Latest Odisha News

BREAKING NEWS

୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ କଲେଜ ଯାଇ ଶ୍ରେଣୀ ଗୃହରେ ପଢ଼ିବାକୁ ଅନୁମତି ମିଳିଛି । ଦୀର୍ଘ ୧୧ ମାସ ପରେ କଲେଜ…

କାରଖାନା ଭିତରେ ଦନ୍ତା ହାତୀ, ଜୀବନ ବିକଳରେ ଧାଇଁଲେ ଶ୍ରମିକ

ଢେଙ୍କାନାଳ: କାରଖାନାରେ ପଶିଲା ଦନ୍ତା ହାତୀ । ଏପରି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଢେଙ୍କାନାଳ ହିନ୍ଦୋଳ ଉପଖଣ୍ଡର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା ଷ୍ଟିଲ କାରଖାନା ପରିସରକୁ ଆଜି ଏକ ଦନ୍ତା ହାତୀ ପଶି ଯାଇଥିବା ଦେଖିବାକୁ ମିଳିଛି । ହାତୀଟିକୁ ଦେଖି…

ଗୁଲମର୍ଗରେ ଖୋଲିଲା ଦେଶର ପ୍ରଥମ ଇଗଲୁ କାଫେ

ବାରମୁଲା: ଜାମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରେ ଏକ ହୋଟେଲ ସଂଚାଳକ ଗ୍ରୁପ ଦେଶର ପ୍ରଥମ ଇଗଲୁ କାଫେ ଖୋଲିଛନ୍ତି । ଭୂପୃଷ୍ଠରୁ ୨୭୩୦ ମିଟର ଉଚ୍ଚରେ ଏହି କାଫେ ତିଆରି କରାଯାଇଛି । ଭିତରପଟୁ ଏହା ୨୨ ଫୁଟ ଚୌଡା ଏବଂ ୧୩ ଫୁଟ ଉଚ୍ଚ ରହିଛି । ସୁଇଜରଲାଣ୍ଡରେ ଏ ଭଳି ଅନେକ କାଫେ ଓ ହୋଟେଲ ଦେଖିବା…

ଅନୁଗୁଳରେ ନକଲି ପାମୋଲିନ କାରଖାନା ଠାବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ନିକଟରେ ଥିବା ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ପୋଲିସର ସ୍ପେସିଆଲ ସ୍କ୍ବାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଚଢ଼ାଉ କରି ନକଲି ପାମୋଲିନ ତେଲ ବିଭିନ୍ନ କମ୍ପାନୀର ବ୍ରାଣ୍ଡରେ ପ୍ୟାକିଂ ହୋଇ ବଜାରକୁ…

ଦି ଫ୍ୟାମିଲି ମ୍ୟାନ୍ ର ସିଜିନ୍‌ ୨ ପରେ ଏବେ ଏହି ଚଳଚ୍ଚିତ୍ରରେ ନଜର ଆସିବେ ମନୋଜ ବାଜପେୟୀ

ନୂଆଦିଲ୍ଲୀ: ଆମାଜନ୍ ପ୍ରାଇମ୍ ଭିଡିଓର ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ସିଜିନ୍‌ ୨ ଘୋଷଣା କରିବା ପରେ ମନୋଜ ବାଜପେୟୀ ତାଙ୍କର ନୂତନ ଚଳଚ୍ଚିତ୍ର ଡେସପ୍ୟାଚ୍ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ସିଧାସଳଖ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। କ୍ରାଇମ ସାମ୍ବାଦିକତା ବିଷୟ ଉପରେ ଆଧାରିତ…

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ କଙ୍ଗନା

ନୂଆଦିଲ୍ଲୀ: ବହୁତ କମ୍ ରାଜନେତା ଅଛନ୍ତି ଯେଉଁମାନେ ଇନ୍ଦିରାଙ୍କ ପରି ରାତିକନୈତିକ ଇଚ୍ଛାଶକ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି। ଏବେ ରାଜନୀତିର ଏହି ଶକ୍ତିଶାଳୀ ଚରିତ୍ରକୁ ବଡ଼ ପରଦାରେ ଦେଖିବାକୁ ମିଳିବ, ଯାହାକୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନୟ କରିବେ। ଶୁକ୍ରବାର ଦିନ…

୫ ବର୍ଷରେ ସର୍ବଶ୍ରେଷ୍ଠ ରହିଛି ଟିମ୍ ଇଣ୍ଡିଆର ପ୍ରଦର୍ଶନ

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏବେ ନ୍ୟୁଜିଲାଣ୍ଡ ପଛକୁୂ ଭାରତୀୟ କ୍ରିକେଟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ୫ ବର୍ଷର ପ୍ରଦର୍ଶନ ବିଚାରକୁ ନେଲେ ଟିମ୍ ଇଣ୍ଡିଆ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ମଧ୍ୟରେ ଭାରତ ୫୧ ଟେଷ୍ଟ ଖେଳି ୩୨ ବିଜୟ ଓ ୮ ଡ୍ର ରଖିଛି । ୧୧ ମ୍ୟାଚରେ ପରାଜିତ…

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିଜେପିର ଧାରଣା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ 

ବରଗଡ: ବରଗଡ଼ ଜିଲ୍ଲାରେ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି । ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଗଣଧାରଣା ସହିତ ଘେରାଉ କରାଯାଇଛି ।…

ମୋଟେରା ବିଶ୍ୱର ଏକମାତ୍ର ଷ୍ଟାଡିୟମ ଯେଉଁଠାରେ ୧୧ ମଲ୍ଟିପଲ ପିଚ୍ ରହିଛି

ମୋଟେରା: ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ କ୍ରିକେଟ ଟେଷ୍ଟ ଅହମ୍ମଦାବାଦର ମୋଟେରାରେ ଖେଳାଯିବ । ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ହେବା ସହ ମୋଟେରାରେ ସର୍ବାଧିକ ମଲ୍ଟିପଲ ପିଚ୍ ରହିଛି । ଏଥିରେ ଥିବା ୧୧ ପିଚରୁ ୫ରେ ନାଲି ମାଟି ଓ ୬ରେ କଳା ମାଟି ବ୍ୟବହାର କରାଯାଇଛି । ମେଲବୋର୍ଣ୍ଣରେ ଏହା…

ଆମେ ଗାନ୍ଧିଜୀଙ୍କ ପୂଣ୍ୟତିଥି ପାଳନ କରିବୁ, କଂଗ୍ରେସକୁ ଅଟକାଇଲେ ଆନ୍ଦୋଳନ ହେବ: ବାହିନୀପତି 

ବ୍ରହ୍ମପୁର : ଆସନ୍ତାକାଲି ବ୍ରହ୍ମପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ତିରୋଧାନ ଦିବସ ପାଳନ କରାଯିବ । ଖଲିକୋଟ କଲେଜ ଷ୍ଟାଡିୟମରେ ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ହେବ । କାର୍ଯ୍ୟକ୍ରମରେ ଆସିବାକୁ ଥିବା କଂଗ୍ରେସ କର୍ମୀଙ୍କୁ ରାସ୍ତାରେ ଅଟକାଗଲେ ରାଜ୍ୟ ସାରା…