଟି ସାଇଟରେ ଟିକାକରଣ ହୋଇଥିବା ବେଳେ ୩୧ଟି ସ୍ଥାନରେ କୋଭାକ୍ସିନ୍ ଟିକା ଦିଆଯାଇଛି । ୧୧୧ଟି ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ ସେଥିରୁ ୨୦ଟିରେ କୋଭାକ୍ସିନ୍…