Latest Odisha News

BREAKING NEWS

ଗଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଲେ ବ୍ରିଟେନ୍‌ ପିଏମ୍‌ ବୋରିସ୍‌ ଜନ୍‌ସନ୍‌

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଭାରତକୁ ଗଣତନ୍ତ୍ର ଦିବସ ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ କରୋନା ଭୂତାଣୁ ବିଶ୍ୱ ମହାମାରୀରୁ ମାନବିକତାକୁ ମୁକ୍ତ କରିବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଭାରତର ୭୨ ତମ ଗଣତନ୍ତ୍ର ଦିବସରେ ବୋରିସ୍‌ଙ୍କୁ ମୁଖ୍ୟ…

ତୈଳଦର ବୃଦ୍ଧିରେ ରେକର୍ଡ, ୧୦୦ ଟଙ୍କା ଡେଇଁଲା ପେଟ୍ରୋଲ୍

ଚଣ୍ଡିଗଡ଼: ତୈଳଦର ବୃଦ୍ଧିରେ ରେକର୍ଡ । ରାଜସ୍ଥାନରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ପାର୍ କରିଛି । ସୋମବାର ଶ୍ରୀଗଙ୍ଗାନଗରରେ ପ୍ରିମିୟମ୍ ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୫୪ ପଇସା ରହିଛି । ସାଧାରଣ ପେଟ୍ରୋଲ ଦର ୯୭ ଟଙ୍କା ୬୯ ପଇସା ରହିଛି । ଦେଶରେ ପେଟ୍ରୋଲ ଓ ଡିଜେଲ…

ବଲାଙ୍ଗିରେ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗିର: ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ବଲାଙ୍ଗିର ଜେଲରେ ରହୁଥିବା ଜଣେ ବିଚାରାଧୀନ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ହେଲେ ଗଣେଶ ନାଗ ଓ ଘ ସଦର ଥାନା ଅନ୍ତର୍ଗତ ବାରପୁଗୁଡ଼ିଆ ଗାଁରେ । ତେବେ ମୃତ୍ୟୁର କାରଣ ଜଣା ପଡ଼ିନି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ…

ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହେଲେ ଗାୟିକା କେ.ଏସ୍‌ ଚିତ୍ରା

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟିକା କେ.ଏସ୍ ଚିତ୍ରାଙ୍କୁ ଗଣତନ୍ତ୍ର ଦିବସ ଅବସରରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଯିଏ ଚାରି ଦଶନ୍ଧି ଧରି ଲକ୍ଷ ଲକ୍ଷ ସଙ୍ଗୀତପ୍ରେମୀଙ୍କୁ ୧୮ ଟି ଭାଷାରେ ୨୫,୦୦୦ ଗୀତ ଗାଇଛନ୍ତି। ସେ ଏହି ସମ୍ମାନକୁ ତାଙ୍କ ଗୁରୁ, ପିତାମାତା ଏବଂ…

ପୁରୀ ଇଣ୍ଡୋର ଷ୍ଟାଡିଅମ ପଡ଼ିଆରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ପୁରୀ: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡ଼ିଆରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ଶାନ୍ତି ଦେବୀଙ୍କୁ ଜାଣନ୍ତୁ…

ରାୟଗଡ଼ା: ୨୦୨୧ ମସିହା ପାଇଁ ପଦ୍ମଶ୍ରୀ ସମ୍ମାନ ପାଇଁ ସମାଜସେବୀ ଶାନ୍ତି ଦେବୀ । ରାୟଗଡ଼ା ଜିଲ୍ଲା ଗୁଣପୁରର ସମାଜସେବୀ ଶାନ୍ତି ଦେବୀ ସେବା ସମାଜରେ କାମ କରନ୍ତି । ସେ ଅଗ୍ରଗ୍ରାମୀ ପରିଚାଳନା ପରିଷଦର ଉପ-ସଭାପତି ଅଟନ୍ତି । ପୂର୍ବରୁ ଶାନ୍ତି ଦେବୀଙ୍କୁ ୧୯୯୪ ମସିହାରେ ଜମନଲାଲ୍ ବଜାଜା…

ଗଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ୍‌ ହୋଇଥିବା ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ହେବେ ଭାବନା

ନୂଆଦିଲ୍ଲୀ: ମହିଳା ପାଇଲଟ୍ ଭବନା କାଣ୍ଟ ଗଣତନ୍ତ୍ର ଦିବସ ପରେଡରେ ଯୋଗ ଦେଇ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ବର୍ତ୍ତମାନ ରାଜସ୍ଥାନ ଏୟାରବେସରେ ଅବସ୍ଥାପିତ ଏବଂ ମିଗ-୨୧ ବାଇସନ ଫାଇଟର୍‌ ବିମାନ ଉଡ଼ାଉଛନ୍ତି। ଯାହା ଭାରତୀୟ ବାୟୁସେନା (IAF) ଟେବୁଲର ଅଂଶ ହେବ। ଏଥିରେ…

ଗଣତନ୍ତ୍ର ଦିବସରେ ପ୍ରତିବର୍ଷ ବଦଳେ ପ୍ରଧାନମନ୍ତ୍ରୀଙ୍କ ପଗଡ଼ି, ଏବର୍ଷ ପିନ୍ଧିଲେ ଜାମନଗର ପଗଡ଼ି

ନୂଆଦିଲ୍ଲୀ: ୭୨ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ପଗଡି ପିନ୍ଧିଛନ୍ତି । ସେ ଏଥର ପିନ୍ଧିଛନ୍ତି ଗୁଜୁରାଟର ଜାମନଗରରେ ଏକ ସ୍ୱତନ୍ତ୍ର ପଗଡି । ମିଳିଥିବା ସୂଚନା ଅନୁସାରେ ଜାମନଗରର ରାଜ ପରିବାର ପକ୍ଷରୁ ମୋଦିଙ୍କୁ ଏହି ପଗଡ଼ି ଦିଆଯାଇଛି ।…

ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି; ଭାଙ୍ଗିଲେ ଟିକରି ବର୍ଡର ବ୍ୟାରିକେଡ଼

ନୂଆଦିଲ୍ଲୀ: ସାରା ଦେଶରେ ଆଜି ୭୨ ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଅଛି। ଦିଲ୍ଲୀର ରାଜପଥ ସହ ସମସ୍ତଙ୍କ ଆଖି ଦିଲ୍ଲୀ ସୀମାରେ କୃଷକଙ୍କ ଟ୍ରାକ୍ଟର ରାଲି ଉପରେ ରହିଛି। ଗତ ଦୁଇ ମାସ ଧରି କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା କୃଷକମାନେ ଆଜି ଦିଲ୍ଲୀ ସୀମାରେ ଏକ ଟ୍ରାକ୍ଟର ରାଲି…

ପଲ୍ଲୀରୁ ଦିଲ୍ଲୀ ସବୁଠି ଦେଶ ପ୍ରେମର ମାହୋଲ, ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପଲ୍ଲୀରୁ ଦିଲ୍ଲୀ, ଗାଁରୁ ସହର । ସବୁଠି ଦେଶ ପ୍ରେମର ମାହୋଲ । ଆଜି ଭାରତବ୍ୟାପୀ ପାଳିତ ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ । ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଅତିଥିବୃନ୍ଦ…