Latest Odisha News

BREAKING NEWS

କାଲି ଏକ ନମ୍ବର ହେବ ଖୋର୍ଦ୍ଧା !

ଭୁବନେଶ୍ୱର: କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଯିବ ଖୋର୍ଦ୍ଧା । ରେଡହଟ୍ ଜିଲ୍ଲା ଭାବରେ ଉଭା ହୋଇଛି । ପ୍ରତିଦିନ ପାଞ୍ଚ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେତେବେଳେ ସଂଖ୍ୟା ସାତ ଶହ ବି ଡେଇଁ ଯାଉଛି । ଏଯାଏଁ ଗଞ୍ଜାମ ସଂକ୍ରମିତ ଜିଲ୍ଲା ତାଲିକାର ଏକ ନମ୍ବରରେ ରହିଛି ।…

ନେତାଙ୍କୁ କରୋନା: ବିଧାନସଭା ଅଧିବେଶନ ପୂର୍ବରୁ ହେବ କି ବିଧାୟକଙ୍କ କୋଭିଡ୍ ଟେଷ୍ଟ ?

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ମାଡ଼ି ମାଡ଼ି ଚାଲିଛି । ଲକ୍ଷେ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ନେତା, ମନ୍ତ୍ରୀ ବି ସଂକ୍ରମିତ ହେଲେଣି । ଆଗକୁ ବିଧାନସଭାର ମୌସୁମୀ ଅଧିବେଶନ ବସୁଛି । ବିଧାୟକ ସଂକ୍ରମିତ ହେଉଥିବା ବେଳେ କିଭଳି ସତର୍କତାମୂଳକ ପଦକ୍ଷେପ ସହ ଅଧିବେଶନ ଚାଲିବ ତାକୁ ନେଇ ଏବେ…

କରୋନା ସଂକ୍ରମିତ ବିଧାୟକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ ବିଧାୟକ କରୋନା ସଂକ୍ରମିତ ହେଉଛନ୍ତି । ଗତକାଲି ପଜିଟିଭ ବାହାରିଥିବା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ମୟୂରଭଞ୍ଜ ଲୋକସଭା ସାଂସଦଙ୍କ ହାତପାଣ୍ଠି ଜାଲିଆତି ଅଭିଯୋଗ; ୨ ଗିରଫ

ବାରିପଦା: ସାଂସଦଙ୍କ ଦସ୍ତଖତ ଜାଲ କରିବା ଓ  ହାତପାଣ୍ଠି  କାମରେ ଅନିୟମିତତା ଅଭିଯୋଗରେ ଦୁଇ ଗିରଫ । ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅଭିଯୋଗ କ୍ରମେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଅଗୋଚରରେ ହାତପାଣ୍ଠିରୁ କାମ ଆବଣ୍ଟନ ହେଉଥିବା ସାଂସଦ କହିଛନ୍ତି । ସାଂସଦଙ୍କ ଦସ୍ତଖତ…

ଆଉ ୧୧ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟସଂଖ୍ୟା ୫୧୪

ଭୁବନେଶ୍ୱର: କରୋନା ନେଲା ଆଉ ୧୧ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୮ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ତିନି ଜଣ ମହିଳା ଅଛନ୍ତି । ବାକି ୮ ଜଣ ପୁରୁଷ । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ(ଭୁବନେଶ୍ୱର) କରୋନା ନେଇଛି ଆଉ ଦୁଇ ମୁଣ୍ଡ ।…

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଞ୍ଜି: କରୋନା ଆକ୍ରାନ୍ତ ହୋଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତ। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ହୋମ ଆଇସିଲେଶନରେ ଅଛି। ମୁଁ ଘରୁ ମୋ କାର୍ଯ୍ୟ କରିବି। ମୁଁ ଅନୁରୋଧ କରୁଛି ଯେ,…

ଦିନକରେ ରାଜ୍ୟରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୨୧୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୨୮୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୧ ସଂକ୍ରମିତ ହୋଇଛନ୍ତି । କଟକରୁ ୪୦୦, ବାଲେଶ୍ୱର ଜିଲ୍ଲାରୁ ୧୯୪ ନୂଆ ଆକ୍ରାନ୍ତ ଥିବା ବେଳେ…

କୋପରେଟିଭ୍ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ଘରେ ଭିଜିଲାନ୍ସ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର । ତାଙ୍କ ନାଁ ବିଦ୍ୟାଧର ବେହେରା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ବିଭାଗ । ବିଦ୍ୟାଧରଙ୍କ ଢେଙ୍କାନାଳ ସ୍ଥିତ ଅଫିସ୍, ଭୁବନେଶ୍ୱର…

ରାଜ୍ୟରେ ସ୍ଵାଭାବିକ ହେଲା ବସ୍ ଚଳାଚଳ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଠାରୁ ରାସ୍ତାରେ ପୁଣି ଗଡିଛି ରାଜ୍ୟ ସଡକ ପରିବହନର ବସ । ଉଭୟ ସରକାରୀ ଓ ବେସରକାରୀ ବସ ଚଳାଚଳ ସ୍ୱାଭାବିକ ହୋଇଛି । ୨୪ଟି ରୁଟ୍‌ରେ ଓଏସ୍‌ଆର୍‌ଟିସି ବସ୍ ଚଳାଚଳ କରିବ । ଓଏସ୍ଆରଟିସିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଦେଇଥିବା…

ସଂସଦ ମୌସୁମୀ ଅଧିବେଶନରେ ଏଥର ପ୍ରଶ୍ନକାଳ ନାହିଁ, କାରଣ କହିଲେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ଅଧିବେଶନର ରହିବ ନାହିଁ ପ୍ରଶ୍ନକାଳ । ଏହାପରେ ପ୍ରଶ୍ନ ଉଠୁଛି ସଂସଦ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ପ୍ରଶ୍ନକାଳକୁ କାହିଁକି ହଟାଇ ଦିଆଗଲା ? ଏହାର ସ୍ପଷ୍ଟୀକରଣ ରଖିଛନତି…